Advertisment

ଇମୋସନାଲ କାର୍ଡ ଖେଳିଲେ ଜେଲେନସ୍କି, କହିଲେ ମୁଁ ବି ଜଣେ ବାପା

କିଭ୍‌: ରୁଷର ଘନଘନ ହମଲାରେ ଘାଇଲା ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏବେ ଇମୋସନାଲ କାର୍ଡ ଖେଳିଛନ୍ତି। ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାରାତ୍ମକ କେମିକାଲ ଅସ୍ତ୍ର ବ୍ୟବହାର କରିବାକୁ ଚାହୁଁଥିବା ରୁଷ ଅଭିଯୋଗ କରିବା ପରେ ଜେଲେନସ୍କି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ରୁଷର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ୟୁକ୍ରେନ କୌଣସି ପ୍ରକାରର ବାୟୋ କେମିକାଲ ଅସ୍ତ୍ର ମୁତୟନ କରିନାହିଁ। ବ୍ୟାପକ ଧ୍ୱଂସଲୀଳା କରିବାର କୌଣସି ଅସ୍ତ୍ର କେବେ ହେଲେ ୟୁକ୍ରେନ […]

ଅଦ୍ୟତନ ହୋଇଛି
ଇମୋସନାଲ କାର୍ଡ ଖେଳିଲେ ଜେଲେନସ୍କି, କହିଲେ ମୁଁ ବି ଜଣେ ବାପା

zelensky

Advertisment

କିଭ୍‌: ରୁଷର ଘନଘନ ହମଲାରେ ଘାଇଲା ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏବେ ଇମୋସନାଲ କାର୍ଡ ଖେଳିଛନ୍ତି। ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାରାତ୍ମକ କେମିକାଲ ଅସ୍ତ୍ର ବ୍ୟବହାର କରିବାକୁ ଚାହୁଁଥିବା ରୁଷ ଅଭିଯୋଗ କରିବା ପରେ ଜେଲେନସ୍କି ନିଜର ପ୍ରତିକ୍ରିୟା ରଖିଛନ୍ତି।

Advertisment

ସେ ରୁଷର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ୟୁକ୍ରେନ କୌଣସି ପ୍ରକାରର ବାୟୋ କେମିକାଲ ଅସ୍ତ୍ର ମୁତୟନ କରିନାହିଁ। ବ୍ୟାପକ ଧ୍ୱଂସଲୀଳା କରିବାର କୌଣସି ଅସ୍ତ୍ର କେବେ ହେଲେ ୟୁକ୍ରେନ ବ୍ୟବହାର କରିବ ନାହିଁ।”

ଦେଶକୁ ସମ୍ବୋଧନ କରି ଜେଲେନସ୍କି କହିଛନ୍ତି, “ମୁଁ ଗୋଟିଏ ଦେଶ ଓ ଲୋକଙ୍କ ରାଷ୍ଟ୍ରପତି। ମୁଁ ଦୁଇ ଜଣ ପିଲାଙ୍କ ବାପା। ମୁଁ କେବେ ହେଲେ ଧ୍ୱଂସଲୀଳା କରିପାରିବି ନାହିଁ। ଆମ ମାଟିରେ ବ୍ୟାପକ କ୍ଷତି କରୁଥିବା କୌଣସି ଅସ୍ତ୍ର ମୁତୟନ କରାଯାଇନି। ପୂରା ବିଶ୍ୱ ଏକଥା ଭଲ ଭାବେ ଜାଣିଛି। ଯଦି ରୁଷ ଆମ ବିରୋଧରେ ସେଭଳି କୌଣସି ଅସ୍ତ୍ର ବ୍ୟବହାର କରିବ, ତା’ହେଲେ ଏହାର ପରିମାଣ ଅତ୍ୟନ୍ତ ଭୟଙ୍କର ହେବ। ଆମେ ସାଂଘାତିକ କଟକଣା ଲଗାଇ ଏହାର ଜବାବ ଦେବୁ।”

Advertisment

ରୁଷର ନ୍ୟୁଜି ଏଜେନ୍ସି କହିଥିଲା ଯେ “ଚେର୍ଣ୍ଣୋବିଲ ପରମାଣୁ ଶକ୍ତି କେନ୍ଦ୍ରରେ ୟୁକ୍ରେନ କେମିକାଲ ଅସ୍ତ୍ରର ବିକଶିତ କରିଛି। ଏହି ପାୱାର ପ୍ଲାଣ୍ଟ ୨୦୦୦ ମସିହାରୁ ବନ୍ଦ ରହିଥିଲେ ମଧ୍ୟ ୟୁକ୍ରେନ ଏଠାରେ ପରମାଣୁ ଅସ୍ତ୍ର ତିଆରି କରୁଛି। ଯୁଦ୍ଧ ସମୟରେ ୟୁକ୍ରେନ ଏହାର ବ୍ୟବହାର ମଧ୍ୟ କରିପାରେ।” ଏହି ଦାବି ଉପରେ ଜେଲେନସ୍କି ଦେଶକୁ ସମ୍ବୋଧନ କରି ନିଜର ପକ୍ଷ ରଖିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ରୁଷର ବୋମା ମାଡ଼ରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସସ୍ତୁତରେ ପରିଣତ ହୋଇଗଲାଣି। ତଥାପି ୟୁକ୍ରେନ ସୈନ୍ୟ ରୁଷର କଡ଼ା ମୁକାବିଲା କରୁଛନ୍ତି। ରୁଷ ସେନା ୟୁକ୍ରେନ ରାଜଧାନୀ କିଭ୍‌କୁ ଦଖଲ କରିବାକୁ ଚାହୁଁଥିଲେ ମଧ୍ୟ ଏଯାଏ ଏଥିରେ ସଫଳତା ପାଇ ନାହାନ୍ତି।


ଅନ୍ୟପଟେ ଦୁଇ ଦେଶରେ ବିବାଦର ସାମାଧାନ ପାଇଁ ପ୍ରୟାସ ଚାଲିଛି। ଉଭୟ ଦେଶ ପରସ୍ପର ସହ ଏକାଧିକ ବୈଠକ କରିଛନ୍ତି। ହେଲେ ବୈଠକରୁ ନିଷ୍କର୍ସ ବାହାରି ପାରୁନି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe