Advertisment

ଆମେରିକା ସଂସଦକୁ ସମ୍ବୋଧନ କଲେ, ଆର୍ଥିକ ଓ ସାମରିକ ସହାୟତା ମାଗିଲେ ଜେଲେନସ୍କି

ୱାଶିଂଟନ: ରୁଷ ହମଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆଜି ଆମେରିକା କଂଗ୍ରେସ ବା ସାଂସଦକୁ ସମ୍ବୋଧନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଜେଲେନସ୍କି ସଂସଦର ସବୁ ସଦସ୍ୟଙ୍କ ସାମ୍ନାରେ ଉପସ୍ଥିତ ରହି ନିଜର ମତ ରଖିଛନ୍ତି। ତାଙ୍କୁ ଆମେରିକା ସଂସଦର ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ସ୍ୱାଗତ କରିଥିଲେ। ଏଥିସହ ରୁଷ ବିରୋଧରେ ୟୁକ୍ରେନ ବେଶ ବୀରତାର ସହ ଲଢ଼େଇ କରୁଥିବାରୁ ସାଂସଦମାନେ ତାଳିମାରି ଜେଲେନସ୍କିଙ୍କୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି […]

author-image
Hemant Lenka
ଆମେରିକା ସଂସଦକୁ ସମ୍ବୋଧନ କଲେ, ଆର୍ଥିକ ଓ ସାମରିକ ସହାୟତା ମାଗିଲେ ଜେଲେନସ୍କି

uuraine

ୱାଶିଂଟନ: ରୁଷ ହମଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆଜି ଆମେରିକା କଂଗ୍ରେସ ବା ସାଂସଦକୁ ସମ୍ବୋଧନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଜେଲେନସ୍କି ସଂସଦର ସବୁ ସଦସ୍ୟଙ୍କ ସାମ୍ନାରେ ଉପସ୍ଥିତ ରହି ନିଜର ମତ ରଖିଛନ୍ତି।

Advertisment

ତାଙ୍କୁ ଆମେରିକା ସଂସଦର ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ସ୍ୱାଗତ କରିଥିଲେ। ଏଥିସହ ରୁଷ ବିରୋଧରେ ୟୁକ୍ରେନ ବେଶ ବୀରତାର ସହ ଲଢ଼େଇ କରୁଥିବାରୁ ସାଂସଦମାନେ ତାଳିମାରି ଜେଲେନସ୍କିଙ୍କୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସ୍ଥିତାବସ୍ଥା କଥା ସମସ୍ତଙ୍କୁ ଅବଗତ କରାଇଛନ୍ତି।

ଏଥିସହ ଆମେରିକାକୁ ଅଧିକ ପରିମାଣର ସାମାରିକ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହାବାଦ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ ଘୋଷଣା କରିବାକୁ ଆମେରିକା ପଦକ୍ଷେପ ନେଉ ବୋଲି ମଧ୍ୟରେ ପୁଣିଥରେ ଅନୁରୋଧ କରିଛନ୍ତି।

Advertisment

ସେ କହିଛନ୍ତି, “ଆଜି ୟୁକ୍ରେନର ଲୋକମାନେ କେବଳ ନିଜ ଦେଶ ପାଇଁ ଲଢ଼ୁ ନାହାନ୍ତି। ସେମାନେ ପୂରା ୟୁରୋପ ଓ ବିଶ୍ୱର ମୂଲ୍ୟବୋଧର ସୁରକ୍ଷା ପାଇଁ ଲଢ଼ୁଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେ ଏବେ ଜୀବନକୁ ବଳି ଚଢ଼ାଉଛୁ। ତେଣୁ ଆଜି ଆମେରିକା ଆମକୁ ସହଯୋଗ କରି କେବଳ ୟୁକ୍ରେନକୁ ରକ୍ଷା କରୁନି ବରଂ ପୂରା ବିଶ୍ୱକୁ ରକ୍ଷା କରୁଛି।

ଆମ ପ୍ଲାନେଟକୁ ଜୀବନ୍ତ ରଖିବାକୁ ଆମେରିକା ପ୍ରୟାସ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ ହେଉଛନ୍ତି ପୂରା ବିଶ୍ୱର ନେତା। ତେଣୁ ସେ ଶାନ୍ତିର ନେତା। ମୁଁ ଆପଣମାନଙ୍କ ସହଯୋଗ ଆବଶ୍ୟକ କରୁଛି। ରୁଷ ହମଲା ବନ୍ଦ ନ କରିବା ଯାଏ ପ୍ରତି ସପ୍ତାହରେ କଟକଣା ପ୍ୟାକେଜ ଆସିବା ଦରକାର। ୟୁକ୍ରେନର ଆକାଶକୁ ନୋ ଫ୍ଲାଏ ଜୋନ ଘୋଷଣା କରନ୍ତୁ। ଯଦି ନୋ ଫ୍ଲାଏ ଜୋନ ଘୋଷଣା କରିବେ ନାହିଁ, ତା’ହେଲେ ଆମକୁ ଯୁଦ୍ଧ ବିମାନ ଦିଅନ୍ତୁ। ଆମେ ରୁଷ ସହ ଲଢ଼େଇ କରିବୁ।

ରୁଷ କେବଳ ଆମ ମାଟି ଉପରେ ଆକ୍ରମଣ କରିନାହିଁ। ଏହା ଆମ ମୂଲ୍ୟବୋଧ ଉପରେ ହମଲା। ଆମ ଜାତୀୟତାବାଦ ଉପରେ ହମଲା କରାଯାଇଛି। ଆମେ ମୁକ୍ତ ଭାବେ ରହିବାକୁ ଚାହୁଁଥିଲୁ। ଠିକ ଆମେରିକା ଭଳି। ଆମକୁ ଆମେରିକା କରୁଥିବା ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ।”


ସମ୍ବୋଧନ ବେଳେ ଜେଲେନସ୍କି ଆମେରିକାର ୯/୧୧ ହମଲା ଓ ୧୯୪୧ ମସିହାର ପର୍ଲ ହାରବର ଆକ୍ରମଣ କଥା ମଧ୍ୟ କହିଥିଲେ। ସେତେବେଳେ ଆମେରିକା ଯେଉଁଭଳି ଅନୁଭବ କରିଥିଲା ଏବେ ସବୁଦିନ ଆମେ ସେମିତି ସ୍ଥିତି ଦେଇ ଗତି କରୁଛୁ ବୋଲି ଜେଲେନସ୍କି କହିଛନ୍ତି।

Russia-Ukraine War