Advertisment

ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ବିରେନ୍ଦ୍ର ଆର୍ଯ୍ୟ ଆଖଡାକୁ ଯାଇ ରାହୁଲ ଗାନ୍ଧି ଅନ୍ୟ କୁସ୍ତି ଖେଳାଳିଙ୍କ ସହ ମଧ୍ୟ ଭେଟି ଆଲୋଚନା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Rahul meet bajrang punia

Rahul meet bajrang punia

ଭାରତୀୟ କୁସ୍ତି ମହାସଂଘର ସଭାପତି ଚୟନକୁ ନେଇ ଏବେବି ବିବାଦ ଜାରି ରହିଛି। ଏହାରି ଭିତରେ ଏବେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବୁଧବାର ସକାଳେ ହରିୟାଣାର ଝାଜର ଜିଲ୍ଲା ଅନ୍ତର୍ଗତ ଛାରା ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚି ଓ୍ୱାଇନାଡ ସାଂସଦ ଅଲିମ୍ପିକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟିଛନ୍ତି।

Advertisment

ଛାରା ଗାଁରେ ଥିବା ବିରେନ୍ଦ୍ର ଆର୍ଯ୍ୟ ଆଖଡାକୁ ଯାଇ ରାହୁଲ ଅନ୍ୟ କୁସ୍ତି ଖେଳାଳିଙ୍କ ସହ ମଧ୍ୟ ଭେଟି ଆଲୋଚନା କରିଛନ୍ତି। ଏହାର ଫଟୋ ଏବେ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ ରାହୁଲ କୁସ୍ତିଯୋଦ୍ଧାଙ୍କ ସହ କୁସ୍ତି ମଧ୍ୟ ଲଢ଼ିଛନ୍ତି। ଏହି ଭେଟଘାଟ ପରେ ବଜରଙ୍ଗ କହିଛନ୍ତି, ରାହୁଲ ଏଠାକୁ ଆସି କୁସ୍ତି ଶିଖିବା ସହ ଖେଳିଥିଲେ। କୁସ୍ତିଯୋଦ୍ଧାଙ୍କ ଦୈନନ୍ଦିନ ଜୀବନଶୈଳୀ କେମିତି ତାହା ଜାଣିଥିଲେ।

ସୂଚନା ମୁତାବକ, ଛାରା ହେଉଛି ରେସଲର ଦୀପକ ପୁନିଆଙ୍କ ଗାଁ। ଦୀପକ ଏବଂ ବଜରଙ୍ଗ କୁସ୍ତି କ୍ୟାରିୟର ବିରେନ୍ଦ୍ର ଆଖଡାଠାରୁ ଆରମ୍ଭ କରିଥିଲେ।

Advertisment

ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବିବାଦ ଦେଖାଦେଇଥିଲା। ଏହାକୁ କୁସ୍ତିଯୋଦ୍ଧାମାନେ ଜୋରଦାର ବିରୋଧ କରିଥିଲେ। ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ। ସେହିଭଳି ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ। ସ୍ଥିତି ବିଗୁଡୁଥିବା ଦେଖି କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଥିଲା। ଏଥିସହ ସଞ୍ଜୟ ସିଂହଙ୍କ ପଦ୍ଦ ମଧ୍ୟ ରଦ୍ଦ ହୋଇଥିଲା।

Rahul Gandhi Bajrang Punia WFI