ଜବରଦସ୍ତ କ୍ୟାମେରା କ୍ୱାଲିଟି ସହିତ Xiaomi Mi 8 ସ୍ମାର୍ଟ ଫୋନ୍‌ ଲଞ୍ଚ୍‌

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଚୀନ୍‌ ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀ ଶାଓମୀ ଭାରତରେ ନିଜର ନୂଆ ସ୍ମାର୍ଟ୍‌ଫୋନ୍‌ Mi 8କୁ ଲଞ୍ଚ୍‌ କରିଛି। ଏହା କଳା ଓ ନୀଳ ରଙ୍ଗରେ ଉପଲବ୍ଧ ହେବ। କମ୍ପାନୀ ଏଥିରେ 8GB ରାମ୍‌ ସହିତ 128 GB ମୋବାଇଲ୍‌ ଷ୍ଟୋରେଜ୍‌ ଦେଇଛି। ଭାରତରେ ଏହାର ମୂଲ୍ୟ ୩୪ ହଜାର ୫୦୦ ଟଙ୍କା ରହିଛି। ଗ୍ରାହକ ଶାଓମୀର ଅଫିସିଆଲ୍‌ ୱେବ୍‌ସାଇଟ୍‌ Mi.com କିମ୍ବା ଇ-କମର୍ସ ୱେବ୍‌ସାଇଟ୍‌ JD.comକୁ ଯାଇ ଏହା କିଣିପାରିବେ। ଶାଓମୀର ଏହି […]

xiaomi-mi-8-se-696x435

xiaomi-mi-8-se-696x435

Developer
  • Published: Friday, 17 August 2018
  • Updated: 17 August 2018, 02:51 AM IST

Sports

Latest News

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଚୀନ୍‌ ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀ ଶାଓମୀ ଭାରତରେ ନିଜର ନୂଆ ସ୍ମାର୍ଟ୍‌ଫୋନ୍‌ Mi 8କୁ ଲଞ୍ଚ୍‌ କରିଛି।

ଏହା କଳା ଓ ନୀଳ ରଙ୍ଗରେ ଉପଲବ୍ଧ ହେବ। କମ୍ପାନୀ ଏଥିରେ 8GB ରାମ୍‌ ସହିତ 128 GB ମୋବାଇଲ୍‌ ଷ୍ଟୋରେଜ୍‌ ଦେଇଛି।

ଭାରତରେ ଏହାର ମୂଲ୍ୟ ୩୪ ହଜାର ୫୦୦ ଟଙ୍କା ରହିଛି।

ଗ୍ରାହକ ଶାଓମୀର ଅଫିସିଆଲ୍‌ ୱେବ୍‌ସାଇଟ୍‌ Mi.com କିମ୍ବା ଇ-କମର୍ସ ୱେବ୍‌ସାଇଟ୍‌ JD.comକୁ ଯାଇ ଏହା କିଣିପାରିବେ। ଶାଓମୀର ଏହି ଫୋନ୍‌ ୱାନପ୍ଲସ୍‌ ୬କୁ ଟକ୍କର ଦେବ ବୋଲି କୁହାଯାଉଛି।

ଏଥିରେ କ'ଣ ରହିଛି ଖାସ୍‌ ?

Xiaomi Mi 8 ରେ ୬.୨୧ ଇଞ୍ଚ୍‌ର ଡିସ୍‌ପ୍ଲେ ଦିଆଯାଇଛି। ଯାହାର ଆସ୍‌ପେକ୍ଟ ରେସିଓ ୧୮:୭:୯ ରହିଛି। ଏଥିସହିତ ଡିସ୍‌ପ୍ଲେରେ ଏମୋଲେଡ୍‌ ସିଷ୍ଟମ୍‌ ଓ ନଚ୍‌ର ଫିଚର୍‌ ଦିଆଯାଇଛି। ଶାଓମୀର ଏହି ଫୋନ୍‌ରେ ସ୍ନାପ୍‌ଡ୍ରାଗନ୍‌ ୮୪୫ SoC ପ୍ରୋସେସର୍‌ ଦିଆଯାଇଛି।

କ୍ୟାମେରା: ଏହି ଫୋନ୍‌ରେ ୧୨ ମେଗାପିକ୍ସେଲ୍‌ର ଡୁଆଲ୍‌ ରିୟର୍‌ କ୍ୟାମେରା ଓ ୨୦ ମେଗାପିକ୍ସେଲ୍‌ କ୍ୟାମେରା ଦିଆଯାଇଛି। ଏଥିରେ ୧.୮ ମାଇକ୍ରନ୍‌ ପିକ୍ସେଲ ସାଇଜ୍‌ ସହିତ ଅନ୍ୟାନ୍ୟ ସୁବିଧା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos