Advertisment

ସୁରକ୍ଷା ପରିଷଦରେ କ୍ଷୋଭ ପ୍ରକାଶ କଲେ, ରୁଷର ବର୍ବରତା କଥା ବଖାଣିଲେ ଜେଲେନସ୍କି

ମିଳିତ ଜାତିସଂଘ: ରୁଷ ସହ ଯୁଦ୍ଧ ଚାଲିଥିବା ବେଳେ ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଗର୍ଜିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ରୁଷର ଆଭିମୁଖ୍ୟ କୌଣସି ଆତଙ୍କୀ କାର୍ଯ୍ୟକଳାପ ଠାରୁ କମ ନୁହେଁ। ଆଇଏସଆଇଏସ ଭଳି ରୁଷ ନରସଂହାର କରିଛି। ଜାତିସଂଘ ତୁରନ୍ତ କୌଣସି ପଦକ୍ଷେପ ନେଉ। ନଚେତ ଜାତିସଂଘ ବିଲୀନ ହେଇ ଯାଉ ବୋଲି ବେଶ କ୍ଷୋଭର ସହ କହିଛନ୍ତି ଜେଲେନସ୍କି। ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ହମଲା କରି […]

ଅଦ୍ୟତନ ହୋଇଛି
ସୁରକ୍ଷା ପରିଷଦରେ କ୍ଷୋଭ ପ୍ରକାଶ କଲେ, ରୁଷର ବର୍ବରତା କଥା ବଖାଣିଲେ ଜେଲେନସ୍କି

zelensky

Advertisment

ମିଳିତ ଜାତିସଂଘ: ରୁଷ ସହ ଯୁଦ୍ଧ ଚାଲିଥିବା ବେଳେ ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଗର୍ଜିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ରୁଷର ଆଭିମୁଖ୍ୟ କୌଣସି ଆତଙ୍କୀ କାର୍ଯ୍ୟକଳାପ ଠାରୁ କମ ନୁହେଁ। ଆଇଏସଆଇଏସ ଭଳି ରୁଷ ନରସଂହାର କରିଛି। ଜାତିସଂଘ ତୁରନ୍ତ କୌଣସି ପଦକ୍ଷେପ ନେଉ। ନଚେତ ଜାତିସଂଘ ବିଲୀନ ହେଇ ଯାଉ ବୋଲି ବେଶ କ୍ଷୋଭର ସହ କହିଛନ୍ତି ଜେଲେନସ୍କି।

Advertisment

ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ହମଲା କରି ଚାଲିଛି। କୌଣସି ବିଦେଶୀ ରାଷ୍ଟ୍ର ଏଯାଏ ୟୁକ୍ରେନ ସପକ୍ଷରେ ବାହାରି ନାହାନ୍ତି। ତଥାପି ଜେଲେନସ୍କି ହାର ନ ମାନି ମୁକାବିଲା କରି ଚାଲିଛନ୍ତି। ସବୁବେଳେ କ୍ଲିନସେଭ କରୁଥିବା ଜେଲେନସ୍କିଙ୍କର ଏବେ ଦାଢ଼ି ବଢ଼ି ଯାଇଛି। ଆଜି ସେ ସେନା ପରିଧାନ କରୁଥିବା ଗ୍ରୀନ ଟି-ଶାର୍ଟ ପିନ୍ଧି ଜାତିସଂଘ ସୁରକ୍ଷା ପରିଷଦକୁ ସମ୍ବୋଧନ କରିଛନ୍ତି।

ସେ କହିଛନ୍ତି, ଆଇଏସଆଇଏ ଭଳି ରୁଷ ବୁଚା ସହରରେ ନରସଂହାର କରିଛି। କେବଳ ବୁଚା ନୁହେଁ ବିଭିନ୍ନ ସହରରେ ଏପରି ଘଟଣା ଘଟିଛି। ତେଣୁ ୧୫ ଜଣିଆ ସୁରକ୍ଷା ପରିଷଦରୁ ରୁଷକୁ ବହିଷ୍କାର କରାଯାଉ। ଫଳରେ ନିଜର ଆକ୍ରମଣ ଓ ନିଜର ଯୁଦ୍ଧଖୋର ଆଭିମୁଖ୍ୟକୁ ଆଉ ରୁଷ ବିରୋଧ କରିପାରିବ ନାହିଁ।

Advertisment

ଯଦି ରୁଷକୁ ବହିଷ୍କାର କରିବାକୁ ଯୋଜନା କିମ୍ବା ବିକଳ୍ପ ନାହିଁ, ତା’ହେଲେ ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟମାନେ ଏହାକୁ ବିଲୀନ ବା ଭାଙ୍ଗି ଦିଅନ୍ତୁ। ମିଳିତ ଜାତିସଂଘ ବନ୍ଦ ହୋଇଯିବା ଉଚିତ। ଆପଣମାନେ ଜାତିସଂଘକୁ ବନ୍ଦ କରିବାକୁ ରାଜି ଅଛନ୍ତି?

କ’ଣ ଅନ୍ତର୍ଜାତୀୟ ଆଇନର କିଛି ମୂଲ୍ୟ ନାହିଁ? ଯଦି ଆପଣମାନଙ୍କ ଉତ୍ତର ନା, ତା’ହେଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ଏଥିସହ ରୁଷ ସେନା ବୁଚା ଓ ଅନ୍ୟ ସହରରେ ଘଟାଇଥିବା ନରସଂହାରର ଭିଡିଓ ମଧ୍ୟ ସେ ସମସ୍ତଙ୍କୁ ଦେଖାଇଛନ୍ତି। ଶହଶହ ଶବ ଭିତରେ ଛୋଟ ପିଲା ମଧ୍ୟ ରହିଥିବା ଗ୍ରାଫିକ୍ସ ଭିଡିଓରୁ ଦେଖିବାକୁ ମିଳିଛି।

ଜେଲେନସ୍କି ଆହୁରି କହିଛନ୍ତି, “ରୁଷ ସେନା ସାଧାରଣ ଲୋକଙ୍କୁ ସେମାନଙ୍କ ଆପାର୍ଟମେଣ୍ଟରେ ହତ୍ୟା କରିଛି। ସେମାନଙ୍କ ଘରକୁ ଗ୍ରେନେଡ ମାଡ଼ରେ ଉଡ଼ାଇ ଦେଇଛି। ଲୋକମାନେ କାର୍‌ରେ ଯାଉଥିବା ବେଳେ ମଝି ରାସ୍ତାରେ ଟ୍ୟାଙ୍କ ମଡ଼ାଇ ହତ୍ୟା କରାଯାଇଛି। ନିଜର ଖୁସି ପାଇଁ ସେମାନେ ଲୋକଙ୍କ ହାତ ଓ ବେକ କାଟି ଦେଇଛନ୍ତି।

ନିଜ ପିଲାମାନଙ୍କ ଆଗରେ ମହିଳାମାନଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଉଛି। ସେମାନଙ୍କ କଥା ରୁଷ ସେନାକୁ ଭଲ ଲାଗୁନି ବୋଲି ଜିଭ କାଟି ଦିଆଯାଉଛି। ଆତଙ୍କବାଦୀମାନେ ଯେଉଁ ସବୁ କାମ କରନ୍ତି, ସେ କାମ ରୁଷ କରୁଛି। ତଥାପି ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ସଦସ୍ୟ ଭାବେ ରହିଛି। ରୁଷ ଆଇଏସଆଇଏସ ଆତଙ୍କୀଙ୍କ ଠାରୁ କମ ନୁହେଁ।”

ତେବେ ରୁଷ ପ୍ରତିନିଧି ଜାତିସଂଘ ସୁରକ୍ଷା ପରିଷଦରେ ଜେଲେନସ୍କିଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe