Advertisment

ଆର୍ମି ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିବାରୁ ମିଳିଲା ୫ ବର୍ଷର ଜେଲଦଣ୍ଡ

କରାଚି: ପାକିସ୍ତାନର ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କୁ କେବଳ ପଦ ଛାଡ଼ିବାକୁ କହିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ପାକିସ୍ତାନର ଗୋଟିଏ ମିଲିଟାରୀ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ପାଇଥିବା ଯୁବକ ଜଣଙ୍କ ପାକିସ୍ତାନ ସେନାର ଜଣେ ଅବସର ପ୍ରାପ୍ତ ମେଜର ଜେନେରାଲଙ୍କ ପୁଅ। ପାକିସ୍ତାନ ସରକାର ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରିବାରୁ ଏହାକୁ ଯୁବକ ଜଣଙ୍କ ସହି ପାରି ନଥିଲେ। ଏଥିପାଇଁ […]

ଆର୍ମି ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିବାରୁ ମିଳିଲା ୫ ବର୍ଷର ଜେଲଦଣ୍ଡ

army

Advertisment

କରାଚି: ପାକିସ୍ତାନର ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କୁ କେବଳ ପଦ ଛାଡ଼ିବାକୁ କହିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ପାକିସ୍ତାନର ଗୋଟିଏ ମିଲିଟାରୀ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ପାଇଥିବା ଯୁବକ ଜଣଙ୍କ ପାକିସ୍ତାନ ସେନାର ଜଣେ ଅବସର ପ୍ରାପ୍ତ ମେଜର ଜେନେରାଲଙ୍କ ପୁଅ।

Advertisment

ପାକିସ୍ତାନ ସରକାର ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରିବାରୁ ଏହାକୁ ଯୁବକ ଜଣଙ୍କ ସହି ପାରି ନଥିଲେ। ଏଥିପାଇଁ ସେ ତାଙ୍କୁ ତୀବ୍ର ସମାଲୋଚନା କରି ଗୋଟିଏ ଚିଠି ଲେଖିଥିଲେ। ଏଥିସହ ସ୍ଥଳସେନା ମୁଖ୍ୟ ପଦରୁ ଇସ୍ତଫା ଦେବାକୁ କହିଥିଲେ।
ଏବେ ମିଲିଟାରୀ କୋର୍ଟ ମେଜର ଜେନାରାଲ(ଅବସରପ୍ରାପ୍ତ) ଜାଫର ମେହଦି ଅସ୍କାରୀଙ୍କ ପୁଅ ହାସନଙ୍କ ବିରୋଧରେ ରାଜଦ୍ରୋହ ମାମଲା ଲାଗିଛି।

ସେ ଦେଶର ସ୍ଥଳସେନା ମୁଖ୍ୟଙ୍କୁ ସମାଲୋଚନା କରିଥିବାରୁ ତାଙ୍କ ନାଁରେ ରାଜଦ୍ରୋହ ଦଫା ଲାଗିଛି। ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଜୁଲାଇ ମାସରେ ହାସନଙ୍କ ପକ୍ଷରେ ମାମଲା ଲଢ଼ିବାକୁ ପାକିସ୍ତାନ ମିଲିଟାରୀ କୋର୍ଟ ଜଣେ ଅଧିକାରୀଙ୍କୁ ନିଯୁକ୍ତ ଦେଇଥିଲେ। ସମାଲୋଚନା ପରେ ହାସନକୁ ଗିରଫ କରାଯାଇ ସହିୱାଲ ଜେଲରେ ରଖାଯାଇଥିଲା। ସେଠାରେ ତାଙ୍କୁ ଦେଖା କରିବା ପାଇଁ ମଧ୍ୟ କାହାକୁ ଅନୁମତି ମିଳୁ ନଥିବା ଅଭିଯୋଗ ହୋଇଛି।

Advertisment

ଏହାପୂର୍ବରୁ ଜାନୁଆରୀ ମାସରେ ଇସଲାମାବାଦ ହାଇକୋର୍ଟ ରାଜଦ୍ରୋହ ମାମଲାର ଶୁଣାଣି କ୍ୟାମେରା ଆଗରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ବେଳେ କ’ଣ ଜଣେ ସାଧାରଣ ଲୋକକୁ ମିଲିଟାରୀ କୋର୍ଟ ଦଣ୍ଡବିଧାନ କରିପାରିବେ କି ନାହିଁ ପ୍ରଶ୍ନ ଉଠିଥିଲା। ତେବେ ଏହା ଉପରେ ନିଷ୍ପତ୍ତି ନେବାର ଅଧିକାର ମିଲିଟାରୀ କର୍ତ୍ତୃପକ୍ଷଙ୍କର ରହିଛି ବୋଲି କୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ଆଇଏସ୍‌ଆଇ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ଦେଶର ସାଧାରଣ ନାଗରିକ ଓ ସେନା ମଧ୍ୟରେ ତିକ୍ତତା ଲାଗି ରହିଛି। ଏସବୁ ଭିତରେ କୋର୍ଟ ଏପରି ରାୟ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe