Advertisment

ଘରୁ ଚାଇନା ମିଟର ହଟାଇବେ ଯୋଗୀ ସରକାର

ଲକ୍ଷ୍ନୌ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏଯାବତ ଲାଗି ରହିଛି। ଏଭଳି ସ୍ଥିତିରେ ଚୀନ ଉତ୍ପାଦ ତଥା ସାମଗ୍ରୀଗୁଡ଼ିକୁ ବହିଷ୍କାର ବା ବୟକଟ୍ କରିବାକୁ ସାରା ଦେଶରେ ସ୍ୱର ଉଠୁଛି। ଏହାରି ଭିତରେ ଉତ୍ତର ପ୍ରଦେଶରେ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ୟୁପିରେ ଏଣିକି ଚୀନ ନିର୍ମିତ ବିଦ୍ୟୁତ୍ ମିଟର ବ୍ୟବହାର କରାଯିବ ନାହିଁ। ରାଜ୍ୟ ଖାଉଟି ପରିଷଦ ପକ୍ଷରୁ ଅଭିଯୋଗ କରାଯିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଚାଇନା ବିଦ୍ୟୁତ୍ […]

author-image
Pragnya Choudhury
ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

yogi adityanath

ଲକ୍ଷ୍ନୌ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏଯାବତ ଲାଗି ରହିଛି। ଏଭଳି ସ୍ଥିତିରେ ଚୀନ ଉତ୍ପାଦ ତଥା ସାମଗ୍ରୀଗୁଡ଼ିକୁ ବହିଷ୍କାର ବା ବୟକଟ୍ କରିବାକୁ ସାରା ଦେଶରେ ସ୍ୱର ଉଠୁଛି। ଏହାରି ଭିତରେ ଉତ୍ତର ପ୍ରଦେଶରେ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ୟୁପିରେ ଏଣିକି ଚୀନ ନିର୍ମିତ ବିଦ୍ୟୁତ୍ ମିଟର ବ୍ୟବହାର କରାଯିବ ନାହିଁ। ରାଜ୍ୟ ଖାଉଟି ପରିଷଦ ପକ୍ଷରୁ ଅଭିଯୋଗ କରାଯିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Advertisment

ଚାଇନା ବିଦ୍ୟୁତ୍ ମିଟର ବ୍ୟତୀତ ଚୀନ ନିର୍ମିତ ବିଦ୍ୟୁତ୍ ଉପକରଣ ଉପରେ ମଧ୍ୟ ୟୁପିରେ ରୋକ୍ ଲଗାଯାଇଛି। ଗୋରଖପୁରରେ ଲାଗିଥିବା ୧୫ ହଜାର ଚାଇନା ମିଟର ହଟାଇବାକୁ ନିଷ୍ପତ୍ତି ହୋଇଛି। ଏହାସହ ମିଟର, ଉପକରଣ ଆଦି ବ୍ୟବହାର ନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶକ୍ତି ମନ୍ତ୍ରୀ ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଚୁକ୍ତି ଅନୁସାରେ ୟୁପିରେ ଚୀନ ନିର୍ମିତ ବିଦ୍ୟୁତ୍ ଉପକରଣଗୁଡ଼ିକର ବ୍ୟବହାର ହେଉଥିଲା। ହେଲେ ରାଜ୍ୟ ସରକାର ଏଥିରେ ଏବେ ରୋକ୍ ଲଗାଇଦେଇଛନ୍ତି।

ସେହିପରି ହରିୟାଣା ସରକାର ମଧ୍ୟ ଚାଇନିଜ୍ କମ୍ପାନୀଗୁଡ଼ିକ ସହ ଚୁକ୍ତି ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହରିୟାଣାରେ ଚୀନ କମ୍ପାନୀଗୁଡ଼ିକକୁ ଦିଆଯାଇଥିବା ୨ଟି ଥର୍ମାଲ ପାଓ୍ୱର ଷ୍ଟେସନ କଣ୍ଟ୍ରାକ୍ଟକୁ ରଦ୍ଦ କରିଦିଆଯାଇଛି। ଯମୁନାନଗର ଏବଂ ହିସାର ଥର୍ମାଲ ପାଓ୍ୱାର ପ୍ଲାଣ୍ଟ ପାଇଁ ବିଡିଂ ହୋଇଥିଲା। ଏଥିରେ ୨ଟି କମ୍ପାନୀକୁ ୨ଟି ଥର୍ମାଲ ପାଓ୍ୱାର ଷ୍ଟେସନ ଠିକା ମିଳିଥିଲା। କିନ୍ତୁ ଏବେ ହରିୟାଣା ସରକାର ଏହି ଠିକାକୁ ରଦ୍ଦ କରିଦେଇଛନ୍ତି।

Advertisment

ଅନ୍ୟପଟେ ଭାରତୀୟ ରେଲଓ୍ୱେ ମଧ୍ୟ ଚୀନ କମ୍ପାନୀ ସହ ଏକ ଚୁକ୍ତିନାମା ରଦ୍ଦ କରିଦେଇଛି। ୨୦୧୬ରେ ଚୀନ କମ୍ପାନୀ ସହ ଭାରତୀୟ ରେଲଓ୍ୱେ  ୪୭୧ କୋଟି ଟଙ୍କାର ଏକ ଚୁକ୍ତି କରିଥିଲା। ତଦ୍ଦନୁଯାୟୀ ରେଲଓ୍ୱେ ଟ୍ରାକରେ ୪୧୭ କି.ମି ଲମ୍ବ ବିଶିଷ୍ଟ ସିଗନାଲ ସିଷ୍ଟମ ଲଗାଯାଇଥାନ୍ତା।