Advertisment

ମା’ ହେଲେ ଆଇଏଏସ୍‌ ଟିନା ଡାବି, ଘରକୁ ଆସିଲା କୁନି ଅତିଥି

ମା’ ହେଲେ ବହୁ ଚର୍ଚ୍ଚିତ ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଟିନା ଡାବି। ଗତକାଲି ଜୟପୁରର ଏକ ହସ୍ପିଟାଲରେ ଟିନା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି।

Tina Dabi with husband

Tina Dabi with husband

Advertisment

ମା’ ହେଲେ ବହୁ ଚର୍ଚ୍ଚିତ ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଟିନା ଡାବି। ଗତକାଲି ଜୟପୁରର ଏକ ହସ୍ପିଟାଲରେ ଟିନା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଇଏଏସ୍‌ ଟିନା ଡାବି ଓ ସ୍ୱାମୀ ପ୍ରଦୀପ ଗାୱେଣ୍ଡେଙ୍କ ଘରକୁ ଆସିଛି ଶିଶୁ ପୁତ୍ର ।

Advertisment

ପୁଅ ଜନ୍ମ କଥା ସାମ୍ନାକୁ ଆସିବା ପରେ ଉଭୟ ଟିନା ଓ ପ୍ରଦୀପଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। କିଛି ମାସ ପୂର୍ବେ ଟିନା ଗର୍ଭବତୀ ଥିବା ନେଇ ସୋଶାଲ ମିଡିଆରେ ଘୋଷଣା କରିଥିଲେ। ଏହାପରେ ଗତ ଜୁଲାଇ ୫ ତାରିଖରୁ ଟିନା ମାତୃତ୍ୱ ଛୁଟିରେ ଯିବା ସହ ନିଜ ଗର୍ଭାବସ୍ଥାକୁ ଭରପୁର ଏନଜୟ କରିଥିଲେ। ନିଜ ପରିବାର ସହ ଟିନାଙ୍କ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଥିଲା।

କୋଭିଡ ଦ୍ୱିତୀୟ ଲହର ସମୟରେ ଆଇଏଏସ୍ ଟିନା ଡାବିଙ୍କର ପ୍ରଦୀପ ଗାୱାଣ୍ଡେଙ୍କ ସହ ସାକ୍ଷାତ ହୋଇଥିଲା । ୨୦୨୧ ମସିହାରେ ସେ ଏବଂ ପ୍ରଦୀପ ସ୍ୱାସ୍ଥ୍ୟ ବିଭାଗରେ ଏକାଠି ଥିଲେ। ଉଭୟ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ। ଏକାଠି କାମ କରିବାବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢି ଯାଇଥିଲା।

Advertisment

ପୂର୍ବରୁ ଟିନା ପ୍ରଥମେ କଶ୍ମୀରର ଆଇଏଏସ୍‌ ଅଧିକାରୀ ଅଥହରଙ୍କୁ ବିବାହ କରିଥି‌ଲେ। ତେବେ ଦୁହିଁଙ୍କ ବିବାହ ବେଶି ଦିନ ତିଷ୍ଠି ପାରି ନଥିଲା। ଉଭୟ ପାରସ୍ପରିକ ସମ୍ମତି ଦ୍ୱାରା ଅଲଗା ହୋଇ ଯାଇଥିଲେ। ଛାଡପତ୍ର ପରେ ଟିନା ପୁନର୍ବାର ବିବାହ କରିଥିଲେ।

ଗତବର୍ଷ ଏପ୍ରିଲ୍‌ ମାସରେ ଟିନା ଡାବି ଆଇଏଏସ୍‌ ପ୍ରଦୀପ ଗୱାଣ୍ଡେଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତା’ପରେ ସେ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ।

IAS Tina Dabi Mother
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe