ମୋଦିଙ୍କ ଲୋକପ୍ରିୟତା ଆକର୍ଷିତ କଲା: ଅଜିତ୍, ଆଉ ଥରେ ଦଳ ଠିଆ କରିଦେବି: ଶରଦ

ଏଥିସହ ସେ ଏନ୍‌ସିପିରେ ରହିବେ, ଏହି ଦଳରୁ ଆଗକୁ ନିର୍ବାଚନ ଲଢ଼ିବେ ଓ ଏହି ଦଳର ଚିହ୍ନ ବ୍ୟବହାର ମଧ୍ୟ କରିବେ ମଧ୍ୟ କହିଛନ୍ତି।

Ajit Pawar and sharad pawar PhotoOR

ଅଜିତ୍ ପାୱାର ଓ ଶରଦ ପାୱାର

Niranjan Mishra
  • Published: Sunday, 02 July 2023
  • Updated: 02 July 2023, 06:48 PM IST

ଦେଶ ବାହାରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଦେଶ ଭିତରେ ବି ତାଙ୍କରି ପ୍ରଶଂସା। ତାଙ୍କ ନେତୃତ୍ୱାଧୀନ ସରକାର ଗତ ୯ ବର୍ଷ ହେବ ସଫଳତାର ସହ ଦେଶର ବିକାଶକୁ ଆଗକୁ ନେଉଛି। ଏହାକୁ ବିଶ୍ୱାସକୁ ନେବା ପରେ ବିଜେପି ଓ ଶିବସେନା ସରକାର ସହ ହାତ ମିଳାଇଥିବା କହିଛନ୍ତି ମହାରାଷ୍ଟ୍ର ନୂଆ ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ୍ ପାୱାର। ଏଥିସହ ସେ ଏନ୍‌ସିପିରେ ରହିବେ, ଏହି ଦଳରୁ ଆଗକୁ ନିର୍ବାଚନ ଲଢ଼ିବେ ଓ ଏହି ଦଳର ଚିହ୍ନ ବ୍ୟବହାର ମଧ୍ୟ କରିବେ ବୋଲି ମଧ୍ୟ ଅଜିତ୍ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେତା ପରେ ଅଜିତ ପାୱାର ସାମ୍ୱାଦିକଙ୍କୁ କହିଛନ୍ତି, ଗତ ପ୍ରାୟ ଅଢ଼େଇ ବର୍ଷ ହେବ ମହାରାଷ୍ଟ୍ରର କିପରି ବିକାଶ କାମ କରିହେବ ସେ ନେଇ ଅଲୋଚନା କରିଥିଲୁ। ତେଣୁ ଏଭଳି ନିର୍ଣ୍ଣୟ ନେଲୁ। ଅନେକ ଲୋକ ଆମକୁ ସମାଲୋଚନା କରିବେ। ହେଲେ ଏସବୁ ନଦେଖି ରାଜ୍ୟ ବିକାଶ ନିମନ୍ତେ ଲକ୍ଷ୍ୟ କରି କାମ କରିବୁ। ଆମର ଅଧିକାଂଶ ବିଧାୟକ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ଅଛନ୍ତି। ଆମେ ଏନ୍‌ସିପି ଦଳ ସହ ମହାରାଷ୍ଟ୍ର ସରକାରକୁ ସମର୍ଥନ କରିଛୁ। ଆମେ ସମସ୍ତେ ଏନ୍‌ସିପିରୁ ମଧ୍ୟ ନିର୍ବାଚନ ଲଢ଼ିବୁ।

Also Read

ସେହିପରି ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଧିକାଂଶ ଏନ୍‌ସିପି ବିଧାୟକ ଓ ପୂରା ଦଳ ତାଙ୍କ ସହ ଥିବା ଶ୍ରୀ ପାୱାର କହିଛନ୍ତି। ମନ୍ତ୍ରୀମଣ୍ଡଳରେ ପ୍ରାୟ ୮ ଜଣଙ୍କୁ ସାମିଲ କରାଯିବାକୁ ଥିବା ବେଳେ ଆହୁରି ଅନେକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ। କିଛି ବିଧାୟକ ଏଠାରେ ଥିବା ବେଳେ କିଛି ବିଦେଶରେ ଅଛନ୍ତି। ସେ ଆଜି ମନ୍ତ୍ରୀ ପଦର ଶପଥ ନେଇଥିବା ବେଳେ ପରେ କାହାକୁ କେଉଁ ବିଭାଗ ମନ୍ତ୍ରୀ ପଦ ମିଳିବ ରାଷ୍ଟ୍ରୀୟସ୍ତରରେ ଅଲୋଚନା କରାଯାଇ ପଦକ୍ଷେପ ନିଆଯିବ। ଆଗାମୀ ନିର୍ବାଚନରେ ମେଣ୍ଟ ଦଳଙ୍କ ସହ ଅଲୋଚନା କରି ନିର୍ବାଚନ ଲଢ଼ା ଯିବ। ଆମେ ଯଦି ସରକାର କରିବାକୁ ଶିବସେନା ସହ ରହିପାରିବୁ ତେବେ ବିଜେପି ସହ କାହିଁକି ନୁହେଁ। ଆମେ ରାକାମ୍ପା ବିଧାୟକ ଦଳ ଭାବେ ସିଦ୍ଧେ ସରକାରକୁ ସମର୍ଥନ ଦେଇଛୁ। ତେଣୁ ଗତକାଲି ଠାରୁ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲି ବୋଲି ଅଜିତ୍ କହିଛନ୍ତି।

ସେପଟେ ଅଜିତ୍‌ଙ୍କ ଏହି ମାଷ୍ଟର ଷ୍ଟ୍ରୋକ ଓ ବିଦ୍ରୋହ ପରେ ଦଳ ଭାଙ୍ଗି ଯିବା ନେଇ ଏନ୍‌ସିପି ନେତା ଶରଦ ପାୱାର ପ୍ରତିକ୍ରିୟା ରଖିଛନ୍ତି। ସେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି, ସେ ଦଳକୁ ପୁଣି ଠିଆ କରିଦେବେ। ଅଜିତ୍ କରୁଥିବା ଦାବିର ସତ୍ୟାସତ୍ୟ ଖୁବ୍‌ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ। ବିଦ୍ରୋହ ଘଟଣା ଜାଣିବା ପରେ ବିଭିନ୍ନ ଦଳର ନେତା ଫୋନ୍‌ କରି ତାଙ୍କ ସହ କଥା ହୋଇଛନ୍ତି। ମମତା ବାନାର୍ଜୀ ଓ କଂଗ୍ରେସର ନେତାମାନେ ମଧ୍ୟ ଫୋନ୍‌ କରିଥିଲେ। ଆସନ୍ତା ୬ ତାରିଖରେ ଦଳୀୟ ବୈଠକ ହେବାର ଥିଲା ଓ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ଥିଲା। ଏଥିସହ କିଛି ଅଦଳବଦଳ ମଧ୍ୟ ହୋଇଥାଆନ୍ତା। ହେଲେ ଏହା ପୂର୍ବରୁ କିଛି ନେତାମାନେ ଅନ୍ୟ ରୂପ ଧାରଣ କରିଛନ୍ତି ବୋଲି ଶରଦ କହିଛନ୍ତି।

ଲୋକଙ୍କ କାନ୍ଧରେ କମାଣ ରଖି ଶରଦ କହିଛନ୍ତି, ମହାରାଷ୍ଟ୍ରର ଯୁବକଙ୍କ ପରେ ତାଙ୍କର ଭରସା ରହିଛି। ସେ ମହାରାଷ୍ଟ୍ରର ବିକାଶ ପାଇଁ କାମ କରିଛନ୍ତି। ବହୁଥର ମେଣ୍ଟ ସରକାର କରିଛନ୍ତି। ବିଭିନ୍ନ ଦଳର ନେତାମାନେ ଫୋନ୍‌ କରି ମୋତେ ସମର୍ଥନ ଦେଇଛନ୍ତି। ଏବେ ଦେଶରେ ବିଭିନ୍ନ ସ୍ଥାନକୁ ଯାଇ ଦଳର ବିକାଶ ପାଇଁ କାମ କରିବାକୁ ହେବ। ଦଳୀୟ ଲୋକଙ୍କ ଉପରେ ମଧ୍ୟ ଏନେଇ ବିଶ୍ୱାସ ରହିଛି। ୧୯୮୦ ମସିହା ନିର୍ବାଚନରେ ଯେଉଁ ସେ ଦଳୀୟ ନେତା ଥିବା ବେଳେ ୫୮ ବିଧାୟକ ବିଜୟୀ ହୋଇଥିଲେ। ମାତ୍ର ୬ ଜଣ ବିଧାୟକଙ୍କୁ ଛାଡି ବାକି ସମସ୍ତେ ବିଧାୟକ ଦଳ ଛାଡ଼ି ପଳାଇଥିଲେ। ଏହି ୬ ବିଧାୟକଙ୍କୁ ଧରି ପୁଣି ଦଳ ଗଢ଼ି ଠିଆ କରିଥିଲି ବୋଲି ଶରତ କହିଛନ୍ତି।

ସେହିପରି ପ୍ରଫୁଲ୍ଲ ପଟେଲଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ଶରଦ। ସେ କହିଛନ୍ତି, ପ୍ରଫୁଲ୍ଲଙ୍କ ଉପରେ ଆଉ ଭରସା ନାହିଁ। ସେ ଭରସା ଭାଙ୍ଗି ଦେଇଛନ୍ତି।

ସେହିପରି ଶରଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏନ୍‌ସିପି ମୃତପ୍ରାୟ ଦଳ ବୋଲି ମୋଦି କହିବା ସହ ଦୁର୍ନୀତି ଆରୋପ ଲଗାଇଥିଲେ। ହେଲେ ଏବେ ଏନ୍‌ସିପିର କିଛି ସଦସ୍ୟ ସରକାର ଗଠନ ନିମନ୍ତେ ଶପଥ ନେଇଛନ୍ତି ଓ ବିଜେପି ସରକାର ସହ ମିଳିତ ହୋଇଛନ୍ତି ଦେଖି ଖୁସି ଲାଗୁଛି। ଏଥିରୁ ଏମାନେ ଦୁର୍ନୀତି ଅଭିଯୋଗରୁ ମୁକ୍ତ ହୋଇଗଲେ ବୋଲି ସ୍ପଷ୍ଟ ହୋଇଛି।

ସୂଚନା ଥାଉକି, ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ଏନସିପି ନେତା ଅଜିତ ପାୱାର। ସେ ନିଜ ସହ ୪୦ରୁ ଅଧିକ ବିଧାୟକଙ୍କୁ ନେଇ ଏନଡିଏରେ ମିଶିଛନ୍ତିା ଅଜିତ ପାୱାରଙ୍କ ସମେତ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ସମର୍ଥନ ଦେବା ମାତ୍ରେ ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ।

ଏହାପରେ ସେହିଠାରେ ହିଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅଜିତ ପାୱାରଙ୍କ ଶପଥ ପାଠ ପରେ ମହାରାଷ୍ଟ୍ରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଚ୍ଛା ନାହିଁ ବୋଲି କହିଥିଲେ। ସେତେବେଳେ ଆକଳନ କରାଯାଉଥିଲା ଯେ ସେ ଓ ତାଙ୍କ ସହ ଥିବା ପ୍ରାୟ ୨୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ। ଏବେ ସତକୁ ସତ ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି। ଏହା ବଦଳରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି। ଦଳର ବରିଷ୍ଠ ନେତା ନେତା ଛଗନ 
ଭୁଜବଳ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦିଲୀପ ଭାଲସେ ପାଟିଲ ଏବଂ ଧନଞ୍ଜୟ ମୁଣ୍ଡେ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ସେହିପରି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଅନ୍ୟମାନେ ହେଉଛନ୍ତି ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଅନୀଲ ପାଟିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story