Advertisment

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାୟୁସେନାର ହେଲିକପ୍ଟର

ଏଥିରେ ଥିବା ଦୁଇ ଜଣ ପାଇଲଟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

author-image
Madhupriya Mistry
Apache Helicopter

Apache Helicopter

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାୟୁସେନାର ଲଢ଼ୁଆ ହେଲିକପ୍ଟର। ବୁଧବାର ଲଦାଖରେ ଅଚାନକ ଭାରତୀୟ ବାୟୁସେନାର ଆପାଚେ ହେଲିକପ୍ଟରକୁ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଛି। ଏକ ଅପରେସନାଲ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରର ଜୁରୁରୀକାଳୀନ ଲ୍ୟାଣ୍ଡିଂ କରିବାକୁ ପଡିଥିବା ସୂଚନା ମିଳିଛି।

Advertisment

ଭାରତୀୟ ବାୟୁସେନାର ସୂଚନା ମୁତାବକ, ଲଦାଖ ଏରିୟା ଅଫ୍ ରେସ୍‌ପନ୍ସବିଲିଟି(AOR)ରେ ଏହି ଘଟଣା ଘଟିଛି। ଟ୍ରେନିଂ ସମୟରେ ପାହାଡିଆ ଅଞ୍ଚଳ ଦେଇ ଗତି କରୁଥିବା ବେଳେ ହେଲିକପ୍ଟରକୁ କ୍ଷତି ପହଞ୍ଚିଥିଲା। ଏହାପରେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାକୁ ତୁରନ୍ତୁ ଲଦାଖରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଥିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ନିକଟସ୍ଥ ଏୟାରବେସ୍‌କୁ ପଠାଇ ଦିଆଯାଇଛି। ସେପଟେ ଆପାଚେ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂର ସଠିକ୍ କାରଣ ଯାଞ୍ଚ ପାଇଁ ଭାରତୀୟ ବାୟୁ ସେନା ପକ୍ଷରୁ କୋର୍ଟ ଅଫ୍‌ ଇନ୍‌କ୍କାୟରୀ ନିର୍ଦ୍ଦେଶ ଦିଆଯାଇଛି।

କହିରଖୁ ଯେ, ଆପାଚେ ହେଲିକପ୍ଟରରେ ଅନେକ ପ୍ରକାରର କ୍ଷମତା ରହିଛି। ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର, ଏୟାର-ଟୁ-ଏୟାର ମିସାଇଲ୍, ରକେଟ୍ ଏବଂ ଅନ୍ୟାନ୍ୟ ଗୁଳି ବିନିମୟ କରିବାର କ୍ଷମତା ରହିଛି। ୨୨ଟି ଆଡଭାନ୍ସ ହେଲିକପ୍ଟର ପାଇଁ ସେପ୍ଟେମ୍ବର ୨୦୧୫ରେ ଭାରତୀୟ ବାୟୁସେନା ଆମେରିକା ସହ ୧୩,୯୫୨ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଭାରତୀୟ ସେନା ଫେବ୍ରୁଆରୀ ୨୦୨୦ରେ ହୋଇଥିବା ଏକ ଅନ୍ୟ ଚୁକ୍ତି ଅନୁଯାୟୀ ୬ଟି ଆପାଚେ ହେଲିକପ୍ଟର ପାଇବ, ଯାହାର ଦାମ୍ ୫,୬୯୧ କୋଟି ଟଙ୍କା ରହିଛି।

Advertisment
Ladakh Emergency Landing Indian Air Force Apache Helicopter