Advertisment

୭ ଦିନ ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା ପାଇଁ ୩ ଥର ଉଦ୍ୟମ

କିଭ୍‌: ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ କରିଛି ସାଂଘାତିକ ଷଡ଼ଯନ୍ତ୍ର। ତାଙ୍କୁ ହତ୍ୟା କରି ରୁଷ ପୂରା ୟୁକ୍ରେନକୁ ଦଖଲ କରିବା ପାଇଁ ଚାହୁଁଛି। ପୂର୍ବରୁ ଏକଥା ନିଜେ ଜେଲେନସ୍କି କହିଥିଲେ। ଏଥିସହ ତାଙ୍କୁ ହତ୍ୟା କରିବା ପାଇଁ ରୁଷ ୪୦୦ ଜଣ ଆତଙ୍କବାଦୀଙ୍କୁ ୟୁକ୍ରେନ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏସବୁ ଭିତରେ ଟାଇମ୍ସ ଅଫ ଲଣ୍ଡନରେ ସମସ୍ତଙ୍କୁ ଚକିତ କରିବା ଭଳି ଖବର ପ୍ରକାଶ ପାଇଛି। ମାତ୍ର ୭ ଦିନ […]

ଅଦ୍ୟତନ ହୋଇଛି
ରୁଷ ଆକ୍ରମଣରେ ୟୁକ୍ରେନ୍‌ର ୧୩,୦୦ ନାଗରିକଙ୍କ ମୃତ୍ୟୁ ଘଟିଛି: ଜେଲେନସ୍କି  

zelensky

Advertisment

କିଭ୍‌: ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ କରିଛି ସାଂଘାତିକ ଷଡ଼ଯନ୍ତ୍ର। ତାଙ୍କୁ ହତ୍ୟା କରି ରୁଷ ପୂରା ୟୁକ୍ରେନକୁ ଦଖଲ କରିବା ପାଇଁ ଚାହୁଁଛି। ପୂର୍ବରୁ ଏକଥା ନିଜେ ଜେଲେନସ୍କି କହିଥିଲେ। ଏଥିସହ ତାଙ୍କୁ ହତ୍ୟା କରିବା ପାଇଁ ରୁଷ ୪୦୦ ଜଣ ଆତଙ୍କବାଦୀଙ୍କୁ ୟୁକ୍ରେନ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଛି।

Advertisment

ଏସବୁ ଭିତରେ ଟାଇମ୍ସ ଅଫ ଲଣ୍ଡନରେ ସମସ୍ତଙ୍କୁ ଚକିତ କରିବା ଭଳି ଖବର ପ୍ରକାଶ ପାଇଛି। ମାତ୍ର ୭ ଦିନ ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା ପାଇଁ ୩ ଥର ଉଦ୍ୟମ ହୋଇଛି। ହେଲେ ଏଥିରେ ବିଦ୍ରୋହୀ ଗୋଷ୍ଠୀଙ୍କୁ ସଫଳତା ମିଳି ନଥିବା ଏହି ରିପୋର୍ଟରେ ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ, ରୁଷ ଆକ୍ରମଣ କରିବା ଦିନ ଠାରୁ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ୟୁକ୍ରେନରେ ସକ୍ରିୟ ହୋଇ ଯାଇଛନ୍ତି। ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ୩ ଥର ଉଦ୍ୟମ ମଧ୍ୟ ହୋଇଥିଲା। ହେଲେ ୟୁକ୍ରେନର ଗୁଇନ୍ଦା ଅଧିକାରୀମାନେ ଏହି ଯୋଜନାକୁ ପଣ୍ଡ କରିଦେଇଛନ୍ତି।

Advertisment

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ କ୍ରେମଲିନ୍ ସମର୍ଥିତ ୱାଗନର୍ ଗ୍ରୁପର ଭଡ଼ାଟିଆ ସଦସ୍ୟ ଓ ଚେଞ୍ଚନ୍ ସ୍ପେଶାଲ୍ ଫୋର୍ସର ସଦସ୍ୟଙ୍କୁ ପଠା ଯାଇଛି। ହେଲେ ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବାରେ ସକ୍ଷମ ହୋଇନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୁଷ ସଂଘୀୟ ସେବା ମଧ୍ୟରେ ଥିବା ଯୁଦ୍ଧ ବିରୋଧୀ ବ୍ୟକ୍ତିମାନେ ହିଁ ଜେଲେନସ୍କିଙ୍କ ହତ୍ୟା ଉଦ୍ୟମକୁ ପଣ୍ଡ କରିବାରେ ସହଯୋଗ କରିଛନ୍ତି। ଗତ ଶନିବାର ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ହେଲେ ଏ ସମ୍ପର୍କରେ ୟୁକ୍ରେନର ସୁରକ୍ଷାକର୍ମୀମାନେ ପୂର୍ବରୁ ସୂଚନା ପାଇଥିଲେ। ଯେଉଁଥିପାଇଁ ବଡ଼ ବିପଦକୁ ଟଳାଯାଇ ପାରିଛି।

ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ରୁଷର କିଛି ଅଧିକାରୀ ଯୁଦ୍ଧ ବିରୋଧରେ ରହିଛନ୍ତି। ସେମାନେ ରୁଷ ସରକାର ୟୁକ୍ରେନ କରିଥିବା ଆକ୍ରମଣକୁ ଆଦୌ ସମର୍ଥନ କରୁନାହାନ୍ତି। ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା ସମ୍ପର୍କରେ ସୂଚନା କିଭକୁ ରୁଷରୁ ହିଁ ଆସିଥିଲା।

ଯେଉଁମାନେ ଯୁଦ୍ଧ ସପକ୍ଷରେ ନାହାନ୍ତି, ସେମାନେ ହିଁ ସୂଚନା ଦେଇଥିଲେ। ସେମାନଙ୍କ ସୂଚନା ବଳରେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଆସିଥିବା ଗ୍ରୁପକୁ ଧ୍ୱଂସ କରି ଦିଆଯାଇଛି। ଏଥିପାଇଁ ୟୁକ୍ରେନ ପକ୍ଷରୁ ରୁଷର ସଂପୃକ୍ତ ଅଧିକାରୀଙ୍କୁ ଧନ୍ୟବାଦ ମଧ୍ୟ ଦିଆଯାଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe