Advertisment

ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସରେ ପହଞ୍ଚିଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ପହଞ୍ଚିଛନ୍ତି। ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଭାରତରେ ସମସ୍ତ ପ୍ରକାରର ଆଇନଗତ ବିକଳ୍ପ ଦୋଷୀମାନେ ବ୍ୟବହାର କରିସାରିଛନ୍ତି। ହେଲେ ସବୁଠାରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। […]

author-image
Hemant Lenka
ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସରେ ପହଞ୍ଚିଲେ ନିର୍ଭୟା ଦୋଷୀ

yo

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ପହଞ୍ଚିଛନ୍ତି। ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି।

Advertisment

ଏଥିରୁ ବର୍ତ୍ତିବା ପାଇଁ ଭାରତରେ ସମସ୍ତ ପ୍ରକାରର ଆଇନଗତ ବିକଳ୍ପ ଦୋଷୀମାନେ ବ୍ୟବହାର କରିସାରିଛନ୍ତି। ହେଲେ ସବୁଠାରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ ଦୋଷୀ ଅକ୍ଷୟ, ପବନ ଓ ବିନୟ ଫାଶୀ ଦଣ୍ଡରେ ରୋକ ଲଗାଇବା ପାଇଁ ଆଇସିଜେର ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ନିଶ୍ଚିତ ଖାରଜ ହେବ। କାରଣ ଆଇସିଜେ କେବଳ ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ କରିବାର ନଜିର ରହିଛି।

ନିକଟରେ ଭାରତୀୟ ନାଗରିକ ତଥା ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଆଇସିଜେରେ ହୋଇଥିଲା। ହେଲେ ପ୍ରଥମଥର ପାଇଁ ଦେଶ ଭିତରର ଏକ ମାମଲାରେ ନିର୍ଭୟା ଦୋଷୀମାନେ ଆଇସିଜେର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ଆଇନ ବିଶେଷଜ୍ଞମାନଙ୍କ ମତରେ କେବଳ ୨୦ ତାରିଖର ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଏହା ଏକ ଭେଳିକି। ଆଇସିଜେ ନିଶ୍ଚିତ ଭାବେ ଏଭଳି ଏକ ଆବେଦନକୁ ଗ୍ରହଣ କରିବେ ନାହିଁ। ସେହିପରି ୩ ଜଣ ଦୋଷୀ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଣେ ଦୋଷୀ ଏବେ ବି ଆଇସିଜେରେ ଆବେଦନ କରିନାହିଁ।

ଏମାନଙ୍କ ଆବେଦନ ଖାରଜ ହେବା ପରେ ୪ନଂ ଦୋଷୀ ବି ଆଇସିଜେର ଦ୍ୱାରସ୍ଥ ହୋଇପାରେ। ତେଣୁ କେବଳ ଫାଶୀ ପ୍ରକ୍ରିୟାକୁ ବିଳମ୍ବତ କରିବା ପାଇଁ ଏକ ଚାଲ ଛଡ଼ା ଆଉ କିଛି ନୁହେଁ। ଅନ୍ୟପକ୍ଷରେ ଯଦି ଆଇସିଜେ କୌଣସି କାରଣରୁ ଆବେଦନ ଗ୍ରହଣ କରି ନିଅନ୍ତି, ତା’ହେଲେ ଫାଶୀ ପ୍ରକ୍ରିୟା ନିଶ୍ଚିତ ବିଳମ୍ବ ହେବ। କାରଣ ଆଇସିଜେ କେବେ ମାମଲାର ଶୁଣାଣି କରିବେ, ତା’ର କିଛି ବି ଠିକ ଠିକଣା ନାହିଁ।

ଦୋଷୀଙ୍କ ଓକିଲ ଏପି ସିଂହ କହିଛନ୍ତି, ବିଶ୍ୱର ଏକାଧିକ ସଂଗଠନ ଫାଶୀ ଦଣ୍ଡ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଆମେ ମଧ୍ୟ ଫାଶୀ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଛୁ।