Advertisment

ପୁଟିନଙ୍କୁ ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲେ ଜେଲେନସ୍କି

ନୂଆଦିଲ୍ଲୀ: କିଭ୍‌ ଦଖଲ ଜିଦ୍‌ରେ ଅଟଳ ଥିବା ରୁଷ ୟୁକ୍ରେନ୍‌କୂ ନଷ୍ଟଭ୍ରଷ୍ଟ କରିସାରିଲାଣି। ଦିନକୁ ଆକ୍ରମଣକୁ ଭୟଙ୍କର ବ୍ୟାପକ କରିଥିବା ରୁଷର ଆକ୍ରୋଶରୁ ସାଧାରଣ ଲୋକେ ବର୍ତ୍ତି ନାହାନ୍ତି। ଯୁଦ୍ଧର ଘମାଘୋଟ୍‌ ଲଢ଼େକୁ ଆଜି ୨୫ ଦିନ ପୁରିଛି। ଅଧାଲୋକେ ଦେଶ ଛାଡ଼ିସାରିଲେଣି। ଅନ୍ୟପଟେ ରୁଷ ବିରୋଧରେ ୟୁକ୍ରେନ୍‌ ସେନା ଦମ୍ଭର ସହ ଜବାବ ଦେଉଥିବା ବେଳେ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ରୁଷକୁ ଦାଗୀ ଯୁଦ୍ଧ ଅପରାଧି କହି ଟାର୍ଗେଟ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ପୁଣି […]

ଜେଲେନସ୍କିଙ୍କ ମୋହ ଭଙ୍ଗ: କହିଲେ ବିଶ୍ୱର ଆଉ କାହାକୁ ବିଶ୍ୱାସ ନାହିଁ

zelen

Advertisment

ନୂଆଦିଲ୍ଲୀ: କିଭ୍‌ ଦଖଲ ଜିଦ୍‌ରେ ଅଟଳ ଥିବା ରୁଷ ୟୁକ୍ରେନ୍‌କୂ ନଷ୍ଟଭ୍ରଷ୍ଟ କରିସାରିଲାଣି। ଦିନକୁ ଆକ୍ରମଣକୁ ଭୟଙ୍କର ବ୍ୟାପକ କରିଥିବା ରୁଷର ଆକ୍ରୋଶରୁ ସାଧାରଣ ଲୋକେ ବର୍ତ୍ତି ନାହାନ୍ତି। ଯୁଦ୍ଧର ଘମାଘୋଟ୍‌ ଲଢ଼େକୁ ଆଜି ୨୫ ଦିନ ପୁରିଛି। ଅଧାଲୋକେ ଦେଶ ଛାଡ଼ିସାରିଲେଣି। ଅନ୍ୟପଟେ ରୁଷ ବିରୋଧରେ ୟୁକ୍ରେନ୍‌ ସେନା ଦମ୍ଭର ସହ ଜବାବ ଦେଉଥିବା ବେଳେ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ରୁଷକୁ ଦାଗୀ ଯୁଦ୍ଧ ଅପରାଧି କହି ଟାର୍ଗେଟ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ପୁଣି ଥରେ ଜେନେଲସ୍କି କହିଛନ୍ତି  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେ ଆଲୋଚନା ପାଇଁ ରାଜି ଅଛନ୍ତି। ଯଦି ଏହି ବୁଝାମଣା ବିଫଳ ହୁଏ ତେବେ ଏହାର ତୃତୀୟ ବିଶ୍ୱ ଯୁଦ୍ଧ ବୁଝାଯିବ ବୋଲି ସେ କହିଛନ୍ତି। ଜେନେଲସ୍କି କହିଛନ୍ତି ଯେ, ମୁଁ ପୁଟିନଙ୍କ ସହ ଆଲୋଚନା ପାଇଁ ରାଜି ଅଛି।

Advertisment

ମୁଁ ଦୁଇ ବର୍ଷ ହେଲା ମଧ୍ୟ ପ୍ରସ୍ତୁତ ଅଛି। ଯଦି ପରସ୍ପର ମଧ୍ୟରେ ଆଲୋଚନା ନହୁଏ ତେବେ ଯୁଦ୍ଧର ଅବସାନ ଘଟିବ ନାହିଁ। ଶାନ୍ତି ଆଲୋଚନା ପାଇଁ ଯେ କୌଣସି ଫର୍ମାଟ ପାଇଁ ସେ ପ୍ରସ୍ତୁତ ଅଛନ୍ତି। ଯଦି ଏହି ଉଦ୍ୟମ ବିଫଳ ହୁଏ ତେବେ ଏହାକୁ  ତୃତୀୟ ବିଶ୍ୱଯୁଦ୍ଧ ବିଚାର କରାଯିବ ବୋଲି ସେ କହିଛନ୍ତି।  ଅନ୍ୟପଟେ ଚାରି ଥର ଶାନ୍ତି ଆଲୋଚନା ହେଲାଣି । ତଥାପି ବାହାରୁନି ସମାଧାନର ବାଟ । କାହା କଥା ଶୁଣିବାକୁ ପ୍ରସ୍ତୁତ ନାହିଁ ରୁଷ । ଯୁଦ୍ଧ ସ୍ଥିତି ଆହୁରି ଘନେଇବାରେ ଲାଗିଛି। ଏହାରି ଭିତରେ ଏବେ ରୁଷ ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ନ୍ୟୁକ୍ଲିଅର ୱାର୍‌ ଡ୍ରିଲ୍‌ ତଥା ପରମାଣୁ ଯୁଦ୍ଧ ସମରାଭ୍ୟାସ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ୍ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଅନ୍ତାର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସିଗ୍‌ନାଲ ଦେଇଛନ୍ତି।  ରୁଷିଆର ବରିଷ୍ଠ ରାଜନୈତିକ ନେତାମାନଙ୍କୁ ମଧ୍ୟ ପରମାଣୁ ଯୁଦ୍ଧ ଉଦ୍ଧାର କାର୍ଯ୍ୟରେ ଭାଗ ନେବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ରୁଷର ସୁରକ୍ଷା ବର୍ତ୍ତମାନ ପାଇଁ ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦ୍‌ଭେଦ୍ ଉପରେ ନ୍ୟସ୍ତ ରହିଛି। ତେଣୁ ସେ ରୁଷ ସଂସଦର ଉଭୟ ସଦନକୁ ପରମାଣୁ ଯୁଦ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି। ସେପଟେ ପୁଟିନଙ୍କ ପରମାଣୁ ଆକ୍ରମଣ ନିଷ୍ପତ୍ତି କ୍ରେମଲିନର ଅଧିକାରୀଙ୍କୁ ଘୋର ଚିନ୍ତାରେ ପକାଇଛି। ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି , ଯୁଦ୍ଧକୁ ୨୫ ଦିନ ହୋଇଥିଲେ ବି ୟୁକ୍ରେନ ଅସ୍ତ୍ର ଛାଡିବାକୁ ରାଜି ହେଉନାହିଁ, ଯାହା ପୁଟିନଙ୍କୁ କ୍ରୋଧିତ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe