Advertisment

ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ଭାରତ

ଏହାକୁ ମିଥ୍ୟା ତଥା ଉଦେଶ୍ୟମୂଳକ ଭାରତ ବିରୋଧୀ ପ୍ରଚାର ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଅନ୍ୟ ଦେଶରେ ପଶି ଟାର୍ଗେଟ କିଲିଂ କରିବା ଭାରତ ସରକାରଙ୍କ ନୀତି ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର।

ଅଦ୍ୟତନ ହୋଇଛି
Centre Blasts Report On Target Killing

Centre Blasts Report On Target Killing

Advertisment

ଆତଙ୍କବାଦକୁ ମୁହଁ ତୋଡ ଜବାବ ଦେଉଛି ଭାରତ। ବିଦେଶ ମାଟିରେ ପଶି ଆତଙ୍କବାଦୀଙ୍କୁ ଖୋଜି ଖୋଜି ଭାରତହତ୍ୟା କରୁଛି । ପାକିସ୍ତାନ ଭିତରେ ପଶି ଗୋଟିଏ ପରେ ଗୋଟିଏ ଆତଙ୍କବଦୀଙ୍କୁ ସେ ଟାର୍ଗେଟ କିଲିଂ କରୁଛି। ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ଓ ରୁଷର କେଜିବି ଠାରୁ ଭାରତ ପ୍ରେରଣା ନେଇଛି, ଯାହା ବିଦେଶୀ ମାଟିରେ ଶତ୍ରୁମାନଙ୍କୁ ହତ୍ୟା କରିବାରେ ଜଣାଶୁଣା।

Advertisment

ବ୍ରିଟେନର ଖବରକାଗଜ 'ଦ ଗାର୍ଡିଆନ୍‌'ରେ ଭାରତ ବିରୋଧରେ ଏଭଳି କିଛି ଅଭିଯୋଗ କରାଯାଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ଏହାକୁ ମିଥ୍ୟା ତଥା ଉଦେଶ୍ୟମୂଳକ ଭାରତ ବିରୋଧୀ ପ୍ରଚାର ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଅନ୍ୟ ଦେଶରେ ପଶି ଟାର୍ଗେଟ କିଲିଂ କରିବା ଭାରତ ସରକାରଙ୍କ ନୀତି ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର।

ଦ ଗାର୍ଡିଆନ୍‌ରେ ପ୍ରକାଶିତ ପାଇଥିବା ରିପୋର୍ଟରେ ଭାରତୀୟ ଓ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ଉଦ୍ଧେଶ୍ୟରେ ବଡ ଦାବି କରାଯାଇଛି।ଏହି ରିପୋର୍ଟରେ ଉଭୟ ଦେଶର ଗୁପ୍ତଚର ଅଧିକାରୀଙ୍କ ସହ ସାକ୍ଷାତକାର ଏବଂ ପାକିସ୍ତାନୀ ଅନୁସନ୍ଧାନକାରୀଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ଡକ୍ୟୁମେଣ୍ଟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୧୯ (ପୁଲୱାମା ଆକ୍ରମଣ ଘଟଣା) ପରେ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ଜାତୀୟ ସୁରକ୍ଷା ପ୍ରତି ଏକ ସାହସିକ ଆଭିମୁଖ୍ୟ ଗ୍ରହଣ କରିଛି। ବିଦେଶ ମାଟିରେ ଥିବା ନିଜ ଶତ୍ରୁମାନଙ୍କୁ ହଟାଇବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

Advertisment

ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ ତଥା RAW ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଦ୍ୱାରା ସିଧାସଳଖ ନିୟନ୍ତ୍ରିତ ହେଉଛି। ଯେଉମାନେ ଭାରତର ଶତ୍ରୁ ସେହିମାନଙ୍କୁ ଟାର୍ଗେଟ କରିବା ପାଇଁ ଦିଲ୍ଲୀରେ ଏକ ଅପରେସନ୍ ଆରମ୍ଭ କରାଯାଇଛି। ୨୦୨୦ ପରଠାରୁ ଭାରତ ପାକିସ୍ତାନରେ ଲଗାତର କାର୍ଯ୍ୟାନୁଷ୍ଠାନ ନେଇଛି। ଏବେ ସୁଦ୍ଧା ପ୍ରାୟ ୨୦ ଜଣଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।  

ଏହି ହତ୍ୟାଗୁଡିକୁ ବିଶେଷ ରୂପେ ସଂଯୁକ୍ତ ଆରବ ଅମିରାତରୁ ସଂଚାଳିତ ହେଉଥିବା ଭାରତୀୟ ଗୁପ୍ତଚର ସ୍ଲିପର ସେଲ୍‌ଙ୍କ ଦ୍ୱାରା କରାଯାଇଛି। ୨୦୨୩ ପରେ ଏହି ଟାର୍ଗେଟ୍‌ କିଲିଂରେ ହଠାତ୍‌ ବୃଦ୍ଧି ଘଟଇଛି। ୟୁଏଇରେ କାମ କରୁଥିବା ସ୍ଲିପର ସେଲ୍‌ ସ୍ଥାନୀୟ ଅପରାଧୀ ତଥା ପାକିସ୍ତାନର ଗରିବ ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଅଫର ଦେଇ ଏହି ହତ୍ୟାକାଣ୍ଡ ଘଟାଇଥିବା ଦାବି କରାଯାଇଛି।  

Pakistan RAW Target Killing UK Daily The Guardian Pakistan Terrorists
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe