Advertisment

ଶେଷ ଆଟାକ ପାଇଁ ରୁଷ ପ୍ରସ୍ତୁତ! ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ପଠାଇଲେ ରାଷ୍ଟ୍ରପତି ଜେଲେନସ୍କି

କିଭ୍‌: ୟୁକ୍ରେନ ଉପରେ ଶେଷ ଓ ସବୁଠାରୁ ବଡ଼ ହମଲା କରିବା ପାଇଁ ରୁଷ ତା’ର ଯୋଜନାକୁ ଚୂଡ଼ାନ୍ତ କରିଛି। ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନର ରାଜଧାନୀ କିଭ୍‌ ଦଖଲ ପାଇଁ ରୁଷ ଅଲଆଉଟ ଆକ୍ରମଣ କରିପାରେ। ଏବେ କିଭ୍‌ର ୩ ପଟୁ ରୁଷ ସେନା ଘେରି ରହିବା ସହ ଘନଘନ ବୋମା ଓ ମିସାଇଲ ମାଡ଼ କରୁଛନ୍ତି। ଦୁର୍ଦ୍ଦଶ ଚେଚେନିୟା ବିଦ୍ରୋହୀ ମଧ୍ୟ ୟୁକ୍ରେନ ଉପରେ ହମଲା କରିବାକୁ କିଭ୍‌ ନିକଟରେ ପହଞ୍ଚି ଯାଇଛନ୍ତି। ଆଜି ରାତି […]

ଅଦ୍ୟତନ ହୋଇଛି
ଶେଷ ଆଟାକ ପାଇଁ ରୁଷ ପ୍ରସ୍ତୁତ! ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ପଠାଇଲେ ରାଷ୍ଟ୍ରପତି ଜେଲେନସ୍କି

Kiyv

Advertisment

କିଭ୍‌: ୟୁକ୍ରେନ ଉପରେ ଶେଷ ଓ ସବୁଠାରୁ ବଡ଼ ହମଲା କରିବା ପାଇଁ ରୁଷ ତା’ର ଯୋଜନାକୁ ଚୂଡ଼ାନ୍ତ କରିଛି। ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନର ରାଜଧାନୀ କିଭ୍‌ ଦଖଲ ପାଇଁ ରୁଷ ଅଲଆଉଟ ଆକ୍ରମଣ କରିପାରେ। ଏବେ କିଭ୍‌ର ୩ ପଟୁ ରୁଷ ସେନା ଘେରି ରହିବା ସହ ଘନଘନ ବୋମା ଓ ମିସାଇଲ ମାଡ଼ କରୁଛନ୍ତି।

Advertisment

ଦୁର୍ଦ୍ଦଶ ଚେଚେନିୟା ବିଦ୍ରୋହୀ ମଧ୍ୟ ୟୁକ୍ରେନ ଉପରେ ହମଲା କରିବାକୁ କିଭ୍‌ ନିକଟରେ ପହଞ୍ଚି ଯାଇଛନ୍ତି। ଆଜି ରାତି କିମ୍ବା କାଲି ଭିତରେ ରୁଷ ପଞ୍ଝାକୁ କିଭ୍‌ ଚାଲିଯିବାର ଯଥେଷ୍ଟ ଆଶଙ୍କା ରହିଛି। ତଥାପି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି। ୟୁକ୍ରେନ ସେନା ମଧ୍ୟ ରୁଷ ହମଲାର ମୁକାବିଲା କରିବାରେ ଲାଗିଛନ୍ତି।

ଏସବୁ ଭିତରେ ଆଜି ଦେଶବାସୀଙ୍କ ପାଇଁ ହଠାତ୍‌ ଗୋଟିଏ ଭିଡିଓ ଜାରି କରିଛନ୍ତି ଜେଲେନସ୍କି। ଏଥିରେ ସେ ଲୋକଙ୍କୁ ଏକାଠି ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି। ଏକାଠି ଲଢ଼େଇ କଲେ ବିଜୟ ମିଳିବ ବୋଲି ମଧ୍ୟ ସେ କହିଛନ୍ତି।

Advertisment

ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, “ରୁଷ ଆମ ଭିତ୍ତିଭୂମିକୁ ଧ୍ୱଂସ କରିବା ପ୍ରକ୍ରିୟା ଜାରି ରଖିଛି। ଆମ ସହର ଗୁଡ଼ିକ ଉପରେ ରୁଷର ପ୍ରଚଣ୍ଡ ହମଲା ଚାଲିଛି। କିନ୍ତୁ ଆମେ ପ୍ରତି ସହରର ପ୍ରତିଟି ରାସ୍ତାକୁ ପୁଣି ତିଆରି କରିବା। ପ୍ରତିଟି ୟୁକ୍ରେନ ନାଗରିକଙ୍କ ପାଇଁ ଘର ଓ ଆପାର୍ଟମେଣ୍ଟ ତିଆରି କରାଯିବ। ଦଖଲକାରୀମାନେ ଏବେ ବି ଆମ ମାଟିରେ ଅଛନ୍ତି। ଆମକୁ ସେମାନଙ୍କୁ ଯେମିତି ହେଲେ ବି ହରାଇବାକୁ ପଡ଼ିବ।

ଯେକୌଣସି ଉପାୟରେ ସେମାନଙ୍କୁ ମତ ଦେବାକୁ ହେବ। ପ୍ରତିଟି ସହର, ପ୍ରତିଟି ଗାଁ ଓ ଆମ ମାଟିର ପ୍ରତିଟି ମିଟରକୁ ଆମକୁ ସୁରକ୍ଷା କରିବାକୁ ପଡ଼ିବ। ସମସ୍ତେ ସମସ୍ତଙ୍କୁ ସହଯୋଗ କରିବା। ସମସ୍ତେ ସମସ୍ତଙ୍କୁ ସମର୍ଥନ କରିବା। ସେନାକୁ ମଧ୍ୟ ଆମର ସମର୍ଥନ ଦରକାର। ଆମ ଦେଶକୁ ସୁରକ୍ଷା କରିବା। ଏକାଠି ଆମେ ଯେମିତି ହେଲେ ଜିତିବା। ୟୁକ୍ରେନର ମହତ୍ତ୍ୱ ରଖିବା।”


ଅନ୍ୟପକ୍ଷରେ ରୁଷ ଏବେ ୟୁକ୍ରେନ ବିରୋଧରେ ଲଢ଼େଇ କରିବାକୁ ହଜାରେ ସିରିୟାନ ଯୋଦ୍ଧାଙ୍କୁ ନିଯୁକ୍ତି କରିଛି। ସେମାନଙ୍କ ମଧ୍ୟରୁ ୪୦୦ ଜଣ ଏବେ ରୁଷ ଦେଇ ୟୁକ୍ରେନ ଅଭିମୁଖେ ଆସୁଛନ୍ତି। ଏହାବାଦ ୟୁକ୍ରେନର ଅନ୍ୟ ସହର ଗୁଡ଼ିକରେ ପୂର୍ବଭଳି ରୁଷ ହମଲା ଜାରି ରଖିଛି।

ବିଶେଷ କରି ଖାରକିଭ, ମାରିୟୁପୋଲ ଓ କିଭ୍‌ ଉପରେ ପ୍ରଚଣ୍ଡ ହମଲା କରାଯାଉଛି। ପଶ୍ଚିମ ୟୁକ୍ରେନରେ ଥିବା ଲଭିଭ ସହରର କିଛି ସ୍ଥାନରେ ବି ରୁଷ ସେନା ବୋମା ମାଡ଼ କରୁଛନ୍ତି। ରୁଷର ହମଲା ଯୋଗୁ ୟୁକ୍ରେନରେ ଥିବା ବଡ଼ବଡ଼ ଘର, ଆପାର୍ଟମେଣ୍ଟ, ହସ୍ପିଟାଲ, ସ୍କୁଲ ଓ ରାସ୍ତାଘାଟ ଧ୍ୱଂସସ୍ତୁପରେ ପରିଣତ ହୋଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe