Advertisment

ଅରୁଣାଚଳର ୩୦ଟି ସ୍ଥାନର ନାଁ ବଦଲାଇଲା ଚୀନ୍‌, କଡ଼ା ଜବାବ ଦେଲା ଭାରତ

ମନଇଚ୍ଛା ନାଁ ରଖିବା ଦେବା ଦ୍ୱାରା ବାସ୍ତବିକତା ବଦଳିଯିବ ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଆଉ ରହିବ ବୋଲି କହିଛି ଭାରତ।

author-image
Madhupriya Mistry
India China Dispute

India China Dispute

ଅରୁଣାଚଳରେ ଧସେଇ ପଶିଛି ଚୀନ୍‌। ଅରୁଣାଚଳକୁ ନିଜର କରିବା ଲାଗି ଚଲାଇଛି ଷଡଯନ୍ତ୍ର। କଳେ ବଳେ କୌଶଳେ ଅରୁଣାଚଳ ପ୍ରଦେଶ ଉପରେ କବ୍‌ଜା କରିବା ପାଇଁ ଚୀନ୍‌ ନୂଆ ଯୋଜନା କରୁଛି। ଏବେ ଅରୁଣାଚଳ ପ୍ରଦେଶର ୩୦ ସ୍ଥାନର ନାଁ ବଦଳାଇ ଦେଇଛି ଡ୍ରାଗନ। ଏହି ନୂଆ ନାଁର ତାଲିକାକୁ ବିଜିଂ ପକ୍ଷରୁ ଜାରି କରାଯାଇଛି। ଏହାକୁ ନେଇ ଚୀନ୍‌ ଉପରେ ବର୍ଷିଛି ଭାରତ। ଡ୍ରାଗନକୁ ଦେଇଛି କଡ଼ା ଜବାବ।

Advertisment

ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ଜାହିର କରିବାକୁ ଯାଇ ବିଜିଂ ରାଜ୍ୟର ୩୦ଟି ବିଭିନ୍ନ ସ୍ଥାନର ନୂଆ ନାଁର ଚତୁର୍ଥ ତାଲିକା ଜାରି କରିଛି। ଏହାକୁ ନେଇ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧିର ଜୟସଓ୍ୱାଲ କହିଛନ୍ତି, ଭାରତର ଅରୁଣାଚଳ ପ୍ରଦେଶର ସ୍ଥାନ ବଦଳାଇବା ପାଇଁ ଚୀନ୍ ମୂର୍ଖ ଉଦ୍ୟମ ଜାରି ରଖିଛି। ଏହିପରି ପ୍ରୟାସକୁ ଆମେ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। ମନଗଢ଼ା ନାଁ ରଖିବାଦେବା ଦ୍ୱାରା ବାସ୍ତବିକତା ବଦଳିଯିବ ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଆଉ ରହିବ।

ସେପଟେ ଚୀନ୍‌ ଦ୍ୱାରା ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ୩୦ଟି ନାଁ ଜାରି କରିବାକୁ ନେଇ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଅରୁଣାଚଳପ୍ରଦେଶ ଭାରତୀୟ ରାଜ୍ୟ ଥିଲା, ଅଛି ଆଉ ଭବିଷ୍ୟତରେ ଏହା ରହିବ ମଧ୍ୟ। ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ଜୟଶଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନାମ ପରିବର୍ତ୍ତନ କରି କିଛି ହାସଲ ହେବ ନାହିଁ। ଯଦି ମୁଁ ତୁମର ଘରର ନାଁ ପରିବର୍ତ୍ତନ କରେ, ତେବେ ଏହା ମୋର ହେବ କି?

Advertisment

କହିରଖୁ ଯେ, ଚୀନ୍‌ ବାରମ୍ବାର ଅରୁଣାଚଳ ପ୍ରଦେଶକୁ ନିଜର ଦାବି କରୁଛି। ଏପରିକି ନିଜ ମାନଚିତ୍ରରେ ଏହାକୁ ସ୍ଥାନ ଦେଇଛି।  ନିକଟରେ ଅରୁଣାଚଳ ପ୍ରଦେଶ ଉପରେ ନିଜ ଦାବି ଜାହିର କରିବାକୁ ଯାଇ ଏଠାକାର ୩୦ଟି ସ୍ଥାନର ନାଁ ବଦଳାଇ ଏହାର ତାଲିକା ଜାରି କରିଥିଲା। ତାଲିକାରେ ନାଁ ଗୁଡିକ ଚାଇନିଜ୍‌ ଅକ୍ଷରରେ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା। ଅରୁଣାଚଳ ପ୍ରଦେଶର ୧୧ଟି ଆବାସିକ ଅଞ୍ଚଳ, ୧୨ଟି ପାହାଡ, ୪ଟି ନଦୀ, ଗୋଟିଏ ହ୍ରଦ, ଗୋଟିଏ ଅଣ୍ଡରପାସ୍‌ ଓ ଏକ ଖୋଲା ଜମିର ନାଁ ଏଥିରେ ସାମିଲ ଥିଲା। 

Arunachal Pradesh India Slams China India China Dispute