PM Modi meets UAE president
‘ପ୍ରତ୍ୟେକ ଭାରତୀୟ ତୁମକୁ ଜଣେ ସଚ୍ଚୋଟ ବନ୍ଧୁ ଭାବେ ଦେଖିବାକୁ ଚାହୁଁଛନ୍ତି।’ ୟୁଏଇ ରାଷ୍ଟ୍ରପତିଙ୍କୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିା ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସାରି ଆଜି ସକାଳେ ୟୁଏଇ ରାଜଧାନୀ ଆବୁଧାବିରେ ପହଞ୍ଚିଛନ୍ତି ମୋଦି। ସେଠାରେ ସେ ୟୁଏଇର ରାଷ୍ଟ୍ରପତି ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାୟଁଙ୍କୁ ଭେଟିଛନ୍ତି ।
ଏହି ଭେଟ ବେଳେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ଚୁକ୍ତି ଓ ରାଜିନାମା ସ୍ୱାକ୍ଷରିତ ହୋଇଛି । ୟୁଏଇରେ ୨୦୩୦ ସୁଦ୍ଧା ଭାରତ ଏକ ନନ୍-ଅଏଲ୍ ପ୍ରକଳ୍ପ ସ୍ଥାପନ କରିବ । ଯାହାର ମୋଟ୍ ଖର୍ଚ୍ଚ ୧୦୦ ବିଲିଏନ୍ ଡଲାର୍ ରହିଛିା
ତା’ସହ ଉଭୟ ରାଷ୍ଟ୍ର ମଧ୍ୟରେ ଚାଲିଥିବା କମ୍ପ୍ରେହେନସିଭ୍ ଇକୋନୋମିକ୍ ପାର୍ଟନରସିପ୍ ଏଗ୍ରିମେଣ୍ଟ-CEPA ଉପରେ ଆଲୋଚନା ହୋଇଛି। ଦୁଇଦେଶ ଭିତରେ ଏହା ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବ। ଗତବର୍ଷ ଦୁଇ ଦେଶ ଭିତରେ ବାଣିଜ୍ୟିକ ଚୁ଼କ୍ତି ଯୋଗୁ ଭାରତ-ୟୁଏଇ ବ୍ୟବସାୟ ୨୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। ଦୁଇଦେଶ ନିଜର ମୁଦ୍ରା ଦ୍ୱାରା ବ୍ୟବସାୟ କରିବା ପରେ ବ୍ୟବସାୟୀକ ସମ୍ପର୍କ ଆହୁରି ମଜଭୁତ ହେବ। ଆଗକୁ ୟୁଏଇରେ ହେବାକୁ ଥିବା ସିଓପି-୨୮ରେ ଭାରତ ସମ୍ମିଳିତ ହେବ ବୋଲି ଆଲୋଚନା ବେଳେ ୟୁଏଇ ରାଷ୍ଟ୍ରପତିଙ୍କୁ କହିଛନ୍ତି ମୋଦି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1689425921.jpg)