Advertisment

ଇସ୍ରାଏଲ ସଂସଦକୁ ଜେଲେନସ୍କିଙ୍କ ଉଦ୍‌ବୋଧନ, ଏଠି ଇହୁଦୀ ଭାଇମାନଙ୍କ ମୁଣ୍ଡ ଗଡ଼ୁଛି

ନୂଆଦିଲ୍ଲୀ: ସୋମବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଇସ୍ରାଏଲ ସଂସଦକୁ ଉଦବୋଧନ ଦେଇଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଇହୁଦୀମାନଙ୍କୁ ଯେମତି ଗଣସଂହାର କରାଯାଉଥିଲା, ଏବେ ୟୁକ୍ରେନ୍‌ରେ ସେମିତି ଅପରାଧ ରୁଷ ଭିଆଉଛି। ସେତେବେଳେ ଆପଣମାନେ ଯେମିତି ନର୍ମମ ପରିସ୍ଥିକୁ ସାମ୍ନା କରିଥିଲେ ଆମେ ଏବେ ସମାନ ସ୍ଥିତିରେ ସମ୍ମୁଖୀନ ହୋଇଛୁ । ମସ୍କୋସହ ଅନ୍ତିମ ବୁଝାମଣା ଏବେ ଅପେକ୍ଷାରେ ଅଛି ବୋଲି ସେ କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ରୁଷ ଆକ୍ରମଣରେ ୟୁକ୍ରେନ୍‌ ଏକ ପ୍ରକାର ଧ୍ୱଂସସ୍ତୁପରେ […]

author-image
Tapas Behera
ଅଦ୍ୟତନ ହୋଇଛି
ଜେଲେନସ୍କିଙ୍କ ମୋହ ଭଙ୍ଗ: କହିଲେ ବିଶ୍ୱର ଆଉ କାହାକୁ ବିଶ୍ୱାସ ନାହିଁ

zelen

ନୂଆଦିଲ୍ଲୀ: ସୋମବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଇସ୍ରାଏଲ ସଂସଦକୁ ଉଦବୋଧନ ଦେଇଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଇହୁଦୀମାନଙ୍କୁ ଯେମତି ଗଣସଂହାର କରାଯାଉଥିଲା, ଏବେ ୟୁକ୍ରେନ୍‌ରେ ସେମିତି ଅପରାଧ ରୁଷ ଭିଆଉଛି। ସେତେବେଳେ ଆପଣମାନେ ଯେମିତି ନର୍ମମ ପରିସ୍ଥିକୁ ସାମ୍ନା କରିଥିଲେ ଆମେ ଏବେ ସମାନ ସ୍ଥିତିରେ ସମ୍ମୁଖୀନ ହୋଇଛୁ । ମସ୍କୋସହ ଅନ୍ତିମ ବୁଝାମଣା ଏବେ ଅପେକ୍ଷାରେ ଅଛି ବୋଲି ସେ କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ରୁଷ ଆକ୍ରମଣରେ ୟୁକ୍ରେନ୍‌ ଏକ ପ୍ରକାର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ବହୁ ଲୋକେ ମୃତାହତ ହୋଇଛନ୍ତି । ଅନେକ ଦେଶ ଛାଡ଼ିଲେଣି।

Advertisment

ୟକ୍ରେନ୍‌ର ସଂସ୍କୃତି ମାଟିରେ ମିଶିଯାଇଛି। ତେଣୁ ମୁଁ ବାଧ୍ୟ ହୋଇ ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହ ତୁଳନା କରୁଛି ବୋଲି ଜେଲେନସ୍କି କୈହଇଛନ୍ତି। ଦ୍ୱତୀୟ ବିଶ୍ୱଯୁଦ୍ଧରେ ଅର୍ଥାତ ୮୦ ବର୍ଷ ତଳେ  ଇହୁଦୀଙ୍କ ଦୁର୍ଦ୍ଦଶା ସହ ୟୁକ୍ରେନୀୟମାନଙ୍କୁ ତୁଳନା କରି ପରୋକ୍ଷରେ ସାହାଯ୍ୟ ମାଗିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱର ସତ୍ୟପକ୍ଷରେ ଥିବା ଲୋକମାନେ ଏବେ ୟୁକ୍ରେନ୍ ସହ ଛିଡ଼ା ହେବାକୁ ପଡ଼ିବ। କାରଣ ସେମାନଙ୍କୁ ଇହୁଦୀମାନଙ୍କୁ ରକ୍ଷା କରିବାକୁ ପଡ଼ିବ । ଏବେ ଆପଣଙ୍କ ପସନ୍ଦ ବୋଲି ଜେଲେନସ୍କି ଇସ୍ରାଏଲ ସଂସଦକୁ ଉଦବୋଧନ ଦେଇ କହିଛନ୍ତି।

ତେବେ ଏହା ପ୍ରଥମ ଥର ନୁହଁ।  ୟୁକ୍ରେନର ସ୍ଥିତିକୁ ଐତିହାସିକ ଟ୍ରାଜେଡି କହି ଜେଲେନସ୍କି ସମଗ୍ର ବିଶ୍ୱ ନେତାଙ୍କ ଦୃଷ୍ଟି ଆକର୍ଶଣ କରିଛନ୍ତି। ପୂର୍ବରୁ ୟୁଏସ କଂଗ୍ରେସକୁ ମଧ୍ୟ ଜେଲେନସ୍କି ଉଦବୋଧନ ଦେଇ ସହାୟତା ମାଗିଥିଲେ।  ସେତେବେଳେ ୟୁକ୍ରେନର ଆକ୍ରମଣକୁ ପର୍ଲହାର୍ବର ଏବଂ ୨୦୦୧ରେ ଡବ୍ଲ୍ୟଟିଓ ଆକ୍ରମଣ ସହ ତୁଳନା କରିଥିଲେ। ତେବେ ମାନବିକତା ଦୃଷ୍ଟିରୁ ସହାୟତା କରିବାକୁ ଇସ୍ରାଏଲ ପ୍ରତିଶ୍ରୁତି ଦେଇଛି। ବିଶେଷ କରି ଯୁଦ୍ଧଗ୍ରସ୍ତ୍ର ୟୁକ୍ରେନ୍‌ରେ ହସପିଟାଲ ସ୍ଥାପନ କରିବାକୁ ଇସ୍ରାଏଲ ପ୍ରତିଶ୍ରୁତି ଦେଇଛି।

Advertisment
Russia-Ukraine War