Advertisment

ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିଥିବା କାରିଗର କହିଲେ, 'ମୁଁ ଦୁନିଆର ସବୁଠୁ ଭାଗ୍ୟବାନ'

କର୍ଣ୍ଣାଟକର ଯେଉଁ ଶିଳ୍ପୀ ପ୍ରଭୁ ରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ସେ ନିଜକୁ ଧନ୍ୟ ମଣିଛନ୍ତି। 'ମୁଁ ଦୁନିଆର ସବୁଠୁ ଭାଗ୍ୟବାନ' ବୋଲି ମୂର୍ତ୍ତି କାରିଗର ଜଣକ କହିଛନ୍ତି।

ଅଦ୍ୟତନ ହୋଇଛି
Ram Lalla Idol Sculptor

Ram Lalla Idol Sculptor

Advertisment

ଭବ୍ୟ ରାମ ମନ୍ଦିରରେ ବିରାଜିଛନ୍ତି ରାମଲଲା। ପ୍ରଭୁଙ୍କ ମୁଖ ଦେଖି ବିଭୋର ବକ୍ତଗଣ। ଯିଏ ଦେଖୁଛି, ସିଏ କହୁଛି 'ଆହା କି ମନୋରମ।' ଏହି ପାବନ ଉତ୍ସବ ମଧ୍ୟରେ ନିଜକୁ ଧନ୍ୟ ମଣିଛନ୍ତି ମୂର୍ତ୍ତି କାରିଗର।

Advertisment

କର୍ଣ୍ଣାଟକର ଯେଉଁ ଶିଳ୍ପୀ ପ୍ରଭୁ ରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ସେ ନିଜକୁ ଧନ୍ୟ ମଣିଛନ୍ତି। 'ମୁଁ ଦୁନିଆର ସବୁଠୁ ଭାଗ୍ୟବାନ' ବୋଲି ମୂର୍ତ୍ତି କାରିଗର ଜଣକ କହିଛନ୍ତି।

ସୂଚନା ଅନୁସାରେ, କର୍ଣ୍ଣାଟକର ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଆଜି ମନ୍ଦିରର ପ୍ରତିଷ୍ଠା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମତେ ଏମିତି ଲାଗୁଛି, ଯେମିତି ମୁଁ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି। ମୋର ପୂର୍ବଜ, ପରିବାର ସଦସ୍ୟ ଏବଂ ପ୍ରଭୁ ରାମଙ୍କ ଆଶୀର୍ବାଦ ସର୍ବଦା ମୋ ପାଖରେ ଅଛି। ବେଳେବେଳେ ମୋତେ ଲାଗୁଛି, ମୁଁ ଯେମିତି ଏକ ସ୍ୱପ୍ନ ରାଇଜରେ ଅଛି।"

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନତ୍ୱରେ ଅଯୋଧ୍ୟା ରାମ ମନ୍ଦିରର 'ପ୍ରାଣ ପ୍ରତିଷ୍ଠା' ବା ସମର୍ପଣ ସମାରୋହ ଶେଷ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ, ୧୧ ଦିନିଆ ଧାର୍ମିକ ରୀତିନୀତି ପାଳନ କରିଥିଲେ।

ଗତ ସପ୍ତାହରେ ରାମଲଲାଙ୍କ ନୂତନ ପ୍ରତିମା ମନ୍ଦିର ଗର୍ଭଗୃହରେ ସ୍ଥାପନା କରାଯାଇଥିଲା। ନବ ନିର୍ମିତ ରାମଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଅତ୍ୟନ୍ତ ମନଲୋଭ ହୋଇଛି ପ୍ରଭୁଙ୍କ ଏହି ବାଲ୍ୟ ରୂପ। ଏକ ପଦ୍ମ ଫୁଲ ମଧ୍ୟରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ। ଏହି ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ହୋଇଛି।

ଏଥିରେ ରାମଙ୍କ ବାଲ୍ୟରୂପ ସମେତ ପ୍ରଭୁ ନାରାୟଣଙ୍କ ଦଶଅବତାର ମଧ୍ୟ ବର୍ଣ୍ଣିତ ହୋଇଛି। ପ୍ରଭୁ ବାମ ହାତରେ ଧନୁ ଏବଂ ଡାହାଣ ହାତରେ ତୀର ଧାରଣ କରିଛନ୍ତି।  

Karnataka Sculptor Ram Lalla Idol Sculptor Ayodhya Ram Temple Ram Lalla Idol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe