Advertisment

ତଟରକ୍ଷୀ ବାହିନୀରେ ମହିଳା ନିଯୁକ୍ତି: ସରକାରଙ୍କୁ ସୁପ୍ରିମ ଅଲ୍ଟିମେଟମ୍‌

ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
SC on Women Coast Guard

SC on Women Coast Guard

Advertisment

ଭାରତୀୟ ତଟରକ୍ଷୀ ବାହିନୀ ତଥା ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ମହିଳାମାନଙ୍କୁ ଆପଣ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ନଚେତ ଆମେ ଏଥିପାଇଁ ନିର୍ଦ୍ଦେଶ ଜାରି କରିବୁ ବୋଲି କେନ୍ଦ୍ରକୁ କଡା ଭାଷାରେ କହିଛନ୍ତି ସୁପ୍ରିମକୋର୍ଟ।

Advertisment

ସ୍ଥାୟୀ ନିଯୁକ୍ତ ଦାବିରେ ତଟରକ୍ଷୀ ବାହିନୀର ଜଣେ ମହିଳା ଅଧିକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଅଲ୍ଟିମେଟମ୍‌ ଦେଇଛନ୍ତି। ମହିଳାମାନଙ୍କୁ ଛଡା ଯାଇପାରିବ ନାହିଁ। ଆପଣ ମହିଳାମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ। ନଚେତ ଆମେ ନିର୍ଦ୍ଦେଶ ପାରିତ କରିବୁ ବୋଲି ସିଜେଆଇ କହିଛନ୍ତି।

ସେପଟେ ନେଭି ଓ ଆର୍ମି ଠାରୁ ପୂରାପୁରି ଭିନ୍ନ କୋଷ୍ଟ ଗାର୍ଡ। ଏହି ମାମଲାରେ ଏକ ବୋର୍ଡ ଗଠନ ହୋଇସାରିଛି। ଏଥିରେ ଗଠନମୂଳକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କେଟରମଣ କହିଛନ୍ତି। ଏହି ମାମଲର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧ ତାରିଖରେ ହେବ। 

Advertisment

ଏହାପୂର୍ବରୁ ଫେବ୍ରୁଆରୀ ୨୦ ତାରିଖରେ ମଧ୍ୟ ସର୍ବୋଚ୍ଚ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଥିଲା। ସେତେବେଳେ ମଧ୍ୟ କୋର୍ଟ କେନ୍ଦ୍ରର ମନଭାବ ଉପରେ  ପ୍ରଶ୍ନ ଉଠାଇଥିଲେ। କୋର୍ଟ ପଚାରିଥିଲେ 'ତଟରକ୍ଷୀ ବାହିନୀ ପ୍ରତି ତୁମର ଏପରି ଉଦାସୀନ ମନୋଭାବ କାହିଁକି? ତଟରକ୍ଷୀ ବାହିନୀରେ ମହିଳାମାନେ କାହିଁକି ରହିପାରିବେ ହାଁନ୍ତି? ଯଦି ମହିଳାମାନେ ସୀମା ରକ୍ଷା କରିପାରନ୍ତି, ତେବେ ସେମାନେ ଉପକୂଳର ସୁରକ୍ଷା ମଧ୍ୟ କରିପାରିବେ ବୋଲି ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୁଡ୍‌ କହିଥିଲେ।' 

Permanent Commission Women In Coast Guard Indian Coast Guard Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe