/odisha-reporter/media/post_attachments/uploads/2015/09/yemen-main.jpg)
yemen-main
ସାନ୍ନା(ୟେମେନ): ୟେମେନର ରାଜଧାନୀ ସାନ୍ନା ଉପରେ ସାଉଦୀ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଏଥିରେ ୧୧ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ହୁଏତୀ ବିଦ୍ରୋହୀ ଓ ସାଧାରଣ ଲୋକ ଗୁରୁତର ହୋଇଛନ୍ତି। ସାନ୍ନାର ପଶ୍ଚିମ ପ୍ରଦେଶର ଇବ ଅଞ୍ଚଳରେ ଥିବା ହୁଏତୀ ବିଦ୍ରୋହୀଙ୍କ ଆଡ୍ଡା ଉପରେ ସାଉଦୀ ବାୟୁସେନାର ବିମାନ ଏହି ଆକ୍ରମଣ କରିଥିଲା । ଏହି ଆଡ୍ଡାରେ ୩୦୦ ହୁଏତୀ ବିଦ୍ରୋହୀ ଥିଲେ ବୋଲି କି ଜଣାପଡିଛି। ଆକ୍ରମଣ ବେଳେ ବହୁ ବିଦ୍ରୋହୀ ଖସି ପଲାଇବାକୁ ସୂଚନା ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
