Advertisment

ଲୁଟେରାଙ୍କ କବଳରୁ ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ଭାରତୀୟ ନୌସେନା ପୂର୍ବରୁ ମଧ୍ୟ ଆରବ ସାଗରରେ ହୋଇଥିବା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Indian Navy Rescued

Indian Navy Rescued

୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଛି ଭାରତ। ଏହାସହ ଭାରତୀୟ ନୌସେନା ପାଖରେ ଆତ୍ମସର୍ମପଣ କରିଛନ୍ତି ଲୁଟେରା।

Advertisment

ମାର୍ଚ୍ଚ୨୮ ତାରିଖରେ ଆରବ ସାଗରରେ ଇରାନର ଫିସିଂ ଭେସଲରେ ୨୩ ପାକିସ୍ତାନୀ ନାଗରିକଙ୍କୁ ସୋମାଲିଆ ଲୁଟେରା ଅପହରଣ କରି ନେଇଥିଲେ। ମାର୍ଚ୍ଚ ୨୯ ତାରିଖରେ ଭାରତୀୟ ନୌସେନା ନିକଟକୁ ଏନେଇ ଖବର ଆସିଥିଲା। ପରେ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା। ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ଭାରତୀୟ ନୌସେନା। ପରେ ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିଲା। ପରେ ପୂରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଚି ଭାରତୀୟ ନୌସେନା।

ସେହିପରି ଆରବ ସାଗରରେ ଇରାନର ଫିସିଂ ଜାହାଜ ଅଲ-କମାରରେ କିଛି ସଶସ୍ତ୍ର ସନ୍ଦିଗ୍ଧ ଅପହରଣ କରିବା ପରେ ଭାରତୀୟ ନୌସେନା ସେମାନଙ୍କ ଯୋଜନା ଫେଲ କରିବାକୁ ସକ୍ରିୟ ହୋଇଥିଲା। ଡିସଟ୍ରେସ ସିଗନାଲ ପାଇବା ପରେ ଭାରତୀୟ ନୌସେନାର ଜାହାଜକୁ ଇରାନର ଫିସିଂ ଜାହାଜ ନିକଟକୁ ପଠାଯାଇଥିଲା। ସେଠାରେ ପହଞ୍ଚିବା ପରେ ଅପହରଣକାରୀଙ୍କ ନିକଟରୁ ଜାହାଜ ହାତେଇବା ପାଇଁ ୧୨ ଘଣ୍ଟା ଧରି ଲମ୍ବା ଅପରେସନ ଆରମ୍ଭ କରାଯାଇଥିଲା।

Advertisment

 ସୂଚନାଯୋଗ୍ୟ, ଭାରତୀୟ ନୌସେନା ପୂର୍ବରୁ ମଧ୍ୟ ଆରବ ସାଗରରେ ହୋଇଥିବା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କରିଛନ୍ତି।

Indian Navy Day