Advertisment

ସାର୍କ ରାଷ୍ଟ୍ରଙ୍କୁ ଉଦ୍‌ବୋଧନ ଦେଲେ ମୋଦି, ଆଫଗାନ୍‌ ଲୋଡ଼ିଲା ଭାରତର ସହାୟତା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୫ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଯୋଗେ ସାର୍କ ରାଷ୍ଟ୍ରଗୁଡ଼ିକର ମୁଖ୍ୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଦକ୍ଷିଣ ପୂର୍ବ ଏସିଆରେ କରୋନା ଭୂତାଣୁର ଭୟାବହତାରେ ଲଗାମ ଲଗାଇବା ପାଇଁ ଏବଂ ଏହାର ମୁକାବିଲା ପାଇଁ ଆଜି ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ସେ କରୋନା ମୁକାବିଲାର ମନ୍ତ୍ର ସ୍ୱରୂପ କହିଥିଲେ, ‘ପ୍ରସ୍ତୁତ ରୁହ, କିନ୍ତୁ ଛାନିଆ ହୁଅନି’। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୧୫୦ ଟପିସାରିଥିବାରୁ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ସାର୍କ ରାଷ୍ଟ୍ରଙ୍କୁ ଉଦ୍‌ବୋଧନ ଦେଲେ ମୋଦି, ଆଫଗାନ୍‌ ଲୋଡ଼ିଲା ଭାରତର ସହାୟତା

Modi

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୫ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଯୋଗେ ସାର୍କ ରାଷ୍ଟ୍ରଗୁଡ଼ିକର ମୁଖ୍ୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଦକ୍ଷିଣ ପୂର୍ବ ଏସିଆରେ କରୋନା ଭୂତାଣୁର ଭୟାବହତାରେ ଲଗାମ ଲଗାଇବା ପାଇଁ ଏବଂ ଏହାର ମୁକାବିଲା ପାଇଁ ଆଜି ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ସେ କରୋନା ମୁକାବିଲାର ମନ୍ତ୍ର ସ୍ୱରୂପ କହିଥିଲେ, ‘ପ୍ରସ୍ତୁତ ରୁହ, କିନ୍ତୁ ଛାନିଆ ହୁଅନି’। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୧୫୦ ଟପିସାରିଥିବାରୁ ସବୁ ରାଷ୍ଟ୍ରଙ୍କୁ ସତର୍କ ରହିବାକୁ ହେବ ବୋଲି ସେ କହିଥିଲେ।

Advertisment

ଏଥିରେ ମୋଦିଙ୍କ ବ୍ୟତୀତ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲି, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷେ, ଭୁଟାନ୍‌ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଏବଂ ଆଫଗାନ୍‌ରାଷ୍ଟ୍ରପତି ଅଶ୍ରଫ୍‌ ଘାନି ଯୋଗ ଦେଇଥିଲେ। ପାକିସ୍ତାନ ତରଫରୁ ଇମ୍ରାନ୍‌ ଖାନ୍‌ଙ୍କ ବଦଳରେ ତାଙ୍କ ସ୍ୱତନ୍ତ୍ର ସହାୟକ ଡକ୍ଟର ଜାଫର ମିର୍ଜା ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କରୋନା ପାଇଁ ଭାରତର ପ୍ରସ୍ତୁତି ବାବଦରେ କହିଥିଲେ। ସେ କହିଥିଲେ, ଏହି ସଙ୍କଟର ମୁକାବିଲା କରିବା ପାଇଁ ଭାରତରେ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଇଛି। ଏପରି କରିଲେ ଶେଷ ମୁହୂର୍ତ୍ତରେ ଛାନିଆ ହେବାକୁ ପଡ଼ିବନି ବୋଲି ସେ କହିଛନ୍ତି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଏବଂ ଡାଇଗ୍ନୋଷ୍ଟିକ୍‌ ବ୍ୟବସ୍ଥା ବୃଦ୍ଧି କରାଇବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।

Advertisment

ଏହି ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତି ଡିଷ୍ଟାନ୍ସ ଏଜୁକେସନ୍‌ କ୍ଷେତ୍ରରେ ଭାରତର ସହାୟତା ମାଗିଥିଲେ। ଏଥି ସହ ସେ କହିଥିଲେ, କରୋନା ଗରିବ ଏବଂ ନିଷ୍ପେସିତଙ୍କ ଉପରେ ବଡ଼ ପ୍ରଭାବ ପକାଉଛି। ତେଣୁ ରୋଥଗ ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ମିଳିତ ଫ୍ରେମୱାର୍କ ତିଆରି କରିବାକୁ ହେବ। ସେ କହିଥିଲେ, ଡିଷ୍ଟାନ୍ସ ଏଜୁକେସନ୍‌ରେ ଭାରତ ବହୁ ଆଗରେ। ଭାରତର ସ୍ୟାଟେଲାଇଟ୍‌ ବ୍ୟବହାର କରି ଆଫଗାନିସ୍ତାନ ଏହି ସୁବିଧା ନେଇପାରିବ। ଏହାଫଳରେ କରୋନା ସୃଷ୍ଟି କରିବାକୁ ଥିବା ସାମାଜିକ ଦୂରତାର ମୁକାବିଲା କରିହେବ।