Advertisment

ଚାଇନାକୁ ଆମେରିକାର କଡ଼ା ଚେତାବନୀ

ୱାଶିଂଟନ: ଚାଇନା ବିରୋଧରେ ଆହୁରି ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଯୋଜନା କରୁଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ତେବେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ କିଛି ବି କୁହାଯାଇ ନାହିଁ। କରୋନା ସଂକ୍ରମଣ ବ୍ୟାପିବା ଦିନ ଠାରୁ ଆମେରିକା ଓ ଚାଇନା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣ ପାଇଁ ଚାଇନାକୁ ସିଧାସଳଖ ଦାୟୀ କରିଛନ୍ତି। ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି […]

ଚାଇନାକୁ ଆମେରିକାର କଡ଼ା ଚେତାବନୀ

ua

Advertisment

ୱାଶିଂଟନ: ଚାଇନା ବିରୋଧରେ ଆହୁରି ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଯୋଜନା କରୁଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ତେବେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ କିଛି ବି କୁହାଯାଇ ନାହିଁ।

Advertisment

କରୋନା ସଂକ୍ରମଣ ବ୍ୟାପିବା ଦିନ ଠାରୁ ଆମେରିକା ଓ ଚାଇନା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣ ପାଇଁ ଚାଇନାକୁ ସିଧାସଳଖ ଦାୟୀ କରିଛନ୍ତି। ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଚାଇନାର କାଠକଣ୍ଢେଇ ବୋଲି ଟ୍ରମ୍ପ କହିଛନ୍ତି।

ଏହାବାଦ୍‌ ହଂକଂରେ ନୂଆ ଜାତୀୟ ସୁରକ୍ଷା ଆଇନ୍, ଆମେରିକା ସାମ୍ବାଦିକଙ୍କ ଉପରେ କଟକଣା, Uyghurs ମୁସଲିମଙ୍କ ଉପରେ ଅତ୍ୟାଚାର ଓ ତିବ୍ବତରେ ସୁରକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ ଗୁଡ଼ିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ଦିନକୁ ଦିନ ବିବାଦ ତିକ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଚେତାବନୀ ଦେଇଛି।

Advertisment

ହ୍ୱାଇଟ ହାଉସର ପ୍ରେସ ସଚିବ କାୟଲେଇଗ ମ୍ୟାକଏନାନୟ କହିଛନ୍ତି, ଚାଇନା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ ମୁଁ କହିବି ନାହିଁ। କିନ୍ତୁ ଆମେ ଚାଇନା ବିରୋଧରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏଥିପାଇଁ ବିଚାର କରାଯାଉଛି।

ଏହି ନିଷ୍ପତ୍ତି ଚୂଡ଼ାନ୍ତ ହେବା ପରେ ସମସ୍ତେ ଜାଣିପାରିବେ। ଚାଇନା ବିପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁଭଳି ଭାବେ ଆଭିମୁଖ୍ୟ ରଖୁଛନ୍ତି, ପୂର୍ବରୁ କେହି ବି ଏମିତି କରି ନଥିଲେ। ସେ ପ୍ରଥମ ରାଷ୍ଟ୍ରପତି ଯିଏ, ଚାଇନା ଉପରେ ବ୍ୟବସାୟିକ କଟକଣା ଲଗାଇଥିଲେ। ତେଣୁ ଆଗକୁ ଆମେ ନିଶ୍ଚିତ ଭାବେ ଅନେକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଜାଣିପାରିବା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe