Advertisment

କରୋନା କାଳରେ ୨୫ ଧନୀ ପରିବାରର ଧନ ବଢ଼ିଛି ୩୧,୨୦୦ କୋଟି ଡଲାର

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ୨ ବର୍ଷ ହେଲାଣି ସାଧାରଣ ଲୋକଟିଏ ନିଜ ଭୋକ ମେଣ୍ଟାଇବାକୁ ସଂଘର୍ଷ କରୁଛି। ମଧ୍ୟବିତ୍ତ ପରିବାରର ଲୋକମାନେ ନିଜ ସେଭିଙ୍ଗ୍ସରୁ ଟଙ୍କା ଆଣି ଚଳୁଛନ୍ତି। ଅନେକ ଲୋକ ଚାକିରି ହରାଇ ଏବେ ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି। ହେଲେ ବିଶ୍ୱର ଏମିତି ୨୫ ଧନୀ ପରିବାରର ଅଛନ୍ତି ଯେଉଁମାନଙ୍କ ଧନ ବର୍ଷ ମଧ୍ୟରେ ୨୨%ରୁ ଅଧିକ ବଢ଼ିଛି। ଏହାର ଅର୍ଥ ସେମାନଙ୍କ ସମ୍ପତ୍ତି ଆଉ ୩୧,୨୦୦ କୋଟି ଡଲାର ବଢ଼ି ୧.୭ ଲକ୍ଷ […]

ଅଦ୍ୟତନ ହୋଇଛି
କରୋନା କାଳରେ ୨୫ ଧନୀ ପରିବାରର ଧନ ବଢ଼ିଛି ୩୧,୨୦୦ କୋଟି ଡଲାର

dollar

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ୨ ବର୍ଷ ହେଲାଣି ସାଧାରଣ ଲୋକଟିଏ ନିଜ ଭୋକ ମେଣ୍ଟାଇବାକୁ ସଂଘର୍ଷ କରୁଛି। ମଧ୍ୟବିତ୍ତ ପରିବାରର ଲୋକମାନେ ନିଜ ସେଭିଙ୍ଗ୍ସରୁ ଟଙ୍କା ଆଣି ଚଳୁଛନ୍ତି। ଅନେକ ଲୋକ ଚାକିରି ହରାଇ ଏବେ ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି। ହେଲେ ବିଶ୍ୱର ଏମିତି ୨୫ ଧନୀ ପରିବାରର ଅଛନ୍ତି ଯେଉଁମାନଙ୍କ ଧନ ବର୍ଷ ମଧ୍ୟରେ ୨୨%ରୁ ଅଧିକ ବଢ଼ିଛି। ଏହାର ଅର୍ଥ ସେମାନଙ୍କ ସମ୍ପତ୍ତି ଆଉ ୩୧,୨୦୦ କୋଟି ଡଲାର ବଢ଼ି ୧.୭ ଲକ୍ଷ କୋଟି ଡଲାର ହୋଇ ଯାଇଛି।

Advertisment

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ବଢ଼ୁଥିବା ଷ୍ଟକ୍ ମାର୍କେଟ ଓ ଟିକସ ନୀତିର ସମନ୍ୱୟ ଧନୀ ପରିବାରର ଧନ ବୃଦ୍ଧିରେ ସହାୟକ ହୋଇଛି। ବିଶେଷ କରି ଧନୀ ପରିବାର ଗୁଡ଼ିକର ଧନ ମହାମାରୀ କରୋନା ସମୟରେ ଅଧିକ ବଢ଼ିଛି।

ସମ୍ପତ୍ତିର ଆକଳନ କଲେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଦି ୱାଲଟନ୍ସ ଅଫ ଆରକାନସସ ଧନୀ ତାଲିକାର ଶୀର୍ଷରେ ରହିଛି। ଏହାର ମୋଟ ସମ୍ପତ୍ତି ହେଉଛି ୨୩,୮୨୦ କୋଟି ଡଲାର। ସେମାନଙ୍କ ସମ୍ପତ୍ତି ୧୨ ମାସ ମଧ୍ୟରେ ୨୩୦୦ କୋଟି ଡଲାର ବଢ଼ିଛି। ଫେବୃଆରୀରୁ ପରିବାରର ସଦସ୍ୟ ୬୦୦ କୋଟି ଡଲାର ଷ୍ଟକ୍ ବିକ୍ରି କରିଥିଲେ ମଧ୍ୟ ସେମାନଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି।

Advertisment

ତାଲିକାରେ ନୂଆ ସଦସ୍ୟ ଭାବେ ଫ୍ରାନ୍ସର ଡାସଲ୍ଟ କମ୍ପାନୀ ସ୍ଥାନ ପାଇଛି। ସେହିପରି ନ୍ୟୁୟର୍କ ଭିତ୍ତିକ ପ୍ରସାଧନ ସାମଗ୍ରୀ ନିର୍ମାତା ଏଷ୍ଟେ ଲାଉଡର୍ ମଧ୍ୟ ଧନୀ ତାଲିକାରେ ସାମିଲ ହୋଇଛନ୍ତି। ଦକ୍ଷିଣ କୋରିଆ ବ୍ରାଣ୍ଡ ସାମସଙ୍ଗର ମାଲିକ ଲିସ ପରିବାରର ସମ୍ପତ୍ତି ହ୍ରାସ ପାଇଛି।

ଗତ ବର୍ଷ ଲି କୁନ୍-ହେଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ୧୧୦୦ କୋଟି ଡଲାରର ଉତ୍ତରାଧିକାର ବାବଦରେ ଟିକସ ଦେବାକୁ ପଡ଼ିଥିଲା। ଫଳରେ ଉକ୍ତ ପରିବାର ଧନୀ ତାଲିକାରୁ ବାଦ ପଡ଼ିଛି।

ବିଳାସପୂର୍ଣ୍ଣ ସାମଗ୍ରୀ ନିର୍ମାତା ହର୍ମେସକୁ ପରିଚାଳନା କରୁଥିବା ପରିବାରର ସମ୍ପତ୍ତି ୭୫% ବୃଦ୍ଧି ହୋଇ ୧୧,୬୬୦ କୋଟି ଡଲାରରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe