Advertisment

ଉଦୟନିଧିଙ୍କ ମୁଣ୍ଡ ପାଇଁ ୧୦ କୋଟି ପୁରସ୍କାର ଘୋଷଣା କଲେ ସନ୍ଥ

'ସନାତନ ଧର୍ମ' ବିରୋଧୀ ମନ୍ତବ୍ୟ ପରେ ଉଦୟନିଧି ଷ୍ଟାଲିନଙ୍କ ଶିରଚ୍ଛେଦନ ପାଇଁ ସନ୍ଥଙ୍କ ପୁରସ୍କାର ରାଶି ଘୋଷଣା। ଉଦୟନିଧି କହିଲେ, କେଶ କୁଣ୍ଡାଇବାକୁ ୧୦ ଟଙ୍କାର ପାନିଆ ଯଥେଷ୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Junior Stalin And Paramanash

Junior Stalin And Paramanash

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ' ବିରୋଧୀ ମନ୍ତବ୍ୟକୁ ନେଇ ତୀବ୍ର ହେଉଛି ଅସନ୍ତୋଷ। ମନ୍ତ୍ରୀ ତାଙ୍କ ଜିଦରେ ଅଟଳ ଥିବାବେଳେ ମିଳିଛି ହତ୍ୟା ଧମକ। ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଥିବା ତପସ୍ୱୀ ଚୱନି ମନ୍ଦିରର ମୁଖ୍ୟ ପୁରୋହିତ ପରମହଂସ ଆଚାର୍ଯ୍ୟ ଷ୍ଟାଲିନଙ୍କ ଶିରଚ୍ଛେଦନ ପାଇଁ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। 

Advertisment

ପୁରୋହିତ ପରମହଂସ ଆଚାର୍ଯ୍ୟ ଘୋଷଣା କରିଛନ୍ତି ଯେ, ଯିଏ ଉଦୟାନିଧିଙ୍କ ଶିରଚ୍ଛେଦନ କରିବ ତାଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଦେବି। ଯଦି କେହି ତାଙ୍କୁ ହତ୍ୟା ନ କରନ୍ତି, ତେବେ ଏକାମ ମୁଁ ନିଜେ କରିବି ବୋଲି କହିଛନ୍ତି। ସେପଟେ ମୁଣ୍ଡ କାଟର ଧମକ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଦୟନିଧି। ଚେନ୍ନାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ମୋ ମୁଣ୍ଡ କାଟ ପାଇଁ ପରମହଂସ ୧୦ କୋଟି ପୁରସ୍କାର ଘୋଷଣା କରିଛନ୍ତି। ହେଲେ ମୋ କେଶ କୁଣ୍ଡାଇବା ପାଇଁ ୧୦ ଟଙ୍କାର ପାନିଆ ଯଥେଷ୍ଟ।

ଉଦୟନିଧି ଆହୁରି କହିଛନ୍ତି, ଧମକ ଆମ ପାଇଁ ନୂଆ କଥା ନୁହେଁ। ମୁଁ ସେହି ବ୍ୟକ୍ତିଙ୍କ ନାତି, ଯିଏ ତାମିଲନାଡୁ ପାଇଁ ନିଜ ଜୀବନ ଦେଇ ଦେଇଥିଲେ। ବ୍ରାହ୍ମଣ ବିରୋଧୀ ଦ୍ରାବିଡ଼ିଆନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଲୋକଙ୍କ ସ୍ୱାର୍ଥ ପାଇଁ ରେଳ ଟ୍ରାକରେ ମୁଣ୍ଡ ରଖିଥିଲେ। ଷ୍ଟାଲିନ୍ ତାମିଲନାଡୁର ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ କଥା କହୁଛନ୍ତି, ଯିଏ ତାଙ୍କ ଜେଜେବାପା। ସେ ବର୍ତ୍ତମାନ ଉଲ୍ଲେଖ କରିଥିବା ଘଟଣା ୧୯୫୩ ମସିହାର।

Advertisment

ଏହି ସବୁ ଆନ୍ଦୋଳନ ପରେ ତାମିଲନାଡୁ ରାଜନୀତିରେ ପ୍ରବେଶ କରିଥିଲେ ଏମ କରୁଣାନିଧି। ସେତେବେଳେ ଡାଲମିଆର ଶିଳ୍ପପତି ପରିବାର ତାମିଲନାଡୁର ଏକ ଅଞ୍ଚଳରେ ସିମେଣ୍ଟ କମ୍ପାନୀ ନିର୍ମାଣ କରିଥିଲେ ଆଉ ଏହି ଗାଁର ନାମକୁ ପରିବର୍ତ୍ତନ କରି ନିଜ ପରିବାରର ନାମରେ ଗାଁର ନାମକରଣ କରିବାକୁ ଚାହୁଁଥିଲେ। ଯାହାକୁ ଦୃଢ଼ ବିରୋଧ କରିଥିଲେ ଏମ କରୁଣାନିଧି। ତାଙ୍କ ନେତୃତ୍ୱରେ ଶହ ଶହ ଗ୍ରାମବାସୀ ଆନ୍ଦୋଳନ କରିଥିଲେ। 

କିନ୍ତୁ ବର୍ତ୍ତମାନ ଷ୍ଟାଲିନଙ୍କ ବିବାଦ କିଛି ଭିନ୍ନ। ସେ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ପରି ବୟାନରେ ଅଟଳ ରହିବେ ବୋଲି କହିଛନ୍ତି। ସେ କହିଥିଲେ, "ଆମ ମଧ୍ୟରେ ଏପରି କିଛି ଜିନିଷ ଅଛି ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ମୂଳତ୍ପୋଟନ କରିବା ଆବଶ୍ୟକ। ଯେପରି ମ୍ୟାଲେରିଆ, ଡେଙ୍ଗୁ ଆଉ କରୋନା। ସନାତନ ଧର୍ମ ମଧ୍ୟ ଠିକ୍ ଏହିପରି। ହିନ୍ଦୁ ଧର୍ମ ସମାନତା ବିରୋଧୀ ତେଣୁ ଏହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ବିଲୋପ କରିବା ଉଚିତ୍।"

ସେପଟେ ପରମହଂସଙ୍କ ଅର୍ଥ ରାଶି ଘୋଷଣାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେ ଏତେ ଟଙ୍କା କିପରି ପୁରସ୍କାର ବାବଦକୁ ଘୋଷଣା କରିପାରୁଛନ୍ତି ବୋଲି ଚର୍ଚ୍ଚା ହେବା ପରେ କହିଛନ୍ତି, "ମୁଁ ୫୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ୧୦ କୋଟି ଟଙ୍କା ମୋ ପାଇଁ କିଛି ନୁହେଁ।" ତେବେ ପରମହଂସ ଆଚାର୍ଯ୍ୟଙ୍କ ଏପରି ଅର୍ଥ ରାଶି ଘୋଷଣା ପ୍ରଥମ ନୁହେଁ ପୂର୍ବରୁ ସେ ସମାଜବାଦୀ ପାର୍ଟିର ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଶିରଚ୍ଛେଦନ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲେ। ମୋର୍ଯ୍ୟ ରାମଚରିତ ମାନସ ରଚୟତା ତୁଳସୀଦାସଙ୍କୁ ଅବମାନନା କରି ମନ୍ତବ୍ୟ ଦେଇଥିବାରୁ ଏପରି ଘୋଷଣା କରିଥିଲେ ପରମହଂସ। 

Udhayanidhi Stalin Sanatana Remark Udhayanidhi Stalin On Sanatan Paramahansa Acharya