Advertisment

ବନ୍ଧା ହେଲେ ପ୍ରଖ୍ୟାତ ବାସ୍ତୁଶାସ୍ତ୍ରୀ ଖୁସଦୀପ ବଂସଲ

ଠକେଇ ଅଭିଯୋଗରେ ଆସାମ ପୁଲିସ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ସହ ମିଶି ଖୁସଦୀପ ବଂସଲ ଓ ତାଙ୍କ ଭାଇ ହରିଶଙ୍କୁ ଗିରଫ କରିଛି।

Vastu Shastri Khushdeep Bansal

Vastu Shastri Khushdeep Bansal

Advertisment

ବନ୍ଧା ହେଲେ ଜଣାଶୁଣା ବାସ୍ତୁଶାସ୍ତ୍ରୀ ଖୁସଦୀପ ବଂସଲ। କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଆସାମ ପୁଲିସ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ସହ ମିଶି ଖୁସଦୀପ ବଂସଲ ଓ ତାଙ୍କ ଭାଇ ହରିଶଙ୍କୁ ଗିରଫ କରିଛି। ସ୍ପେଶାଲ ସେଲର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ (CI) ଉଭୟଙ୍କୁ ବାରଖମ୍ବା ଅଞ୍ଚଳର ମଡେର୍ଣ୍ଣ ସ୍କୁଲ ନିକଟରେ ଗିରଫ କରିଛି।

Advertisment

ସୂଚନା ମୁତାବକ, ବାସ୍ତୁଶାସ୍ତ୍ରୀ ଓ ତାଙ୍କ ଭାଇଙ୍କ ବିରୋଧରେ ୬୫ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି। ସୋମବାର ଉଭୟଙ୍କୁ ଗିରଫ କରି ପୁଲିସ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇ ଆସାମ ଯାଇଛି। ଆସାମ ପୁଲିସ ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଯୋଗାଯୋଗ କରି ଖୁସଦୀପ ବଂସଲଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଅଛି ଏବଂ ସେ ସୈନିକ ଫାର୍ମରେ ରୁହନ୍ତି ବୋଲି କହିଥିଲେ। ଏହା ପରେ ପୁଲିସ ଖୁସଦୀପ ବଂସଲ ଏବଂ ତାଙ୍କ ଭାଇଙ୍କୁ ଗିରଫ କରିଥିଲା।

୨୦୨୨ର ଆସାମର ବହୁ ଚର୍ଚ୍ଚିତ ୬୫ କୋଟି ଟଙ୍କାର ଅଟୋନମସ କାଉଂସିଲ୍‌ ଦୁର୍ନୀତି ମାମଲାରେ ପାଞ୍ଚଜଣ ଅଭିଯୁକ୍ତ ଅଛନ୍ତି। ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତାଙ୍କ ପୁଅ ମଧ୍ୟ ଏହି ଦୁର୍ନୀତିରେ ଜଡିତ ଅଛନ୍ତି। ଏହି ମାମଲାରେ ଗୌହାଟୀ ହାଇକୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ଦିଲ୍ଲୀର ସାବରୱାଲ ଟ୍ରେଡିଂ କମ୍ପାନୀ ପ୍ରାଇଭେଟ ଲିମିଟେଡର ମାଲିକ କମଲ ସାବରୱାଲ ଅଟୋନମସ କାଉଂସିଲ୍‌ ବିରୋଧରେ ଅଭିଯୋଗ ଆଣିଥିଲେ।

Advertisment

କହିରଖୁ ଯେ, ବାସ୍ତୁଶାସ୍ତ୍ରୀ ବଂସଲ ବିଭିନ୍ନ ରାଜ୍ୟ ସରକାରୀ ପ୍ରକଳ୍ପର ପରାମର୍ଶଦାତା ଅଛନ୍ତି। ବିଶିଷ୍ଟ ବ୍ୟବସାୟୀ ତଥା ଶିଳ୍ପପତିଙ୍କ ପାଇଁ ରଣନୀତିକ ପରାମର୍ଶଦାତା ରହି ଆସିଛନ୍ତି।

Vastu Shastri Khushdeep Bansal Delhi Police Assam Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe