Advertisment

ରବିବାର ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ରବିବାର ଜନତା କର୍ଫ୍ୟୁ

modi janata curfew

ନୂଆଦିଲ୍ଲୀ: ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Advertisment

ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ 'ଜନତା କର୍ଫ୍ୟୁ' ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ କହିବାକୁ କହିଛନ୍ତି।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଅଧିକ ମହଜୁଦ ନରଖିବାକୁ ସେ ଆହ୍ୱାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏ ସମସ୍ତ ସାମଗ୍ରୀ କିଣିବାକୁ କହିଛନ୍ତି।

Advertisment

ସଂଧ୍ୟା ୫ଟାରେ ଘର ଆଗରେ ୫ ମିନିଟ୍ ଛିଡ଼ା ହୋଇ ଘଣ୍ଟି, ତାଳି, ଥାଳି ଆଦି ବଜାଇ ଧନ୍ୟବାଦ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା କର୍ଫ୍ୟୁ ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ସମଗ୍ର ବିଶ୍ୱ ଏବେ ଗଭୀର ସଙ୍କଟ ଦେଇ ଗତି କରୁଛି। ଏହି ପ୍ରାକୃତିକ ବିପଦ ସମଗ୍ର ମାନବଜାତିକୁ ବିପଦରେ ପକାଇ ଦେଇଛି। ଗତ ଦୁଇ ମାସ ହେଲା ୧୩୦ କୋଟି ଭାରତୀୟ ସାହସର ସହିତ କରୋନାଭାଇରସ୍ ପରି ବିଶ୍ୟବ୍ୟାପୀ ମହାମାରୀର ସାମ୍ନା କରୁଛନ୍ତି। ସମସ୍ତ ନାଗରିକ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଧାରଣା ଆସିଛି ଯେ ସବୁକିଛି ଠିକ୍ ଅଛି। ତଥାପି, କରୋନା ଭାଇରସ୍ ପରି ବିଶ୍ୱସ୍ତରୀୟ ମହାମାରୀକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ହେବନି।ଦେଶବାସୀ ଏହାକୁ ନେଇ ସଜାଗ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ମୁଁ ଦେଶବାସୀଙ୍କ ପାଖରୁ ଯାହା ଚାହିଁଛି ତାହା ମିଳିଛି। ହେଲେ ଏବେ ମୁଁ ସମସ୍ତ ନାଗରିକଙ୍କ ପାଖରୁ କିଛି ଚାହୁଁଛି। ତେଣୁ ଆଗାମୀ ଦିନରେ ସମସ୍ତେ କିଭଳି ସୁରକ୍ଷିତ ରହିବେ ସେ ଦିଗରେ ସମସ୍ତଙ୍କଠାରୁ ସପ୍ତାହେ ସମୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ।କରୋନା ଭାଇରସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟୀକା ବାହାରିନି। ଏପରି ପରିସ୍ଥିତିରେ, ଚିନ୍ତା କରିବା ସ୍ୱାଭାବିକ ବୋଲି ସେ କହିଛନ୍ତି।

ଏହି ବିଶ୍ୱ ମହାମାରୀର ମୁକାବିଲା କରିବା ପାଇଁ ଦୁଇଟି ପ୍ରମୁଖ ଜିନିଷ ଆବଶ୍ୟକ ରହିଛି। ଗୋଟିଏ ସମାଧାନ ଏବଂ ଅନ୍ୟଟି ଧୌର୍ଯ୍ୟ ବୋଲି ସେ କହିଛନ୍ତି। କରୋନା ଭାଇରସ ମହାମାରୀ ସମୟରେ ଘରେ ରହି ସମସ୍ତେ ସୁରକ୍ଷିତ ରହିପାରିବେ। ଏହି ସମୟରେ ସାମାଜିକ ଦୂରତା ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଦେଶକୁ କରୋନା ଭାଇରସ୍ ମହାମାରୀରୁ ରକ୍ଷା କରିବା ପାଇଁ ଆମକୁ ପଦକ୍ଷେପ ନେବାକୁ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଆମକୁ ଏକ ପ୍ରତିଶ୍ରୁତି ନେବାକୁ ପଡିବ ଯେ ଆମେ ନିଜକୁ ସଂକ୍ରମିତ ହେବାରୁ ରକ୍ଷା କରିବୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହେବାରୁ ରକ୍ଷା କରିବୁ। ଏହି ଗୋଟିଏ ମନ୍ତ୍ର ଦ୍ୱାରା ହିଁ ଆମେ ସୁସ୍ଥ ରହିବୁ ବୋଲି ସେ କହିଛନ୍ତି।  ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବ ବୋଲି ସେ କହିଛନ୍ତି।