Advertisment

ଏଟିଏସ୍‌ ଟିମ୍‌ ଉପରକୁ ଅତର୍କିତ ଫାୟାରିଂ, ଡିଏସ୍‌ପି, କନଷ୍ଟେବଳ ଗୁରୁତର

ଅପରାଧୀଙ୍କ ଗୁଳି ମାଡ଼ରେ ଗୁରୁତର ହୋଇଛନ୍ତି ଏଟିଏସ୍‌ ଡିଏସ୍‌ପି ଓ କନଷ୍ଟେବଳ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

firing

firing

Advertisment

ଝାଡଖଣ୍ଡର ରାମଗଡ଼ରେ ମୁହାଁମୁହିଁ ହୋଇଛନ୍ତି ଅପରାଧୀ ଓ ଏଟିଏସ୍‌ ଟିମ୍‌ । ଅପରାଧୀଙ୍କ ଗୁଳି ମାଡ଼ରେ ଗୁରୁତର ହୋଇଛନ୍ତି ଏଟିଏସ୍‌ (Anti Terrorist Squad) ଡିଏସ୍‌ପି ଓ କନଷ୍ଟେବଳ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଏଟିଏସ୍‌ ଡିଏସ୍‌ପିଙ୍କ ନେତୃତ୍ୱରେ ଟିମ୍‌ ଅମନ ସାହୁ ଗ୍ୟାଙ୍ଗକୁ ଧରିବାକୁ ଯାଇଥିଲେ। ମାତ୍ର ରାମଗଡ଼ର ପତରାତୁ ତାଢ଼ିଡିହ ସରନା ସ୍ଥଳ ପାଖରେ କିଛି ଅପରାଧୀ ଅତର୍କିତ ଭାବେ ଏଟିଏସ୍‌ ଟିମ୍‌ ଉପରକୁ ଗୁଳି ମାଡ଼ କରିଥିଲେ। ଏହି ଗୁଳି ମାଡ଼ରେ ଏଟିଏସ୍‌ ଡିଏସ୍‌ପି ନୀରଜ କୁମାର ଓ ରଜରପ୍ପାର କନଷ୍ଟେବଳ ସୋନୁ କୁମାର ଗୁରୁତର ହୋଇଛନ୍ତି ।

ଡିଏସ୍‌ପିଙ୍କ ପେଟରେ ଗୁଳି ବାଜିଥିବା ବେଳେ କନଷ୍ଟେବଳଙ୍କ ଜଙ୍ଘରେ ବାଜିଛି ଗୁଳି। ତୁରନ୍ତ ଉଭୟଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନେ ଚିକିତ୍ସାଧୀନ ଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

Advertisment

ଏହି ଖବର ପ୍ରଚାରିତ ହେବା ପରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ଏପରି କାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଅପରାଧୀଙ୍କ ସନ୍ଧାନ କରୁଛି ପୁଲିସ୍ ।

Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe