Advertisment

ନୀତୀଶଙ୍କ ପାଇଁ ଫେରିବାର ସବୁ ବାଟ ବନ୍ଦ: ବିଜେପି ସାଂସଦ

ସେ କହିଛନ୍ତି ନୀତୀଶ ଚାହିଁଲେ ମଧ୍ୟ ଆଉ ବିଜେପିକୁ ଫେରି ପାରିବେନି। ଏହା କହିଛନ୍ତି ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ସୁଶୀଲ ମୋଦି।

ଅଦ୍ୟତନ ହୋଇଛି
Sushil Modi

Sushil Modi

Advertisment

ନୀତୀଶଙ୍କ ପାଇଁ ଏନ୍‌ଡିଏକୁ ଫେରିବା ସବୁ ବାଟ ବନ୍ଦ। ଏହା କହିଛନ୍ତି ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ସୁଶୀଲ ମୋଦି। ସେ କହିଛନ୍ତି ନୀତୀଶ ଚାହିଁଲେ ମଧ୍ୟ ଆଉ ବିଜେପିକୁ ଫେରି ପାରିବେନି। ଏବାବଦରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ କଥାର ଗୁରୁତ୍ୱ ନ ଥିବା ସେ ପ୍ରତିକ୍ରିୟା ରଖିଛନ୍ତି। ରାମଦାସ ଜଣେ ମନ୍ତ୍ରୀ, ହେଲେ ସେ ବିଜେପି କିମ୍ବା ଏନ୍‌ଡିଏର ମୁଖପାତ୍ର ନୁହଁନ୍ତି ବୋଲି ସୁଶୀଲ ଏଏନ୍‌ଆଇକୁ ଉଲ୍ଲେଖ କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଟଲିଟଛି।

Advertisment

ନୀତିଶ ବୋଝ ପାଲଟିଥିବା ଓ ମୁଖ୍ୟମନ୍ତ୍ରୀ ଭାବେ ଭୋଟ ପାଇବାର କ୍ଷମତା ହରାଇଥିବା ସୁଶୀଲ କହିଛନ୍ତି।

ତେବେ ଏନ୍‌ଡିକୁ ପୁଣି ନୀତୀଶ ଫେରି ପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ତଥା ଏନ୍‌ଡିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆର ନେତା ରାମଦାସ କହିଥିଲେ। ଯାହା ପରେ ଗତବର୍ଷ ବିଜେପି ଠାରୁ ଅଲଗା ହୋଇଥିବା ନୀତିଶଙ୍କ ଘର ଲେଉଟା ବିଷୟ ଆଲୋଚନାରେ ଥିଲା।

Advertisment

ପିଟିଆଇକୁ ରାମଦାସ ଏହା କହିଥିଲେ ଯେ, ଗତଥର ନୀତୀଶ ଏନ୍‌ଡିଏ ସହଯୋଗୀ ହୋଇଥିଲେ ହେଁ ବିହାର ବିଧାନସଭା ନିର୍ବାଚନରେ ବିଜେପି ଅଧିକ ସିଟ୍‌ ଜିତିଥିଲା। ନୀତୀଶ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। 

ତେବେ ନୀତୀଶଙ୍କ ଜେଡି(ୟୁ) ଅଗଷ୍ଟ ୨୦୨୨ରେ ଏନ୍‌ଡିଏରୁ ବାହାରି ଯାଇ ବିରୋଧୀଙ୍କ ସହ ମିଶିଥିଲା। ପରେ ଆରଜେଡି ସହ ମିଶି ସେଠାରେ ସରକାର ଗଠନ କରିଥିଲା। ବିରୋଧୀ ସାମ୍ମୁଖ୍ୟରେ ସେ ଜଣେ ମୁଖ୍ୟ ନେତା। ତେବେ ସେ କେବେବି ଏନ୍‌ଡିଏକୁ ଫେରିଆସିପାରନ୍ତି।

ଆଇ.ଏନ୍‌.ଡି.ଆଇ.ଏ. ସାମ୍ମୁଖ୍ୟ ଗଠନ ନେଇ ରାମଦାସ କହିଥିଲେ, ଏହାର ମୂଳ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା। ଏହି ବିରୋଧୀ ସାମ୍ମୁଖକୁ ନେଇ ନୀତୀଶ ଖୁସି ନାହାନ୍ତି। ଗତ ବାଙ୍ଗାଲୁରୁ ବୈଠକରୁ ସେ ଫେରିଆସିଥିବା ଖବର ଗତକାଲି ପାଟନା ଗସ୍ତବେଳେ ଜାଣିବାକୁ ପାଇଥିଲେ। ମୁମ୍ୱାଇରେ ହେବାକୁ ଥିବା ଆସନ୍ତା ବିରୋଧୀ ସମ୍ମୁଖ୍ୟ ବୈଠକରେ ସେ ଯୋଗଦେଇ ନପାରନ୍ତି ବୋଲି ରାମଦାସ କହିଛନ୍ତି।

ତେବେ ରାମଦାସଙ୍କୁ କାଉଣ୍ଟର କରିଛନ୍ତି ବିଜେପି ଏମ୍‌ପି ସୁଶୀଲ ମୋଦି।

Bihar Politics Bjp Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe