Advertisment

ଘନଉଛି ଭାରତ-କାନାଡା ବିବାଦ, ସତର୍କ ରହିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଭାରତ

କାନାଡାରେ ରହୁଥିବା ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଭାରତ ସରକାର।

Canadian High-Commision in New Delhi A security personnel patrols outside the Canadian High-Commisio

Canadian High-Commision in New Delhi A security personnel patrols outside the Canadian High-Commisio

Advertisment

ବଢୁଛି ଭାରତ-କାନାଡା ମଧ୍ୟରେ ତିକ୍ତତା। କାନାଡାରେ ରହୁଥିବା ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଭାରତ ସରକାର। ଏନେଇ ଆଜି ଏକ ସତର୍କତା ଜାରି କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଏକ୍ସରେ ଏକ ପୋଷ୍ଟ କରି କାନାଡାରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଆଜି କିଛି ଘଣ୍ଟା ପୂର୍ବରୁ କାନାଡା ମଧ୍ୟ ତା'ର ନାଗରିକଙ୍କ ପାଇଁ ଏକ ଟ୍ରାଭେଲ୍ ଆଡଭାଇଜରି ଜାରି କରିଥିଲା। ଭାରତକୁ ବୁଲିବାକୁ ଆସୁଥିବା କାନାଡା ନାଗରିକଙ୍କୁ ତାଙ୍କ ସରକାର ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଜମ୍ମୁ-କଶ୍ମୀର ଭ୍ରମଣକୁ ଟାଳିବାକୁ ପରାମର୍ଶ ଦେଇଥିଲେ କାନାଡା ସରକାର। ଏହାର କିଛି ଘଣ୍ଟା ପରେ ଭାରତ, କାନାଡାରେ ରହୁଥିବା ତା'ର ନାଗରିକଙ୍କୁ ସତର୍କ କରାଇଛି। ଏସବୁ ଆଡଭାଇଜରି ଦୁଇ ଦେଶର ତିକ୍ତତାକୁ ଇଙ୍ଗିତ କରୁଛି।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନଉଛି। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ଗତ ଜୁନ ୧୮ରେ ନିପାତ ହୋଇଥିଲା। ଦୁଇ ସନ୍ଦିଗ୍ଧ ବନ୍ଧୁକ ଧାରୀ ତାକୁ ହତ୍ୟା କରିଥିଲେ। ଗତ କିଛି ମାସ ମଧ୍ୟରେ ନିଜ୍ଜାର ସମେତ ୪ ପ୍ରମୁଖ ଖଲିସ୍ଥାନୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟି ସାରିଲାଣି। ହେଲେ ବିନା କୌଣସି ପ୍ରମାଣରେ କାନାଡା ଏଥିପାଇଁ ଭାରତକୁ ଦାୟୀ କରୁଛି।

Advertisment

କାନାଡା ଅଭିଯୋଗ କରୁଛି ଯେ, ହରଦୀପ ସିଂହ ନିଜ୍ଜାର ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା RAWର ହାତ ଅଛି। ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିବା ପରେ ବି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି କାନାଡା ସରକାର। ଗତକାଲି ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା କାନାଡା। ଏହାପରେ ଭାରତ ସରକାର ମଧ୍ୟ କାନାଡା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହ 5 ଦିନ ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି କାନାଡା ପୁନର୍ବାର ଟ୍ରାଭେଲ୍ ଆଡଭାଇଜରି ଜାରି କରିଛି। 

India Govt India Advisory For Nationals In Canada India Canada Relation Hardeep Singh Nijjar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe