Advertisment

ବିଲ୍ ଗେଟ୍ସଙ୍କୁ ପ୍ରସ୍ତାବ ଦେଲେ ମୋଦି; AI କଣ୍ଟେଣ୍ଟରେ ୱାଟରମାର୍କ ରହିଲେ ଭଲ ହେବ

ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ଆଲୋଚନା ସମୟରେ ଏଆଇର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଅଦ୍ୟତନ ହୋଇଛି
PM Modi & Bill Gates

PM Modi & Bill Gates

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲଗେଟ୍ସ।  

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଲଗେଟ୍ସଙ୍କୁ କହିଛନ୍ତି, ଭାରତରେ ସର୍ବଶ୍ରେଷ୍ଠ ଶିକ୍ଷାଦାନ ଦିଗରେ କାର୍ଯ୍ୟ ଜାରି ରହିଛି। ଦେଶରେ କୃଷି କ୍ଷେତ୍ରରେ ବଡ଼ଧରଣର ବିପ୍ଲବ ଆସିଛି। ଏବେ ଗାଁରେ ମଧ୍ୟ ଡିଜିଟାଲ ସୁବିଧା ପହଞ୍ଚି ପାରିଛି।

ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଜି-୨୦ ଶିଖର ସମ୍ମିଳନୀରେ ଏଆଇ କିମ୍ବା ଏଆଇ ଟେକ୍ନୋଲୋଜି ମୋ ଭାଷଣକୁ ବିଭିନ୍ନ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରିଛି। କିନ୍ତୁ ଏହି ଟେକ୍ନୋଲୋଜିର ବହୁ ବିପଦପୂର୍ଣ୍ଣ ଦିଗ ରହିଛି, ଯାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ବିଲଗେଟ୍ସଙ୍କୁ କହିଛନ୍ତି ଯେ, ଡିପଫେକ୍ ଭଳି ଟେକ୍ନୋଲୋଜିର ଅପବ୍ୟବହାରକୁ ରୋକିବାକୁ ପଡ଼ିବ। ଯଦି ଲୋକମାନେ ସଠିକ୍ ତାଲିମ୍ ନ ପାଆନ୍ତି, ତେବେ ସେମାନେ ପ୍ରଯୁକ୍ତିବିଦ୍ୟାର ଦୂରୁପୋଯୋଗ କରିବେ। ଡିପଫେକ୍ ଭଳି ସମସ୍ୟାକୁ ରୋକିବା ପାଇଁ ଏଆଇ ଚାଳିତ କଣ୍ଟେଣ୍ଟରେ ୱାଟରମାର୍କର ବ୍ୟବହାର ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  

Bill Gates AI PM Modi Artificial Intelligence Microsoft
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe