Advertisment

ଜାନୁଆରୀ ୨୨ରେ ଦୀପାବଳି ପାଳିବାକୁ କହିଲେ ମୋଦି

୧୪୦ କୋଟି ଦେଶବାସୀଙ୍କୁ ବିଶେଷ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି।

ଅଦ୍ୟତନ ହୋଇଛି
PM Modi at Ayodhya

PM Modi at Ayodhya

Advertisment

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି ଦିନ ପୂରା ଦେଶବାସୀ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ନିଜ ନିଜ ଘରେ ଭଗବାନ ରାମଙ୍କ ନାଁରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି।

Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏଠାରେ ପହଞ୍ଚି ଏକ ବିରାଟଳ ରୋଡ ଶୋ' କରିଥିଲେ। ଏଥିସହ ଅଯୋଧ୍ୟା ଧାମ ରେଳ ଷ୍ଟେସନ, ବାଲ୍ମକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦ୍‌ଘାନଟ କରିଥିଲେ। ଏହି ଅବସରରେ ମୋଦି ଦେଶବାସୀଙ୍କୁ ଏବ ବିଶେଷ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛି। ସାରା ଦେଶର ଜନସାଧାରଣଙ୍କ ପରି ମୁଁ ମଧ୍ୟ ରାମଭକ୍ତ ଓ ଜାନୁଆରୀ ୨୨କୁ ମୁଁ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛି। ଜନୁଆରୀ ୨୨ ତାରିଖ ଦିନ ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନ କରିବେ ସେତେବଳେ ୧୪୦ କୋଟି ଦେଶବାସୀ ନିଜ ନିଜ ଘରେ ଶ୍ରୀ ରାମ ଜ୍ୟୋତି ଜାଳନ୍ତୁ। ଦୀପାବଳି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

Advertisment

୨୨ ଜାନୁଆରୀ ସନ୍ଧ୍ୟାରେ ସାରା ଭାରତରେ ଉଜ୍ଜ୍ୱଳ ହେବା ଉଚିତ୍। ସେହିଦିନ ସମସ୍ତେ ଅଯୋଧ୍ୟାକୁ ଆସିବା ସମ୍ଭବ ନୁହେଁ। ଅଯୋଧ୍ୟାରେ ପହଞ୍ଚିବା ସମସ୍ତଙ୍କ ପାଇଁ ବହୁତ କଷ୍ଟକର। ଏଥିପାଇଁ ସମସ୍ତ ରାମ ଭକ୍ତଙ୍କୁ ହାତ ଯୋଡି ୨୨ଜାନୁଆରୀ ଅର୍ଥାତ୍ ୨୩ ଜାନୁଆରୀ ପରେ ଆନୁଷ୍ଠାନିକ କାର୍ଯ୍ୟକ୍ରମ ସରିବା ପରେ ଅଯୋଧ୍ୟାକୁ ଆସିବାକୁ ଅନୁରୋଧ କରାଯାଇଛି। ୨୨ ଜାନୁଆରୀ ଦିନ ଅଯୋଧ୍ୟାକୁ ଆସିବାକୁ ମନସ୍ଥ କରନ୍ତୁ ନାହିଁ। ଆମେ ରାମ ଭକ୍ତମାନେ ପ୍ରଭୁ ରାମଙ୍କୁ କଦାପି ଅସୁବିଧାରେ ପକାଇ ପାରିବା ନାହିଁ। ୫୫୦ ବର୍ଷ ଅପେକ୍ଷା କରିଛନ୍ତି। ଆଉ କିଛି ଦିନ ଅପେକ୍ଷା କର ବୋଲି ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

କେବଳ ସେତିକି ନୁହେଁ ପ୍ରଧନାମନ୍ତ୍ରୀ ମୋଦି ଅଯୋଧ୍ୟାକୁ ସବୁଠାରୁ ସ୍ୱଚ୍ଛ ସହର କରିବାକୁ ଅପିଲ କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ମାକର ସଂକ୍ରାନ୍ତି ଦିନଠାରୁ ଦେଶର ସମସ୍ତ ଛୋଟ ବଡ ତୀର୍ଥସ୍ଥାନରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନ ଜାନୁଆରୀ ୧୪ରୁ ଜାନୁୟାରୀ ୨୨ପର୍ଯ୍ୟନ୍ତ ଚାଲିବ। ପ୍ରଭୁ ରାମ ସମସ୍ତଙ୍କର। ତେଣୁ ଦେଶର ସମସ୍ତ ତୀର୍ଥସ୍ଥାନ ସଫା ରହିବା ଉଚିତ୍।

ଏହି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ପ୍ରଭୁ ଶ୍ରୀରାମଙ୍କ ପ୍ରିୟ ନଗରୀ ଅଯୋଧ୍ୟା ଏବେ ନବ ବଧୂ ପରି ସଜେଇ ହୋଇଛି। ଚାରିଆଡେ ଉତ୍ସବ ମୁଖର ହୋଇପଡିଛି।  

ଅଯୋଧ୍ୟା ଗ୍ରସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ଆଜି ୧୫.୭୦୦ କୋଟି ଟଙ୍କାର ଅନେକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ  କରିଛନ୍ତି ।

PM Modi Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe