Advertisment

ନିର୍ବାଚନ କମିଶନର ନିଯୁକ୍ତି ମାମଲା: ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା

ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ସୁପ୍ରିକୋର୍ଟରେ ହୋଇଥିବା ଆବେଦନକୁ ବିରୋଧ କରି କେନ୍ଦ୍ର ସରକାର ଏଭଳି କିଛି କହିଛନ୍ତି।

ଅଦ୍ୟତନ ହୋଇଛି
Election Commissioner

Election Commissioner

Advertisment

ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ ନିର୍ବାଚନ କମିଶନରଙ୍କ ଏହି ନଯୁକ୍ତି ପ୍ରକ୍ରିୟାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ।

Advertisment

ନିର୍ବାଚନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରାଯିବାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ଅବେଦନକୁ ନେଇ ଏବେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଆବେଦନକାରୀଙ୍କ ଉଦ୍ଦେଶ୍ୟ କେବଳ ବିବାଦ ସୃଷ୍ଟି କରିବା ବୋଲି କେନ୍ଦ୍ର ସରକାର ନିଜ ସତ୍ୟପାଠରେ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨୧ ତାରିଖରେ ହେବ।

ଚୟନ ପ୍ୟାନେଲରେ ନ୍ୟାୟପାଳିକାର କୌଣସି ଜଣେ ସଦସ୍ୟଙ୍କ ଉପସ୍ଥିତିରୁ ECI ର ସ୍ୱାଧୀନତା ଉତ୍ପନ୍ନ ହେଉ ନାହିଁ ବୋଲି କେନ୍ଦ୍ର କହିଛି। ଉଚ୍ଚ ସାମ୍ବିଧାନିକ ଅଧିକାରୀମାନେ ନିରପେକ୍ଷ ଭାବରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ନିର୍ବାଚନ କମିଶନରଙ୍କ ଦକ୍ଷତା ଏବଂ ଯୋଗ୍ୟତା ଉପରେ ପ୍ରଶ୍ନ କରାଯିବା ଠିକ୍ ନୁହେଁ। କେବଳ ରାଜନୈତିକ ବିବାଦ ସୃଷ୍ଟି କରିବାକୁ ଆବେଦନକାରୀ ଚେଷ୍ଟା କରୁଛନ୍ତି ବୋଲି କେନ୍ଦ୍ର ସରକାର ନିଜ ସତ୍ୟପାଠରେ କହିଛନ୍ତି।

Advertisment

ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରୋକ ଦାବିକୁ ବିରୋଧ କରି କେନ୍ଦ୍ର କହିଛି, 'ଏହି ପ୍ରକାରର ଯୁକ୍ତି ସମ୍ପୂର୍ଣ୍ଣ ଭୁଲ୍‌। ନିର୍ବାଚନ ଆୟୋଗ ବିନା କୌଣସି ନ୍ୟାୟିକ ସଦସ୍ୟରେ ମଧ୍ୟ ସ୍ୱତନ୍ତ୍ର ରୂପେ କାମ କରେ। ସାମ୍ବିଧାନିକ ପଦରେ ଥିବା ଲୋକେ କେବଳ ନୀରପେକ୍ଷ ଭାବେ ହିଁ କାମ କରନ୍ତି।'

କହିରଖୁ ଯେ, ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ସୁପ୍ରିକୋର୍ଟରେ ଆବେଦନ କରାଯାଇଥିଲା। ୨୦୨୩ ଆଇନ ଅନୁଯାୟୀ ଦୁଇ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିଲା। କିନ୍ତୁ ମାର୍ଚ୍ଚ ୧୫ ତାରିଖରେ ଏହି ଆବେଦନର ଶୁଣାଣି କରି ଦୁଇ ଜଣ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସ୍ଥଗିତ ରଖିବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ।

Supreme Court Election Commissioners Appointment Poll Commissioners
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe