Advertisment

ତଣ୍ଡ ଗଣିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ସୂର୍ଯେଓ୍ୱାଲା

ଆସନ୍ତା ମାର୍ଚ୍ଚ ୬ ତାରିଖରେ ସାଂସଦ/ବିଧାୟକଙ୍କ ସ୍ୱତନ୍ତ୍ର ଅଦଲାତ ସମ୍ମୁଖରେ ହାଜର ହେବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

siddaramaiah

siddaramaiah

Advertisment

ମୁଖ୍ୟମନ୍ତ୍ରୀଙ୍କୁ ମୋଟା ଅଙ୍କର ଫାଇନ୍‌। ତଣ୍ଡ ଗଣିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। କେବଳ ସେ ନୁହେଁ ରଣଦୀପ ସୂର୍ଯେଓ୍ୱାଲାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ମଧ୍ୟ ଜରିମାନା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

Advertisment

ମୁଖ୍ୟମନ୍ତ୍ରୀ ସିଦ୍ଦରବୈୟା ବିରୋଧରେ ୨୦୨୨ରେ ରୁଜୁ ହୋଇଥିବା ମାମଲା ରଦ୍ଦ କରିବା ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଖାରଜ କରି ଦେଇଛନ୍ତି। ଏଥିସହ ଆସନ୍ତା ମାର୍ଚ୍ଚ ୬ ତାରିଖରେ ସାଂସଦ/ବିଧାୟକଙ୍କ ସ୍ୱତନ୍ତ୍ର ଅଦଲାତ ସମ୍ମୁଖରେ ହାଜର ହେବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୨ରେ ତତ୍କାଳୀନ ଗ୍ରାମ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍‌ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବିକୁ ନେଇ କର୍ଣ୍ଣାଟକର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିଦ୍ଦରମୈୟାଙ୍କ ସମେତ ବହୁ କଂଗ୍ରେସ ନେତା ବୋମାଇଙ୍କ ବାସଭବନ ଘେରାଉ କରିବା ପାଇଁ ରାଲି କରିଥିଲେ। ଏହାପରେ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନର ଆଜି କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିଛନ୍ତି।

Advertisment

ପୁଲିସ ମୁତାବକ, କଂଗ୍ରେସ ନେତାଙ୍କ ଏହି ମାମଲା ରାସ୍ତା ଜାମ କରିବା ଓ ଯାତ୍ରୀଙ୍କୁ ହଇରାଣ କରିବା ସହ ଜଡିତ। କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କଂଗ୍ରେସ ମହାସଚିବ ତଥା ଦଳର କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂର୍ଯେଓ୍ୱାଲା, ମନ୍ତ୍ରୀ ଏମ୍‌ବି ପାଟିଲ ଓ ରାମଲିଙ୍ଗା ରେଡ୍ଡୀଙ୍କ ବିରୋଧରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

Congress Karnataka Siddaramaiah Karnataka High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe