Advertisment

ସରକାରୀ ହସ୍ପିଟାଲରୁ କାରୋନା ସନ୍ଦିଗ୍ଧ ମହିଳା ଛୁ

ଗୁରୁଗ୍ରାମ: ଜଣେ କରୋନା ସନ୍ଦିଗ୍ଧ ମହିଳା ସରକାରୀ ହସ୍ପିଟାଲର ଆଇସୋଲେସନ ୱାର୍ଡରୁ ଛୁ ମାରିଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ନିଜର ଚିକିତ୍ସା କରିବା ପାଇଁ ଏଭଳି କାହାକୁ କିଛି ନ କହି ଫେରାର ହୋଇଥିବା ଜଣାପଡ଼ିଛି। ଗୁରୁଗ୍ରାମରେ ଏହି ଘଟଣା ଘଟିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ମହିଳା ଜଣଙ୍କ ନିକଟରେ ମ୍ୟାଲେସିୟାରୁ ଆସିଥିଲେ। କରୋନା ପାଇଁ ପ୍ରାଥମିକ ପର୍ଯ୍ୟାୟରେ କରାଯାଉଥିବା ପରୀକ୍ଷାରେ ସେ ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ହେଲେ […]

author-image
Hemant Lenka
ଅଦ୍ୟତନ ହୋଇଛି
ସରକାରୀ ହସ୍ପିଟାଲରୁ କାରୋନା ସନ୍ଦିଗ୍ଧ ମହିଳା ଛୁ

ef

ଗୁରୁଗ୍ରାମ: ଜଣେ କରୋନା ସନ୍ଦିଗ୍ଧ ମହିଳା ସରକାରୀ ହସ୍ପିଟାଲର ଆଇସୋଲେସନ ୱାର୍ଡରୁ ଛୁ ମାରିଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ନିଜର ଚିକିତ୍ସା କରିବା ପାଇଁ ଏଭଳି କାହାକୁ କିଛି ନ କହି ଫେରାର ହୋଇଥିବା ଜଣାପଡ଼ିଛି। ଗୁରୁଗ୍ରାମରେ ଏହି ଘଟଣା ଘଟିଛି।

Advertisment

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ମହିଳା ଜଣଙ୍କ ନିକଟରେ ମ୍ୟାଲେସିୟାରୁ ଆସିଥିଲେ। କରୋନା ପାଇଁ ପ୍ରାଥମିକ ପର୍ଯ୍ୟାୟରେ କରାଯାଉଥିବା ପରୀକ୍ଷାରେ ସେ ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ହେଲେ ଏହି ଆଶଙ୍କାକୁ ପୁଣିଥରେ ନିଶ୍ଚିତ କରିବା ପାଇଁ ତାଙ୍କ ନମୁନାକୁ ପୁଣେ ସ୍ଥିତ ଲାବକୁ ପଠାଇ ଯାଇଥିଲା।

ପୁଣେରେ ନମୁନାର ପରୀକ୍ଷା ଚାଲିଥିବାରୁ ମହିଳାଙ୍କୁ ସରକାରୀ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ହେଲେ ଆଜି ସେ ଏଠାରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ନିଜର ଚିକତ୍ସା ପାଇଁ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି। ହେଲେ ଏଯାଏ ତାଙ୍କୁ ଠାବ କରାଯାଇଛି କି ନାହିଁ, ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ।

Advertisment

ଅନ୍ୟପକ୍ଷରେ କେବଳ ଗୁରୁଗ୍ରାମ ନୁହେଁ, ଏକାଧିକ ରାଜ୍ୟରେ ଏଭଳି ଘଟଣା ସବୁ ସାମ୍ନାକୁ ଆସୁଛି। ସନ୍ଦିଗ୍ଧମାନେ ସରକାରୀ ହସ୍ପିଟାଲରୁ ଫେରାର ହୋଇଯାଉଛନ୍ତି। ଏହି କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ ଆକ୍ଟ ୧୮୯୭କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ନିୟମ ଉଲ୍ଲଙ୍ଘନକାରୀଙ୍କୁ କଠିନ ଶାସ୍ତି ମିଳିବ। ନିୟମ ଅନୁସାରେ, ଯଦି କେହି ପ୍ରଦତ୍ତ ନିୟମ ଭାଙ୍ଗିବ, ତା’ହେଲେ ତାଙ୍କୁ ଗୋଟିଏ ମାସ ଯାଏ ଜେଲ ମଧ୍ୟ ହେବ।