Advertisment

ଟଳିଲା ଉଦ୍ଧବଙ୍କ ରାଜନୀତିକ ସଙ୍କଟ

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋଙ୍କ ଉପରୁ ରାଜନୀତିକ ସଙ୍କଟ ଟଳିଯାଇଛି। ମେ’ ୨୧ରେ ରହିଛି ମହାରାଷ୍ଟ୍ର ବିଧାନସଭା ପରିଷଦ ନିର୍ବାଚନ। ମୋଟ୍ ୯ଟି ଆସନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ ରବିବାର କଂଗ୍ରେସ ଗୋଟିଏ ସ୍ଥାନରେ ପ୍ରାର୍ଥୀପତ୍ର ଦେବ ବୋଲି ନିଷ୍ପତ୍ତି ନେଇଛି। ଏହାଦ୍ୱାରା ବିନା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ବିଧାନ ପରିଷଦକୁ ନିର୍ବାଚିତ ହେବା ବାଟ ପରିଷ୍କାର ହୋଇଛି। ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବିଧାନପରିଷଦକୁ ଉଦ୍ଧବ ଠାକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

uddhav

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋଙ୍କ ଉପରୁ ରାଜନୀତିକ ସଙ୍କଟ ଟଳିଯାଇଛି। ମେ’ ୨୧ରେ ରହିଛି ମହାରାଷ୍ଟ୍ର ବିଧାନସଭା ପରିଷଦ ନିର୍ବାଚନ। ମୋଟ୍ ୯ଟି ଆସନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ ରବିବାର କଂଗ୍ରେସ ଗୋଟିଏ ସ୍ଥାନରେ ପ୍ରାର୍ଥୀପତ୍ର ଦେବ ବୋଲି ନିଷ୍ପତ୍ତି ନେଇଛି। ଏହାଦ୍ୱାରା ବିନା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ବିଧାନ ପରିଷଦକୁ ନିର୍ବାଚିତ ହେବା ବାଟ ପରିଷ୍କାର ହୋଇଛି।

Advertisment

ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ କହିଛନ୍ତି, ଦୁଇଟି ଆସନ ପାଇଁ ଆମେ ଜଣେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛୁ। ମହା ବିକାଶ ଅଘାଡ଼ି (ଶିବସେନା, ଏନସିପି ଏବଂ କଂଗ୍ରେସ) ନିଷ୍ପତ୍ତିରେ ଏହି ନିର୍ଯାସ ବାହାରିଛି। ୯ଟି ଆସନରୁ ମହା ବିକାଶ ଅଘାଡିର ୫ ଜଣ ପ୍ରାର୍ଥୀ ରହିବେ।

https://twitter.com/rautsanjay61/status/1259482000420999170

ସେହିପରି ଶିବସେନାର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ରାଜ୍ୟରେ କରୋନା ସଙ୍କଟ ଏବଂ ଉଦ୍ଧବ ଠାକରେଙ୍କ ପ୍ରାର୍ଥୀପତ୍ରକୁ ଦେଖି କଂଗ୍ରେସ ଗୋଟିଏ ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି। ତେବେ ୯ଟି ଆସନରୁ ବିଜେପି ୪ଟି ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ଯଦି କଂଗ୍ରେସ ଦୁଇଟି ଆସନରେ ପ୍ରାର୍ଥୀ ପତ୍ର ଦେଇଥାନ୍ତା ତା'ହେଲେ ବିଧାନପରିଷଦ ନିର୍ବାଚନ ହୋଇନଥାନ୍ତା। ଏବେ ବିନା ନିର୍ବାଚନରେ ସମସ୍ତ ପ୍ରାର୍ଥୀ ବିଧାନ ପରିଷଦକୁ ନିର୍ବାଚିତ ହେବେ ବୋଲି ସୂଚନା ରହିଛି।

Advertisment

ଗତବର୍ଷ ନଭେମ୍ୱର ୨୮ରେ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମେ’ ୨୮ ସୁଦ୍ଧା ସେ ବିଧାନସଭା କିମ୍ୱା ବିଧାନ ପରିଷଦରୁ ନିର୍ବାଚିତ ହେବାକୁ ପଡ଼ିବ। ପୂର୍ବ ଯୋଜନା ଅନୁଯାୟୀ ୨୪ ଏପ୍ରିଲରେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ହେଲେ କରୋନା ମହାମାରୀ ପାଇଁ ସମସ୍ତ ପ୍ରକ୍ରିୟା ବାତିଲ୍ ହୋଇଥିଲା। ଏହାପରେ ରାଜ୍ୟପାଳ ବିଧାନ ପରିଷଦ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ।