Advertisment

'ଭାରତରେ ରହିପାରିବେନି ରୋହିଙ୍ଗ୍ୟା ଶରଣାର୍ଥୀ'

ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଭାରତରେ ରହିବାକୁ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଏକ ଆଫିଡେଭଟି ଦାଖଲ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭଳି କିଛି ଦର୍ଶାଯାଇଛି।

author-image
Madhupriya Mistry
Rohingya Issue

Rohingya Issue

'ଭାରତରେ ରହିପାରିବେନି ରୋହିଙ୍ଗ୍ୟା ଶରଣାର୍ଥୀ। ବିଦେଶୀ ନଗରିକମାନେ ଭାରତରେ ଶରଣାର୍ଥୀ ରୂପେ ବସିତି ସ୍ଥାପନ କରିପାରିବେ ନାହିଁ।' ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଭାରତରେ ରହିବାକୁ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଏକ ଆଫିଡେଭଟି ଦାଖଲ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭଳି କିଛି ଦର୍ଶାଯାଇଛି।

Advertisment

କେନ୍ଦ୍ର ସରକାର କହିଛନ୍ତି, 'ବିଶ୍ୱର ବୃହତ୍ତମ ଜନସଂଖ୍ୟା ଏବଂ ସୀମିତ ସମ୍ବଳ ଥିବା ଏକ ବିକାଶଶୀଳ ଦେଶ ଭାବରେ ଦେଶ ନିଜ ନାଗରିକଙ୍କୁ ପ୍ରାଥମିକତା ଦେବା ଜରୁରୀ। ବିଧାନ ପରିଷଦ ବାହାରେ ଶରଣାର୍ଥୀଙ୍କ ସ୍ଥିତିକୁ କୌଣସି ସ୍ୱୀକୃତି ମିଳିପାରିବ ନାହିଁ। ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ମଧ୍ୟ ଶରଣାର୍ଥୀଙ୍କୁ ରହିବାକୁ ଦିଆଯାଇ ପାରିବ ନାହିଁ।'

କେନ୍ଦ୍ର ଆହୁରି କହିଛି, ଅଧିକାଂଶ ବିଦେଶୀମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରିଛନ୍ତି। ସମ୍ବିଧାନ ମୌଳିକ ଅଧିକାର କେବଳ ଦେଶର ନାଗରିକଙ୍କ ପାଇଁ ଉପଲବ୍ଧ। ତେଣୁ ଆବେଦନକାରୀ ନାଗରିକମାନଙ୍କ ପାଇଁ ଏକ ନୂତନ ନିୟମ ସୃଷ୍ଟି କରିବାକୁ ଦାବି କରିପାରିବେ ନାହିଁ। ଏହି ପ୍ରକାରର ନିଷ୍ପତ୍ତି ବିଧାନସଭାର ସ୍ୱତନ୍ତ୍ର ଅଧିକାର ଅଧୀନରେ ଅଛି। ନ୍ୟାୟିକ ଆଦେଶ ମାଧ୍ୟମରେ ଏହାର ଅନୁମତି ଦିଆଯାଇପାରିବ ନାହିଁ।

Advertisment

ବେଆଇନ ପ୍ରବାସୀ ହୋଇଥିବାରୁ ରୋହିଙ୍ଗ୍ୟାମାନେ ସମ୍ବିଧାନର ତୃତୀୟ ଭାଗ ଅନୁଯାୟୀ ସୁରକ୍ଷା ଦାବି କରିପାରିବେ ନାହିଁ। କାରଣ ତୃତୀୟ ଭାଗ କେବଳ ଦେଶର ନାଗରିକଙ୍କୁ ସୁରକ୍ଷା ଦେଇଥାଏ। ବେଆଇନ ପ୍ରବାସୀଙ୍କୁ ନୁହେଁ। ଜଣେ ବିଦେଶୀଙ୍କୁ କେବଳ ଧାରା ୨୧ ଅନୁଯାୟୀ ଜୀବନ ଏବଂ ସ୍ୱାଧୀନତାର ଅଧିକାର ରହିଛି। ସେ ଭାରତରେ ରହିବା କିମ୍ବା ବସବାସ କରିବା ନେଇ ମୌଳିକ ଅଧିକାର ଦାବି କରିପାରିବ ନାହିଁ। ଏହି ଅଧିକାର କେବଳ ଭାରତୀୟ ନାଗରିକମାନଙ୍କ ପାଖରେ ରହିଛି ବୋଲି କେନ୍ଦ୍ର ସରକାର ନିଜ ଆଫିଡେଭିଟ୍‌ରେ କହିଛନ୍ତି।

Supreme Court Rohingya Right To Stay Rohingya Detention