Advertisment

ଏନ୍‌ସିପି ଦି’ ଫାଳ ପରେ ଶରଦ କହିଲେ ମୁଁ ହିଁ ଅଧ୍ୟକ୍ଷ

ବୈଠକରେ ସେ କହିଛନ୍ତି ସେ ହିଁ ଏନ୍‌ସିପିର ଅଧ୍ୟକ୍ଷ। ଆଉ କିଏ ଏନ୍‌ସିପିର ଅଧ୍ୟକ୍ଷ ହେବା କଥା ଭୁଲ।

ଅଦ୍ୟତନ ହୋଇଛି
Sharad Pawar and Ajit Pawar

Sharad Pawar and Ajit Pawar

Advertisment

ମହାରାଷ୍ଟ୍ରରୁ ଦିଲ୍ଲୀ ପହଞ୍ଚିଲା ଏନସିପି କଳି। ମୁମ୍ବାଇ ପରେ ଆଜି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶରଦ ପାୱାର। ଗତକାଲି ମୁମ୍ବାଇ ପରେ ଆଜି ଦିଲ୍ଲୀରେ ହୋଇଛି ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ତେବେ ବୈଠକ ପରେ ପୋଷ୍ଟର ମାଧ୍ୟମରେ ଅଜିତ ପାୱାର ଗୋଷ୍ଠୀ ଉପରେ ତୀବ୍ର ହମଲା କରିଛି ଏନସିପି ଯୁବ ଶାଖା।

Advertisment

ଗୋଟାଏ ପଟେ ଶରଦ ପାୱାର ତାଙ୍କ ସହ ଥିବା ନେତାମାନଙ୍କ ନେଇ ଏନ୍‌ସିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିଛନ୍ତି। ବୈଠକରେ ସେ କହିଛନ୍ତି ସେ ହିଁ ଏନ୍‌ସିପିର ଅଧ୍ୟକ୍ଷ। ଆଉ କିଏ ଏନ୍‌ସିପିର ଅଧ୍ୟକ୍ଷ ହେବା କଥା ଭୁଲ।

ସେହିପରି ଦଳ ଠାରୁ ଅଲଗା ହୋଇଥିବା ଅଜିତ ପାୱାରଙ୍କୁ ଇସାରା କରି ଶରତ କହିଛନ୍ତି, ୮୨ ହେଉ କି ୯୨ ମୁଁ ଏବେ ବି ସକ୍ଷମ, ଦଳ ପାଇଁ କାମ କରୁଛି।

Advertisment

ସେହିପରି ଏନ୍‌ସିପି କଳି ପରେ ଏକଦା ଘନିଷ୍ଠ ସହଯୋଗୀ ଥିବା ସାଂସଦ ପ୍ରଫୁଲ୍ଲ ପଟେଲଙ୍କୁ ବିଦା କରିଛନ୍ତି ଶରଦ ପାୱାର। ସୁନିଲ ତଟକରେଙ୍କୁ ମଧ୍ୟ ଦଳରୁ ବିଦା କରିଛନ୍ତି। ପୂର୍ବରୁ ମହାରାଷ୍ଟ୍ର ସରକାରରେ ସାମିଲ ୯ ବିଧାୟକଙ୍କୁ ସେ ବରଖାସ୍ତ କରିଥିବା ଶରତ କହିଥିଲେ।

ଅନ୍ୟପଟେ ତାଙ୍କ ପୁତୁରା ତଥା ଏନ୍‌ସିପି ଦଳରେ ବିଦ୍ରୋହ କରି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ୍‌ ପାୱାର ଏହି ବୈଠକ ବେଆଇନ୍‌ ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି, ଏନ୍‌ସିପି ପ୍ରତିନିଧିତ୍ୱକୁ ନେଇ ବିବାଦ ଇସିଆଇରେ ଅଛି। ତେଣୁ ଏନ୍‌ସିପି ଭିତରେ କୌଣସି ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିବା ଅଧିକାର ନାହିଁ। ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମାନିବା ପାଇଁ କେହିବି ଆଇନ ଅନୁଯାୟୀ ବାଧ୍ୟ ନୁହେଁ।

ଶରଦଙ୍କ ଘରେ ହୋଇଥିବା ଏନ୍‌ସିପି କାର୍ଯ୍ୟକାରିଣୀ ବୈଠକରେ ଶରଦଙ୍କ ସହ ସୁପ୍ରିୟା ସୁଲେ, ସାଂସଦ ଫେଜିୟା ଖାନ୍, ବନ୍ଦନା ଚହ୍ୱାନ୍‌ଙ୍କ ସମେତ ବିଭିନ୍ନ ରାଜ୍ୟର ଦଳୀୟ ମୁଖ୍ୟମାନେ ଯୋଗ ଦେଇଥିଲେ। ସେହିପରି ଆଜି ଶରତ ରାଷ୍ଟ୍ରୀୟ ପଦାଧିକାରୀଙ୍କ ପକ୍ଷରୁ ରାଜ୍ୟ ଦଳୀୟ ଅଧ୍ୟକ୍ଷ ବୈଠକ ମଧ୍ୟ କରିଥିଲେ।

ବୈଠକ ନେଇ କେରଳ ଏନ୍‌ସିପି ସଭାପତି ପିସି ଚାକୋ କହିଛନ୍ତି, ବୈଠକରେ କାର୍ଯ୍ୟକାରିଣୀ ସମିତି ଚୟନ କରାଯାଇଛି। ଦଳର ସମସ୍ତ ୨୭ ୟୁନିଟ୍‌ କମିଟି ଶରତଙ୍କ ସହିତ ରହିଛି। ମହାରାଷ୍ଟ୍ରରେ କୌଣସି ଦଳୀୟ କମିଟି ଅଜିତ୍‌ଙ୍କ ସହିତ ନାହାନ୍ତି। ଏହି ବୈଠକରେ ୮ଟି ପ୍ରସ୍ତାବ ପାରିତ ହୋଇଛି। ବିଦ୍ରୋହ କରିଥିବା ୯ ବିଧାୟକଙ୍କୁ ଦଳରୁ ନିଷ୍କାସିତ କରିବା ନିଷ୍ପତ୍ତି ଉପରେ ବୈଠକରେ ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ଅଜିତଙ୍କ ସମେତ ୯ ଜଣଙ୍କ ବିଧାୟକ ପଦକୁ ରଦ୍ଦ ପାଇଁ ନିର୍ବାଚନ କମିଶନ ଓ ବାଚସ୍ପତିଙ୍କ ନିକଟରେ ଆବେଦନ ପରେ ଦିଲ୍ଲୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିଛନ୍ତି ଶରଦ ପାୱାର। ବାପାଙ୍କ ସହ ଛିଡ଼ା ହୋଇଥିବା ଝିଅ ସୁପ୍ରିୟା ସୁଲେଙ୍କ ସମେତ ଦଳର ଅନ୍ୟ କିଛି ନେତା ମଧ୍ୟ ଏହି ମେଳିରେ ସାମିଲ ହୋଇଥିଲେ। ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ରଣନୀତି ନେଇ ପ୍ରସ୍ତୁତ କରାଯାଇଛି।

ଏହି ବୈଠକ ପୂର୍ବରୁ ଦିଲ୍ଲୀସ୍ଥିତ ଶରଦ ପାୱାରଙ୍କ ବାସଭବନ ସାମ୍ନାର ଦୃଶ୍ୟ ଭିନ୍ନ ନଜର ଆସିଥିଲା। ପୋଷ୍ଟର ମାଧ୍ୟମରେ ଅଜିତ ପାୱାର ଗୋଷ୍ଠୀକୁ ଟାର୍ଗେଟ କରିଥିଲେ ରାଷ୍ଟ୍ରବାଦୀ ବିଦ୍ୟାର୍ଥୀ କଂଗ୍ରେସ, ଯେଉଁଥିରେ ପ୍ରଫୁଲ୍ଲ ପଟେଲ ବାହୁବଲୀ ଫିଲ୍ମର କଟପ୍ପା ଭଳି ଶରଦ ପାୱାରଙ୍କ ପିଠିରେ ଖଣ୍ଡା ଭୁଶିଥିବା ଦେଖାଯାଇଛି। ସେହିଭଳି ସେଠାରେ ଲଗାଯାଇଥିବା ପୁରୁଣା ପୋଷ୍ଟର। ଯେଉଁଥିରେ ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ ପଟେଲଙ୍କ ଭଳି ନେତାଙ୍କ ଚିତ୍ର ଥିଲା। ସେସବୁକୁ ହଟାଇ ନୂଆ ପୋଷ୍ଟର ଲଗାଯାଇଛି।

ଏପଟେ ରବିବାର ଅଜିତ ପାୱାର ଡାକିଥିବା ବୈଠକରେ ଅଧିକ ବିଧାୟକ ଓ ସାଂସଦଙ୍କୁ ଦେଖିବାକୁ ମିଳିବା ପରେ ନିର୍ବାଚନ କମିଶନଙ୍କ ପାଖକୁ ଯାଇ ଦଳୀୟ ଚିହ୍ନ ଓ ନାଁ ଉପରେ ହକ ଜାହିର କରିଛି ବିଦ୍ରୋହୀ ଗୋଷ୍ଠୀ। ଏଥିସହ ଜୁନ ୩୦ରୁ ଅଜିତ ପାୱାର ଏନସିପିର ସଭାପତି ଭାବେ କାର୍ଯ୍ୟ କରୁଥିବା ତାଙ୍କ କ୍ୟାମ୍ପ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି।

Sarad Power Maharashtra Politics NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe