ମାସକ ମଧ୍ୟରେ ସୃଷ୍ଟି ହେବାକୁ ଯାଉଛି ତୃତୀୟ ବିଶ୍ୱଯୁଦ୍ଧ!

ମସ୍କୋ: ଆସନ୍ତା ମାସକ ଭିତରେ ସୃଷ୍ଟି ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି। ମହାମାରୀ କରୋନା ଭିତରେ ଏବେ ସମସ୍ତଙ୍କୁ ଏହି ଭୟ ଘାରିଛି। ଏନେଇ ରୁଷିଆର ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ପାଭେଲ ଫେଲଗେନହର କହିଛନ୍ତି। ତେବେ କେଉଁ କାରଣ ଯୋଗୁ଼ ଏହି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ସେନେଇ ପାଭେଲ କୌଣସି ସୂଚନା ଦେଇ ନାହାନ୍ତି। ଇଣ୍ଡିଆ ଟିଭିରେ ପ୍ରକାଶିତ ରିପୋର୍ଟ ମୁତାବକ, ଆଗକୁ ରୁଷ-ୟୁକ୍ରେନ ସୀମାରେ ଲାଗି ରହିଥିବା ଉତ୍ତେଜନା ତୀବ୍ର ରୂପ […]

World War, Military tank

Madhupriya Mistry
  • Published: Wednesday, 07 April 2021
  • , Updated: 07 April 2021, 06:10 PM IST

ମସ୍କୋ: ଆସନ୍ତା ମାସକ ଭିତରେ ସୃଷ୍ଟି ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି। ମହାମାରୀ କରୋନା ଭିତରେ ଏବେ ସମସ୍ତଙ୍କୁ ଏହି ଭୟ ଘାରିଛି। ଏନେଇ ରୁଷିଆର ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ପାଭେଲ ଫେଲଗେନହର କହିଛନ୍ତି। ତେବେ କେଉଁ କାରଣ ଯୋଗୁ଼ ଏହି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ସେନେଇ ପାଭେଲ କୌଣସି ସୂଚନା ଦେଇ ନାହାନ୍ତି।

ଇଣ୍ଡିଆ ଟିଭିରେ ପ୍ରକାଶିତ ରିପୋର୍ଟ ମୁତାବକ, ଆଗକୁ ରୁଷ-ୟୁକ୍ରେନ ସୀମାରେ ଲାଗି ରହିଥିବା ଉତ୍ତେଜନା ତୀବ୍ର ରୂପ ଧାରଣ କରିପାରେ। କାରଣ ୟୁକ୍ରେନ ସଲଗ୍ନ ସୀମାରେ ରୁଷ ଏବେ ତା'ର ସୈନ୍ୟ ସଂଖ୍ୟା ବଢ଼ାଇବାରେ ଲାଗିଛି। ପ୍ରାୟ ୪ ହଜାର ସୈନିକଙ୍କୁ ସୀମାରେ ମୁତୟନ କରିଛି ରୁଷ। କେବଳ ସେତିକି ନୁହେଁ ରୁଷ ପକ୍ଷରୁ ସୀମାରେ ଯୁଦ୍ଧ ସାମଗ୍ରୀ ଓ ବିମାନ ମଧ୍ୟ ମୁତୟନ କରାଯାଇଛି।

ଆଉ ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ମୁତାବକ, ରୁଷର ଏଭଳି କାର୍ଯ୍ୟକଳାପ ପୂରା ୟୁରୋପକୁ ଏକ ବଡ଼ ଯୁଦ୍ଧ ଆଡ଼କୁ ଠେଲିପାରେ। ଏହା ସ୍ପଷ୍ଟ ଯେ ୟୁରୋପର ବଡ଼ବଡ଼ ଦେଶ ଯଦି ଯୁଦ୍ଧରେ ସାମିଲ ହୁଅନ୍ତି, ତେବେ ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସବୁଠାରୁ ବିପଦର କଥା ହେଉଛି ଯେ ଏହି ଯୁଦ୍ଧ ପରିସ୍ଥିତି ଆଗାମୀ ୪ ସପ୍ତାହ ମଧ୍ୟରେ ହିଁ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି।

ପାଭେଲ କହିଛନ୍ତି, ୟୁକ୍ରେନ ସହ ଆମେରିକାର ଭଲ ସମ୍ପର୍କ ଥିବା ବେଳେ ରୁଷ ଓ ଆମେରିକାର ତିକ୍ତତା ସମସ୍ତଙ୍କୁ ଜଣା। ଯଦି ୟୁକ୍ରେନ ଉପରେ ରୁଷ ଆକ୍ରମଣ କରେ, ତା’ହେଲେ ଆମେରିକା ନିଶ୍ଚିତ ଏହା ବିରୋଧରେ ଛିଡ଼ା ହେବ। ଏହାପରେ ଧୀରେଧୀରେ ଅନ୍ୟ ଦେଶଗୁଡ଼ିକ ଏହି ଯୁଦ୍ଧରେ ସାମିଲ ହେବେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ରୁଷ ଚେତାବନୀ ଦେଇଥିଲା ଯେ ଯଦି ନାଟୋ ୟୁକ୍ରେନ୍‌କୁ ନିଜର ସୈନ୍ୟ ପଠାଏ ତେବେ ସେ ମଧ୍ୟ ବଡ଼ ପଦକ୍ଷେପ ନେବ। ଅନ୍ୟପକ୍ଷରେ ଆମେରିକା ମଧ୍ୟ ୟୁକ୍ରେନକୁ ପୂର୍ଣ୍ଣ ସମର୍ଥନ ଦେଇଛି। ଇତି ମଧ୍ୟରେ ଆମେରିକା ପକ୍ଷରୁ ୟୁକ୍ରେନକୁ ଅନେକ ଯୁଦ୍ଧ ସାମଗ୍ରୀ ପଠାଯାଇଛି।

ୟୁକ୍ରେନ ସୀମାରେ ରୁଷର ସୈନ୍ୟ ମୁତୟନକୁ ଦେଖି ପାଶ୍ଚାତ୍ୟ ଦେଶ ଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ଅନେକ ହେଲିକପ୍ଟର, ଯୁଦ୍ଧ ଟ୍ୟାଙ୍କ ଓ ଅନ୍ୟ ଯୁଦ୍ଧ ସାମଗ୍ରୀ ଟ୍ରେନରେ ଲଦା ହୋଇ ଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏବେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଛି।

https://twitter.com/_Elmir_S/status/1377357590955352066?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1377357590955352066%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.indiatv.in%2Fworld%2Feurope-world-war-will-begin-in-a-month-russia-ukraine-crisis-warns-military-analyst-783155

https://twitter.com/XXXDLDXXX/status/1378385441007808517?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1378385441007808517%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.indiatv.in%2Fworld%2Feurope-world-war-will-begin-in-a-month-russia-ukraine-crisis-warns-military-analyst-783155

Related story