ଲାଇଭ୍‌ ଟିଭି ଶୋ'ରେ ରୁଷର ଯୁଦ୍ଧକୁ ବିରୋଧ, ତା'ପରେ...

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ୨୦ ଦିନ ହେବ ଯୁଦ୍ଧ ଜାରି ରହିଛି। କିଭ୍‌କୁ ଦଖଲ କରିବା ପାଇଁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଚାଲିଛି ରୁଷ ସେନା। ବାରମ୍ବାର ମିସାଇଲ ସାଙ୍ଗକୁ କରୁଛି ରକେଟ୍‌ ମାଡ। ସେପଟେ ରୁଷର ଏହି ଯୁଦ୍ଧ ନୀତି ଚାରିଆଡୁ ବିରୋଧ ମଧ୍ୟ ଜାରି ରହିଛି। ରୁଷ ସରକାରଙ୍କ ଏହି ଯୁଦ୍ଧ ନିଷ୍ପତ୍ତିକୁ ଖୋଦ୍‌ ରୁଷବାସୀ ବିରୋଧ କରୁଛନ୍ତି। ଏନେଇ ରୁଷର ବିଭିନ୍ନ ସହରରେ ଲୋକମାନେ ପୁଟିନଙ୍କ ବିରୋଧରେ ପ୍ରଦର୍ଶନ […]

woman-stage-anti-war-sign

woman-stage-anti-war-sign

Madhupriya Mistry
  • Published: Tuesday, 15 March 2022
  • Updated: 15 March 2022, 01:48 PM IST

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ୨୦ ଦିନ ହେବ ଯୁଦ୍ଧ ଜାରି ରହିଛି। କିଭ୍‌କୁ ଦଖଲ କରିବା ପାଇଁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଚାଲିଛି ରୁଷ ସେନା। ବାରମ୍ବାର ମିସାଇଲ ସାଙ୍ଗକୁ କରୁଛି ରକେଟ୍‌ ମାଡ। ସେପଟେ ରୁଷର ଏହି ଯୁଦ୍ଧ ନୀତି ଚାରିଆଡୁ ବିରୋଧ ମଧ୍ୟ ଜାରି ରହିଛି। ରୁଷ ସରକାରଙ୍କ ଏହି ଯୁଦ୍ଧ ନିଷ୍ପତ୍ତିକୁ ଖୋଦ୍‌ ରୁଷବାସୀ ବିରୋଧ କରୁଛନ୍ତି।

ଏନେଇ ରୁଷର ବିଭିନ୍ନ ସହରରେ ଲୋକମାନେ ପୁଟିନଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାରି ଭିତରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରୁଷର ଏକ ଟିଭି ଚ୍ୟାନେଲରେ ଲାଇଭ ଶୋ' ଚାଲିଥିବା ବେଳେ ଜଣେ ମହିଳା ହାତରେ ଯୁଦ୍ଧ ବିରୋଧୀ ବ୍ୟାନର ଧରି ହଠାତ ଶୋ' ଭିତରେ ପ୍ରବେଶ କରିଛନ୍ତି, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ୭ ଟାରେ ରୁଷ ଷ୍ଟେଟ ଚ୍ୟାନେଲ-ୱାନ୍‌ ରେ ଲାଇଭ ଶୋ' ଚାଲିଥିଲା। ଏତିକି ବେଳେ ହଠାତ ଜେଣ ମହିଳା ହାତରେ ଯୁଦ୍ଧ ବିରୋଧୀ ବ୍ୟାନର ଧରି ଷ୍ଟୁଡିଓ ଭିତରକୁ ପଶି ଆସିଥିଲେ। ଏହାପରେ ଚ୍ୟାନେଲର କର୍ମଚାରୀମାନେ ମହିଳା ଜଣଙ୍କୁ ବାହାରକୁ ନେଇଯାଇଥିଲେ । ମହିଳା ଜଣଙ୍କ ହାତରେ 'ନୋ ୱାର୍' ଥିବା ଏକ ପୋଷ୍ଟର ଧରି ୟୁକ୍ରେନରେ ମସ୍କୋର ସାମରିକ କାର୍ଯ୍ୟକୁ ନିନ୍ଦା କରିଥିଲେ। ଏଥିସହ ରୁଷୀୟ ଭାଷାରେ ଏହି ପୋଷ୍ଟରରେ ଯୁଦ୍ଧକୁ ବନ୍ଦ କରିବା ଏବଂ ପ୍ରଚାର ଉପରେ ବିଶ୍ୱାସ ନକରିବା ପାଇଁ ଲେଖାଯାଇଥିଲା।

https://twitter.com/BNONews/status/1503456112552591365?s=20&t=zALsBhjd09w99FKcMqNu-Q

ଉକ୍ତ ମହିଳା ଜଣଙ୍କ ନାଁ ମାରିନା ଓଭସ୍ୟାଙ୍କିକୋଭା ବୋଲି ଜଣାପଡିଛି। ଏଭଳି କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ସେହି ଟିଭି ଚ୍ୟାନେଲର ଜଣେ ସଂପାଦକ ବୋଲି ଜଣାପଡିଛି। ତେବେ ଲାଇଭ୍‌ ଶୋ'ରେ ବିରୋଧ କରିବା ପୂର୍ବରୁ ମାରିନା ଏକ ଭିଡିଓ ମେସେଜ ମଧ୍ୟ ରେକର୍ଡ କରି ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, 'ତାଙ୍କ ବାପା ୟୁକ୍ରେନ ଏବଂ ମାତା ରୁଷର। ତାଙ୍କ ମା' ୟୁକ୍ରେନକୁ ଶତ୍ରୁ ଭାବରେ ଦେଖନ୍ତି ନାହିଁ।' ଆହୁରି ମଧ୍ୟ କହିଛନ୍ତି- 'କ୍ରେମଲିନ୍ ପ୍ରପାଗେଣ୍ଡା ପାଇଁ କାମ କରିବାକୁ ମୁଁ ଲଜ୍ଜିତ। ମୁଁ ଲଜ୍ଜିତ ଯେ ମୁଁ ଟିଭିରେ ମିଛ କହୁଛି।'

ସେପଟେ ମହିଳାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି। ସେ କହିଛନ୍ତି କି, ‘ସତକୁ ପ୍ରକାଶ କରିବାକୁ କୁଣ୍ଠା କରୁନଥିବା ସେ ସମସ୍ତ ରୁଷବାସୀଙ୍କୁ ମୁଁ କୃତଜ୍ଞତା ଜଣାଉଛି’।

https://twitter.com/KevinRothrock/status/1503453014643949576?s=20&t=QkaQFasEE2vmOdat2h-ziw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story