Advertisment

ସୀମା ଅତିକ୍ରମ କରନି: ତାଇୱାନ ପ୍ରସଙ୍ଗରେ ବାଇଡେନଙ୍କୁ ଧମକ ଦେଲେ ଜିନପିଙ୍ଗ

ବେଜିଂ: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଆଜି ବଡ଼ ଘଟଣା ଘଟିଛି। ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ ଆଲୋଚନା କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ଦୁଇ ନେତା କରିଥିବା ଆଲୋଚନା ବେଳେ ତାଇୱାନ ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗରେ ଜିନପିଙ୍ଗ ସିଧାସଳଖ ବାଇଡେନଙ୍କୁ ଧମକ ଦେଇଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକାକୁ ସୀମା ଅତିକ୍ରମ ବା ରେଡ ଲାଇନ […]

ସୀମା ଅତିକ୍ରମ କରନି: ତାଇୱାନ ପ୍ରସଙ୍ଗରେ ବାଇଡେନଙ୍କୁ ଧମକ ଦେଲେ ଜିନପିଙ୍ଗ

biden

Advertisment

ବେଜିଂ: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଆଜି ବଡ଼ ଘଟଣା ଘଟିଛି। ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ ଆଲୋଚନା କରିଛନ୍ତି।

Advertisment

ପ୍ରାୟ ୩ ଘଣ୍ଟା ଧରି ଦୁଇ ନେତା କରିଥିବା ଆଲୋଚନା ବେଳେ ତାଇୱାନ ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗରେ ଜିନପିଙ୍ଗ ସିଧାସଳଖ ବାଇଡେନଙ୍କୁ ଧମକ ଦେଇଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକାକୁ ସୀମା ଅତିକ୍ରମ ବା ରେଡ ଲାଇନ କ୍ରସ ନ କରିବାକୁ ଜିନପିଙ୍ଗ ଖୋଲା ଚେତାବନୀ ଦେଇଛନ୍ତି। ସେହିପରି ତାଇୱାନ ପ୍ରସଙ୍ଗରେ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଶାନ୍ତି ଉପରେ ବିପଦ ସୃଷ୍ଟି କରିଛି ବୋଲି ବାଇଡେନ ବୈଠକ ବେଳେ ଜିନପିଙ୍ଗଙ୍କୁ କହିଛନ୍ତି।

ବୈଠକ ପରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିରେ ଚାଇନା ଓ ଆମେରିକା ସାଧାରଣ ଭାବେ ସମାନ କଥା ଚିନ୍ତା କରୁଛନ୍ତି। ପରସ୍ପର ବିକାଶ ଉପରେ ଦୁଇ ଦେଶ ଗୁରୁତ୍ୱ ଦେଉଛନ୍ତି।

Advertisment

ବେଜିଂ କେବେ ହେଲେ ଆମେରିକାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁନି କିମ୍ବା ପ୍ରଚଳିତ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରିବାକୁ ମଧ୍ୟ ଚାହୁଁନି। ଦୁଇ ଦେଶ ପରସ୍ପରକୁ ସମ୍ମାନ ଦେବା ଦରକାର ବୋଲି ଜିନପିଙ୍ଗ ବୈଠକ ବେଳେ ବାଇଡେନଙ୍କୁ କହିଛନ୍ତି। ଏଥିସହ ବୈଠକ ବେଳେ ତାଇୱାନ ପ୍ରସଙ୍ଗରେ ଆମେରିକାକୁ ସୀମା ଅତିକ୍ରମ ନ କରିବାକୁ ମଧ୍ୟ ଜିନପିଙ୍ଗ ଧମକ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ ସୂଚିତ କରାଯାଇଛି।

ତାଇୱାନରେ ନିଜସ୍ୱ ଶାସନ ଚାଲିଥିବା ବେଳେ ଚାଇନା କିନ୍ତୁ ଏହାକୁ ନିଜର ବୋଲି ଦାବି କରୁଛି। ଏହାକୁ ନେଇ ତାଇୱାନ ଓ ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଛି। ଆମେରିକା ତାଇୱାନ ସପକ୍ଷରେ ବାହାରୁ ଥିବାରୁ ବେଜିଂ ଏହାକୁ ତୀବ୍ର ବିରୋଧ କରୁଛି।

ବୈଠକ ବେଳେ ଜିନପିଙ୍ଗ ରାଷ୍ଟ୍ରପତି ବାଇଡେନଙ୍କ ସହ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଜିନପିଙ୍ଗ ଚିନ୍ତାରେ ରହିଛନ୍ତି। ଚାଇନା ସବୁବେଳେ ଶାନ୍ତି ଆଲୋଚନା ସପକ୍ଷରେ ରହିଛି ଓ ଏଥିପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଥିବା ଜିନପିଙ୍ଗ ବୈଠକ ବେଳେ ବାଇଡେନଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ବାଇଡେନ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ, ଅର୍ଥନୀତିକ ସ୍ଥିରତା, ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ଉପରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ଏଥିସହ ଚାଇନାର ବିଭିନ୍ନ ସ୍ଥାନରେ ହେଉଥିବା ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ମଧ୍ୟ ବାଇଡେନ ଉଠାଇଛନ୍ତି। ଚାଇନାରେ ବନ୍ଦୀ ଥିବା ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିବା ଉପରେ ଦୁଇ ଦେଶର ନେତା ଆଲୋଚନା କରିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe