Advertisment

'ବଞ୍ଚିବା ଅପେକ୍ଷା ମୁଁ ଜେଲ୍‌ରେ ମରିଯିବା ଭଲ…': ଜେଟ୍‌ ଏୟାରବେଜ୍‌ ଫାଉଣ୍ଡର

ଗତ ବର୍ଷ ସେପ୍ଟେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠକେଇ ମାମଲାରେ ନରେଶ ଗୋଏଲଙ୍କୁ ଗିରଫ କରିଥିଲା।

Naresh Goyal

Naresh Goyal

Advertisment

'ମୁଁ ଜୀବନର ସମସ୍ତ ଆଶା ହରାଇ ଦେଇଛି। ଏଭଳି ସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲ୍‌ରେ ମରିଯିବା ଭଲ।' ଏଭଳି କିଛି କୋର୍ଟ ହାତ ଯୋଡି କହିଛନ୍ତି ଜେଟ୍‌ ଏୟାରବେଜର ମାଲିକ ନରେଶ ଗୋଏଲ୍‌। ଶନିବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ସମୟରେ ବିଚାରପତିଙ୍କ ଆଗରେ ସେ ଏଭଳି ଭାବୁକ ହୋଇପଡିଛନ୍ତି।

Advertisment

କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ନରେଶ ଗୋଏଲ ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌ରେ ଅଛନ୍ତି। ସ୍ୱତନ୍ତ୍ର କୋର୍ଟରେ ଗୋଏଲ ଜାମିନ ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ଶନିବାର କୋର୍ଟରେ ତାଙ୍କର ଶୁଣାଣି ଥିଲା। ଏଥିପାଇଁ ତାଙ୍କୁ ହାଜର କରାଯାଇଥିଲା। ଏହି ସମୟରେ ଗୋଏଲ୍‌ ଅତ୍ୟନ୍ତ ଭାବୁକ ହୋଇପଡିଥିଲେ। ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

କୋର୍ଟ ରେକର୍ଡ ଅନୁଯାୟୀ ସେ କହିଛନ୍ତି, 'ମୁଁ ମୋ ପତ୍ନୀ ଅନୀତାଙ୍କୁ ବହୁତ ଭଲପାଏ, ତାଙ୍କୁ ମିସ୍‌ କରୁଛି। ସେ କ୍ୟାନ୍‌ସର୍‌ର ଆଡଭାନ୍ସ ଷ୍ଟେଜ୍‌ରେ ଅଛନ୍ତି। ମୁଁ ମୋ ଜୀବନର ସମସ୍ତ ଆଶା ହରାଇ ଦେଇଛି। ଏଭଳି ପରିସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲରେ ମରିଯିବା ଭଲ।'

Advertisment

ସୂଚନା ମୁତାବକ, ଜେଲ୍‌ରେ ଥିବା ଜେଟ୍‌ ଏୟାରବେଜ ଫାଉଣ୍ଡରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। କୋର୍ଟରେ ହାଜର ସମୟରେ ତାଙ୍କ ଦେହ ହାତ ଥରୁଥିଲା। ସେ ଠିକ୍‌ରେ ଛିଡା ମଧ୍ୟ ହୋଇପାରି ନଥିଲେ। ଅନ୍ୟଜଣଙ୍କ ସାହାରା ନେଇ ସେ ଛିଡା ହୋଇଥିଲେ। ସେ କୋର୍ଟରେ ହାଜର ପୂର୍ବରୁ ନିଜ ସ୍ୱାସ୍ଥ୍ୟ ରିପୋର୍ଟ ମଧ୍ୟ ଜଜ୍‌ ଆଗରେ ଦାଖଲ କରିଥିଲେ। ଗୋଏଲଙ୍କ ଏଭଳି ଅବସ୍ଥା ଦେଖି କୋର୍ଟ ତାଙ୍କର ଉଚିତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ଯାହା ଆବଶ୍ୟକ ତାହା କରାଯିବ ବୋଲି କୋର୍ଟ କହିଛନ୍ତି।

ଗତ ବର୍ଷ ସେପ୍ଟେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠକେଇ ମାମଲାରେ ତାଙ୍କୁ ଗିରଫ କରିଥିଲା। ଡିସେମ୍ବର ମାସରେ ଇଡି ଗୋଏଲ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା।

Mumbai Court Ed Naresh Goyal Jet Airways
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe