Advertisment

SBIକୁ କଡ଼ା ନିର୍ଦ୍ଦେଶ: ସିଲେକ୍ଟିଭ୍‌ ନୁହେଁ ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ଦିଅ

ବଣ୍ଡର ସିରିଏଲ୍ ନମ୍ବର ସମେତ କିଏ କିଏ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି, ତା'ର ସବୁ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
Supreme Court on  sbi

Supreme Court on sbi

ସିଲେକ୍ଟିଭ୍‌ ନୁହେଁ ସମସ୍ତ ତଥ୍ୟ। ନିର୍ବାଚନୀ ବଣ୍ଡକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏଭଳି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି, ଇଲେକଟୋରାଲ ବଣ୍ଡର ସବୁ ତଥ୍ୟ ଦିଅ। ବଣ୍ଡର ସିରିଏଲ୍ ନମ୍ବର ସମେତ କିଏ କିଏ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି, ତା'ର ସବୁ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଇଲେକଟୋରାଲ ବଣ୍ଡର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏସବିଆଇ ଜମା କରିଥିବା ନିର୍ବାଚନୀ ବଣ୍ଡ ବିବରଣୀ ସମ୍ପୂର୍ଣ୍ଣ ନୁହେଁ ବୋଲି ଦର୍ଶାଇ ପାଞ୍ଚଜଣିଆ ଖଣ୍ଡପୀଠ ପୂର୍ବରୁ ବ୍ୟାଙ୍କକୁ ନୋଟିସ ଜାରି କରି ମାର୍ଚ୍ଚ ୧୮ ତାରିଖରେ ଶୁଣାଣି ପାଇଁ କହିଥିଲେ।

ଆଜି ଏହି ମାମଲାର ଶୁଣାଣି କିରି ସୁପ୍ରିମକୋର୍ଟ ଏସ୍‌ବିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍‌ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍‌ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Advertisment

ଏସବିଆଇ କୌଣସି ତଥ୍ୟ ଲୁଚାଇ ନାହିଁ ବୋଲି ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ଏକ ସତ୍ୟପାଠ ଦେବାକୁ ମଧ୍ୟ ଏସବିଆଇ ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

କହିରଖୁ ଯେ, ପୂର୍ବରୁ ଇଲେକଟୋରାଲ ବଣ୍ଡକୁ ରଦ୍ଦ କରିବା ସହିତ ଏହାର ସବୁ ତଥ୍ୟ ପ୍ରକାଶ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସ୍‌ବିଆଇ ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହୋଇଥିଲା ଏବଂ ମାର୍ଚ୍ଚ ୧୨ ସୁଦ୍ଧା ବିବରଣୀ ଦେବାକୁ ଏସ୍‌ବିଆଇକୁ କୋର୍ଟ କହିଥିଲେ। ମାର୍ଚ୍ଚ ୧୫ ସୁଦ୍ଧା ଏହାକୁ ୱେବ୍‌ସାଇଟ୍‌ରେ ପ୍ରକାଶ କରିବାକୁ ନିର୍ବାଚନ କମିସନଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। 

Supreme Court SBI Electoral Bonds Case