Advertisment

ସି ଜିନପିଙ୍ଗ ଚାଇନାରେ ଗୃହବନ୍ଦୀ! ଲି ରାଷ୍ଟ୍ରପତି ହୋଇଥିବା ଚର୍ଚ୍ଚା

ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଶର ସେନା ଗୃହବନ୍ଦୀ କରି ରଖିବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ପ୍ରକାଶ ପାଇଥିବା ଏକାଧିକ ଚାଇନିଜ ଓ ପାଶ୍ଚାତ୍ୟ ଦେଶର ରିପୋର୍ଟରେ ଜିନପିଙ୍ଗକୁ ପିଏଲଏ ତାଙ୍କରି ଘରେ ବନ୍ଦୀ କରି ରଖିଥିବା ଦାବି କରାଯାଇଛି। ନିକଟରେ ସମକରନ୍ଦରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଜିନପିଙ୍ଗ ଯୋଗ ଦେଇଥିଲେ। ସେ ଏସ୍‌ସିଓ ସମ୍ମିଳନୀ କରୁଥିବା ବେଳେ ତାଙ୍କୁ ଚାଇନାର ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲର ମୁଖ୍ୟ […]

ଜିନପିଙ୍ଗ ତୁମେ ଗାଦି ଛାଡ଼… ଚାଇନାରେ ବାଥରୁମରେ ଲାଗୁଛି ପୋଷ୍ଟର, ବ୍ୟାନର

Xi-Jinping

Advertisment

ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଶର ସେନା ଗୃହବନ୍ଦୀ କରି ରଖିବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ପ୍ରକାଶ ପାଇଥିବା ଏକାଧିକ ଚାଇନିଜ ଓ ପାଶ୍ଚାତ୍ୟ ଦେଶର ରିପୋର୍ଟରେ ଜିନପିଙ୍ଗକୁ ପିଏଲଏ ତାଙ୍କରି ଘରେ ବନ୍ଦୀ କରି ରଖିଥିବା ଦାବି କରାଯାଇଛି। ନିକଟରେ ସମକରନ୍ଦରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଜିନପିଙ୍ଗ ଯୋଗ ଦେଇଥିଲେ।

Advertisment

ସେ ଏସ୍‌ସିଓ ସମ୍ମିଳନୀ କରୁଥିବା ବେଳେ ତାଙ୍କୁ ଚାଇନାର ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲର ମୁଖ୍ୟ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ସେ ଦେଶକୁ ଫେରିବା ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଚାଇନା ସରକାର ପକ୍ଷରୁ କିମ୍ବା ଚାଇନିଜ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତି ଜାରି କରାଯାଇନି। ସେହିପରି ଦେଶର ସରକାରୀ ମିଡିଆ ମଧ୍ୟ କିଛି କହିନାହିଁ।

ଗୃହବନ୍ଦୀ ଖବର ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ବଳ ଦେଇଛି ବିଜେପି ନେତା ସୁବ୍ରମଣିଅନ ସ୍ୱାମୀଙ୍କ ଗୋଟିଏ ଟ୍ୱିଟ। ସେ କହିଛନ୍ତି, ନୂଆ ଗୁଜବକୁ ଯାଞ୍ଚ କରିବା ଦାରକର। କ’ଣ ସି ଜିନପିଙ୍ଗ ବେଜିଂରେ ଗୃହବନ୍ଦୀ ହୋଇଛନ୍ତି? ଯେତେବେଳେ ସି ସମକରନ୍ଦରେ ଥିଲେ ସେତେବେଳେ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ତାଙ୍କୁ ଚାଇନିଜ ଆର୍ମିର ମୁଖ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଗୃହବନ୍ଦୀ ଘଟଣା ସାମ୍ନାକୁ ଆସିଛି। ତେଣୁ ଗୁଜବର ସତ୍ୟତା ଜାଣିବା ଉଚିତ ବୋଲି ସେ କହିଛନ୍ତି।

Advertisment

ଅନେକ ଚାଇନିଜ ନାଗରିକ ମଧ୍ୟ ଜିନପିଙ୍ଗ ଗୃହବନ୍ଦୀ ହୋଇ ରହିଥିବା ଆଶଙ୍କା କରି ଟ୍ୱିଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କହିଛି ଯେ ଆର୍ମିକୁ ସଂପୂର୍ଣ୍ଣ ଭାବେ ପିଏଲଏ ନିୟନ୍ତ୍ରଣକୁ ନେଇଯାଇଛି। ଏପରି କି କିଛି ଲୋକ ଲି କ୍ୟୁଆମିଙ୍ଗଙ୍କୁ ଚାଇନାର ରାଷ୍ଟ୍ରପତି କରାଯାଇଛି।


ତେବେ କ’ଣ ପାଇଁ ହଠାତ୍‌ ଜିନପିଙ୍ଗ ଗୃହବନ୍ଦୀ ହୋଇ ରହିଥିବା ଖବର ପ୍ରକାଶ ପାଇଛି, ତା’କୁ ନେଇ ଅନେକ ପ୍ରକାରର ଆକଳନ କରାଯାଉଛି। ଚଳିତ ସପ୍ତାହରେ ଚାଇନାର ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଓ ୪ ଜଣ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ୬ ଜଣ ଗୋଟିଏ ରାଜନୀତିକ ସଂଗଠନର ସଦସ୍ୟ ରହିଥିଲେ।

ବର୍ତ୍ତମାନ କମ୍ୟୁନିଷ୍ଟ ପାର୍ଟି ସମଗ୍ର ଦେଶରେ ଦୁର୍ନୀତି ନିରୋଧ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଜିନପିଙ୍ଗର ଗୃହବନ୍ଦୀ ଖବର ସାମ୍ନାକୁ ଆସିଛି। ଏଥିସହ ତାଙ୍କ ବିରୋଧରେ ଲବି ମଧ୍ୟ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe