Advertisment

ଏପ୍ରିଲ ୧୫ ଯାଏ ଏହି ରାଜ୍ୟରେ ବନ୍ଦ ରହିବ ସ୍କୁଲ ଓ କଲେଜ

କୋଲକାତା: କରୋନା ଭାଇରସକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ସ୍କୁଲ ଓ କଲେଜ ଗୁଡ଼ିକର ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗର ସରକାର ମାର୍ଚ୍ଚ ୩୧ ଯାଏ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆ ଛୁଟି ସମ୍ପର୍କରେ ଘୋଷଣା କରିଛନ୍ତି। ମମତା ବାନାର୍ଜୀଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଏପ୍ରିଲ ୧୫ ଯାଏ ରାଜ୍ୟର ସମସ୍ତ ସ୍କୁଲ […]

author-image
Hemant Lenka
ଏପ୍ରିଲ ୧୫ ଯାଏ ଏହି ରାଜ୍ୟରେ ବନ୍ଦ ରହିବ ସ୍କୁଲ ଓ କଲେଜ

er

କୋଲକାତା: କରୋନା ଭାଇରସକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ସ୍କୁଲ ଓ କଲେଜ ଗୁଡ଼ିକର ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗର ସରକାର ମାର୍ଚ୍ଚ ୩୧ ଯାଏ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆ ଛୁଟି ସମ୍ପର୍କରେ ଘୋଷଣା କରିଛନ୍ତି।

Advertisment

ମମତା ବାନାର୍ଜୀଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଏପ୍ରିଲ ୧୫ ଯାଏ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ସେହିପରି କରୋନା ଭାଇରସ ରୋଗୀଙ୍କ ଚିକିତ୍ସା ଓ ଲୋକଙ୍କୁ ସଚେତନ କରୁଥିବା ୧୦ ଲକ୍ଷ ମେଡିକାଲ କର୍ମଚାରୀଙ୍କ ପାଇଁ ବୀମା ବ୍ୟବସ୍ଥା ହେବ। ଏ ବାବଦରେ ମମତା ସରକାର ୨୦୦ କୋଟିର ପାଣ୍ଠି ଘୋଷଣା କରିଛନ୍ତି।

କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ମମତା କହିଛନ୍ତି। ରାଜ୍ୟରେ ଏଯାଏ ୩.୨୪ ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି। କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିବା ଆଇନକୁ କଡ଼ାକଡ଼ି ପାଳନ କରାଯାଉଛି। ୫,୫୯୦ ଜଣ ଲୋକଙ୍କୁ କରୋନା ସନ୍ଦିଗ୍ଧରେ କ୍ୱାରେଣ୍ଟାଇନ କରି ରଖାଯାଇଛି। ଆମ ସୀମାକୁ ଲାଗିଥିବା ଅନ୍ତର୍ଜାତୀୟ ସୀମାକୁ ବନ୍ଦ କରି ଦିଆଯାଇଛି। ହେଲେ ବିମାନ ଓ ଟ୍ରେନ ଚଳାଚଳ ଜାରି ରହିଥିବା ମମତା କହିଛନ୍ତି।

Advertisment