Advertisment

ଜୀବିତ ଫେରିଲେ ‘ମୃତ’ ବ୍ୟକ୍ତି, ପୁନଃ ନାମକରଣ ସାଙ୍ଗକୁ ହେଲା ପୁନର୍ବିବାହ

ଉଦ୍ଧାମ୍ ସିଂହ ନଗର ଜିଲ୍ଲା ଖତିମା ଅଞ୍ଚଳର ନବୀନ ଚନ୍ଦ୍ର ଭଟ୍ଟ(୪୨) ବର୍ଷେ ହେବ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ନଭେମ୍ବରରେ ତାଙ୍କର କରାଯାଇଥିଲା ଅନ୍ତିମ ସତ୍କାର।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବର୍ଷେ ହେବ ମିଳୁନଥିଲା ପୁଅର ପତ୍ତା, ଗଲା ନଭେମ୍ବର ୨୫ରେ ମୃତ୍ୟୁ ଖବର ଶୁଣି ଅନ୍ତିମ ସତ୍କାର ମଧ୍ୟ କରି ଦେଇଥିଲେ ପରିବାର ଲୋକେ। ସ୍ତ୍ରୀ ବି ସ୍ୱାମୀ ବିୟୋଗର ସମସ୍ତ ରୀତି-ନୀତି ମାନିଥିଲେ। ହେଲେ ହଠାତ୍ ଏହି ମୃତ ବ୍ୟକ୍ତି ଘରକୁ ଫେରିଛନ୍ତି। ଆଉ ମଲା ପୁଅକୁ ଜୀବିତ ଥିବା ଦେଖି ଖୁସିରେ ଆତ୍ମବିଭୋର ହୋଇ ଯାଇଛନ୍ତି ପରିବାର ବର୍ଗଠୁ ଗ୍ରାମବାସୀ।

Advertisment

ଭୁଲ୍ ବଶତଃ ଜଣେ ଜୀବିତ ବ୍ୟକ୍ତିଙ୍କ ଶେଷକୃତ୍ୟ କରି ସାରିଥିବାରୁ ପୁଣି ଥରେ ତାଙ୍କର ନାମକରଣ, ବ୍ରତୋପନୟନ ସାଙ୍ଗକୁ ସ୍ତ୍ରୀ ସହ ପୁନର୍ବାର ବିବାହ କରାଇଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରାଖଣ୍ଡ ଉଦ୍ଧାମ୍ ସିଂହ ନଗର ଜିଲ୍ଲାରେ।

ଖବର ମୁତାବକ, ଉଦ୍ଧାମ୍ ସିଂହ ନଗର ଜିଲ୍ଲା ଖତିମା ଅଞ୍ଚଳର ନବୀନ ଚନ୍ଦ୍ର ଭଟ୍ଟ(୪୨) ବର୍ଷେ ହେବ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ଦୁଇ ବର୍ଷ ପୂର୍ବରୁ ତାଙ୍କ ପତ୍ନୀ ଦୁଇ ପିଲାଙ୍କୁ ନେଇ ଅଲଗା ରହୁଥିଲେ। ନବୀନଙ୍କ ନିଖୋଜ ପରେ ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ପାଇନଥିଲେ।

Advertisment

ଗତ ନଭେମ୍ବର ୨୫ରେ ନବୀନଙ୍କ ମୃତ୍ୟୁ ଘଟିଖିବା ଶୁଣିବାକୁ ପାଇଥିଲେ। ସେମାନେ ମଧ୍ୟ ଏକ ମୃତଦେହ ପାଇଥିଲେ, ଯାହାକୁ ନବୀନଙ୍କର ବୋଲି ଭାବି ରୀତିନୀତି ଅନୁସାରେ ଅନ୍ତିମ ସତ୍କାର କରିଥିଲେ। ହେଲେ ଶେଷକୃତ୍ୟର ପାଞ୍ଚ ଦିନ ପରେ ଘରକୁ ଫେରିଛନ୍ତି ନବୀନ। ନବୀନଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି ପରିବାରବର୍ଗ। ଦୁଇ ବର୍ଷ ହେବ ତାଙ୍କୁ ଛାଡ଼ି ପଳାଇଥିବା ସ୍ତ୍ରୀ ମଧ୍ୟ ଘରକୁ ଫେରିଛନ୍ତି। ଏପରିକି ତାଙ୍କୁ ପୁନର୍ବିବାହ ମଧ୍ୟ କରିଛନ୍ତି।

କେବଳ ପୁନର୍ବିବାହ ନୁହେଁ, ପିଲାଟିଏ ଜନ୍ମ ହେବା ପରେ ଯେପରି ନାମକରଣଠୁ ବ୍ରତୋପନୟନ ହୁଏ, ସେହିପରି ରୀତିନୀତି ଅନୁସାରେ ସମସ୍ତ କ୍ରିୟା କରାଯାଇଛି। ସ୍ଥାନୀୟ ଅଞ୍ଚଳର ବିଶ୍ୱାସ ଅନୁସାରେ, ଯଦି ଜଣେ ମୃତ ବ୍ୟକ୍ତି ଜୀବିତ ବୋଲି ଜଣାପଡ଼େ ତେବେ ଏହାକୁ 'ପୁନର୍ଜନ୍ମ' ଭାବରେ ବିବେଚନା କରାଯାଏ।

ପୂର୍ବତନ ଗ୍ରାମ ପ୍ରଧାନ ରମେଶ ମହର କହିଛନ୍ତି ଯେ, ନବୀନ ଜୀବନ୍ତ ମିଳିବା ପରେ ପୁରୋହିତମାନେ ସର୍ବସମ୍ମତି କ୍ରମେ ଶୁଦ୍ଧ ପାଇଁ ସାଂସ୍କୃତିକ ପରମ୍ପରା ଅନୁଯାୟୀ ଜନ୍ମରୁ ବିବାହ ପର୍ଯ୍ୟନ୍ତ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଛି। 

Dead Man Found Alive Dead Man Return Home