'ଓମିକ୍ରନ୍‌'କୁ ନେଇ ହୁ' ଜାରି କଲା 'ହାଇ ରିସ୍କ' ଚେତାବନୀ

ନୂଆଦିଲ୍ଲୀ: ଭୟ ବଢ଼ାଉଛି କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’। ଏବେ ଏହାକୁ ନେଇ ସତର୍କ ଚେତାବନୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)। ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ହୁ’ ‘ହାଇ ରିସ୍କ’ ଚେତାବନୀ ଜାରି କରିଛି। ଓମିକ୍ରନ୍‌ ଠାରୁ ଅଧିକ ବିପଦ ରହିଛି। ଏହାଦ୍ୱାରା ସମଗ୍ର ବିଶ୍ୱରେ ବ୍ୟାପିବା ଅଶଙ୍କା ମଧ୍ୟ ସମ୍ଭାବନା ରହିଛି। ଏଥି ସହିତ, କେତେକ କ୍ଷେତ୍ରରେ ଏହାର ଗମ୍ଭୀର ପରିଣାମ ଦେଖିବାକୁ ମିଳିପାରେ ବୋଲି ହୁ’ କହିଛି। ମିଳିତ ଜାତିସଂଘର ସ୍ୱାସ୍ଥ୍ୟ […]

WHO on Omicron

Madhupriya Mistry
  • Published: Monday, 29 November 2021
  • , Updated: 29 November 2021, 04:14 PM IST

ନୂଆଦିଲ୍ଲୀ: ଭୟ ବଢ଼ାଉଛି କରୋନାର ନୂଆ ଭାରିଏଣ୍ଟ 'ଓମିକ୍ରନ୍‌'। ଏବେ ଏହାକୁ ନେଇ ସତର୍କ ଚେତାବନୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)। ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ହୁ' 'ହାଇ ରିସ୍କ' ଚେତାବନୀ ଜାରି କରିଛି।

ଓମିକ୍ରନ୍‌ ଠାରୁ ଅଧିକ ବିପଦ ରହିଛି। ଏହାଦ୍ୱାରା ସମଗ୍ର ବିଶ୍ୱରେ ବ୍ୟାପିବା ଅଶଙ୍କା ମଧ୍ୟ ସମ୍ଭାବନା ରହିଛି। ଏଥି ସହିତ, କେତେକ କ୍ଷେତ୍ରରେ ଏହାର ଗମ୍ଭୀର ପରିଣାମ ଦେଖିବାକୁ ମିଳିପାରେ ବୋଲି ହୁ' କହିଛି।

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଏକ ଟେକ୍‌ନିକାଲ ନୋଟ୍ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ଓମିକ୍ରନ୍ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଯଦି ଏହା ଘଟେ ତେବେ ଏହାର ଗମ୍ଭୀର ପରିଣାମ ସାମ୍ନାକୁ ଆସିପାରେ। ଓମିକ୍ରନର ସ୍ପାଇକ୍‌ ପ୍ରୋଟିନ୍‌ରେ ଅେନକ ପରିବର୍ତ୍ତନ ହୋଇଛି, ଯାହା ଚିନ୍ତାର ବିଷୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ଏହାପୂର୍ବରୁ ହୁ' କହିଥିଲା ​​ଯେ କୋଭିଡ-୧୯ର ନୂତନ ଭାରିଏଣ୍ଟ 'ଓମିକ୍ରନ୍' ଡେଲ୍ଟା ଭାରିଆଣ୍ଟ ଓ ଅନ୍ୟମାନଙ୍କ ତୁଳନାରେ ଅଧିକ ସଂକ୍ରାମକ ଏବଂ ଏହା ଅଧିକ ଗୁରୁତର ରୋଗ ସୃଷ୍ଟି କରୁଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। । ଓମିକ୍ରନ୍ ସହିତ ଜଡିତ ଲକ୍ଷଣଗୁଡିକ ଅନ୍ୟ ଭାରିଏଣ୍ଟ ତୁଳନାରେ ଭିନ୍ନ ବୋଲି କହିବା ଏବେ ଠିକ୍‌ ନାହିଁ, କାରଣ ଏନେଇ କୌଣସି ସୂଚନା ମିଳିନାହିଁ ବୋଲି ପୂର୍ବରୁ ହୁ' କହିଥିଲା।

ସୂଚନା ମୁତାବକ ପୂରା ବିଶ୍ୱରେ ଓମିକ୍ରନର ପ୍ରାୟ ୧୬୦ଟି ମାମଲା ସାମ୍ନାକୁ ଆସିଛି। ୟୁରୋପର ଅନେକ ଦେଶରେ ଓମିକ୍ରନ୍‌ ଭାରିଏଣ୍ଟ ଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ, ବୋସୱାନା, ବ୍ରିଟେନ୍‌, ଅଷ୍ଟ୍ରେଲିଆ, ଡେନମାର୍କ, ଇସ୍ରାଇଲ, ବେଲଜିଅମ୍‌, ଚେକ୍‌ ଗଣରାଜ୍ୟ, ଇଟାଲୀ, ଜର୍ମାନୀ ଏବଂ ହଂକଂ ଏଥିରେ ସାମିଲ୍ ଅଛି।

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସର୍ବାଧିକ ୯୯ଟି ମାମଲା ସାମ୍ନାକୁ ଆସିଛି। ସେହିପରି ହଂକଂରୁ ୨୫, ନେଦରଲ୍ୟାଣ୍ଡରୁ ୧୩, ବୋସୱାନାରୁ ୬ ଏବଂ ବ୍ରିଟେନ୍‌ରୁ ୩ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି। ସେହିପରି ଅଷ୍ଟ୍ରେଲିଆ, ଡେନ୍‌ମାର୍କ ଓ ବେଲଜିଅମରେ ଦୁଇଟି ଲେଖାଏ ଓମିକ୍ରନ୍‌ ଆକ୍ରାନ୍ତ ଅଛନ୍ତି। ଇସ୍ରାଇଲ୍‌, ଚେକ୍‌ ଗଣରାଜ୍ୟ, ଇଟାଲୀ ଏବଂ ଜର୍ମାନୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଭାରତରେ ବର୍ତ୍ତମାନ ଓମିକ୍ରନ୍‌ ଭାରିଏଣ୍ଟର କୌଣସି ମାମଲା ସାମ୍ନାକୁ ଆସି ନାହିଁ।

Related story