Advertisment

ଅନନ୍ତନାଗରେ ନିପାତ ହେଲେ ୪ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମିୟ ହୋଇଛି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳିବିନିମିୟ ଜାରି ରହିଥିବା ସୂଚନା ରହିଛି। ତେବେ କୌଣସି ଯବାନ ଆହତ ହୋଇନଥିବା ସୂଚନା ରହିଛି। ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଯାଇ ଅନନ୍ତନାଗ ଜିଲ୍ଲାର ଦିଅଲଗାମ ଅଞ୍ଚଳକୁ ଚାରି ପଟୁ ଘେରି ରହିଛନ୍ତି ଯବାନମାନେ। Kashmir Zone Police: Four terrorists have been neutralized by security forces and police […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଅନନ୍ତନାଗରେ ନିପାତ ହେଲେ ୪ ଆତଙ୍କବାଦୀ

ANANTNAG

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମିୟ ହୋଇଛି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳିବିନିମିୟ ଜାରି ରହିଥିବା ସୂଚନା ରହିଛି। ତେବେ କୌଣସି ଯବାନ ଆହତ ହୋଇନଥିବା ସୂଚନା ରହିଛି। ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଯାଇ ଅନନ୍ତନାଗ ଜିଲ୍ଲାର ଦିଅଲଗାମ ଅଞ୍ଚଳକୁ ଚାରି ପଟୁ ଘେରି ରହିଛନ୍ତି ଯବାନମାନେ।

Advertisment

https://twitter.com/ANI/status/1239071242541338624

ସୂଚନାଯୋଗ୍ୟ, ଅନନ୍ତନାଗ ଜିଲ୍ଲାର ଦିଅଲଗାମାରେ ଆତଙ୍କବାଦୀ ଲୁଚିଥିବା ଯବାନମାନେ ଖବର ପାଇଥିଲେ। ଏହାପରେ ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରିଯାଇଥିଲେ। ଏହି ସମୟରେ ଘର ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ।