Advertisment

ଆପ୍‌ରେ କମ୍ପନ, ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ

ରାଜକୁମାର ଆନନ୍ଦ ଅରବିନ୍ଦ କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିଲେ।

Rajkumar Anand

Rajkumar Anand

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍‌ ଯିବା ପରେ ଆମ୍‌ ଆଦମୀ ପାର୍ଟିରେ ସବୁ କିଛି ଠିକ୍‌ ନାହିଁ। ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜ କୁମାର ଆନନ୍ଦ ମନ୍ତ୍ରୀ ପଦ ଛାଡିଛନ୍ତି। କେବଳ ସେତିକି ନୁହେଁ ସେ ଦଳର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

Advertisment

ରାଜକୁମାର ଆନନ୍ଦ ଅରବିନ୍ଦ କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ। ଦଳରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟିରେ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦଳିରେ ବିଧାୟକ କିମ୍ବା କାଉନସିଲରଙ୍କୁ ସମ୍ମାନ ଦିଆଯାଏ ନାହିଁ। ଦଳିତଙ୍କୁ ପ୍ରମୁଖ ପଦ ପଦବୀରେ ସ୍ଥାନ ଦିଆଯାଏ ନାହିଁ। ମୁଁ ଜଣେ ବ୍ୟକ୍ତି ଯିଏ ବାବା ସାହେବ ଆମ୍ବେଦକରଙ୍କ ନୀତି ଅନୁସରଣ କରେ ଯଦି ମୁଁ ଦଳିତଙ୍କ ପାଇଁ କାମ କରିପାରିବି ନାହିଁ ତେବେ ଦଳରେ ରହିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।

Advertisment

ରାଜେନ୍ଦ୍ର ପାଲ ଗୌତମଙ୍କ ଇସ୍ତଫା ପରେ ୨୦୨୨ରେ ରାଜ କୁମାର ଆନନ୍ଦଙ୍କୁ କେଜ୍ରିଓ୍ୱାଲ ସରକାରରେ ମନ୍ତ୍ରୀ କରାଯାଇଥିଲା। ସେହି ସମୟରେ ସାମାଜିକ କଲ୍ୟାଣ ବିଭାଗ ପରିଚାଳନା କରୁଥିବା ରାଜେନ୍ଦ୍ର ପାଲ ଗୌତମ ଧାର୍ମିକ ଭାବନାକୁ ଭଡକାଇବା ଅଭିଯୋଗରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଗତ ବର୍ଷ ନଭେମ୍ବରରେ ଯେତେବେଳେ ଇଡି ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଡାକିଥିଲା, ସେତେବେଳେ ଠିକ୍ ଏହା ପୂର୍ବରୁ ଇଡି ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ବାସଭବନରେ ଚଢ଼ାଉ କରିଥିଲା। ଦିଲ୍ଲୀ ସରକାରୀ ସିଭିଲ୍ ଲାଇନ୍‌ରେ ଥିବା ମନ୍ତ୍ରୀଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନ ଇଡିର ଟିମ୍ ରେଡ୍‌ କରିଥିଲା। ରାଜକୁମାର ଆନନ୍ଦଙ୍କ ବ୍ୟବସାୟ ସହ ଜଡିତ ମାମଲାରେ ଇଡି ଏହି ଚଢ଼ାଉ କରିଥିବା ପରେ ଜଣାପଡିଥିଲା। 

Arvind Kejriwal AAP Resigns Rajkumar Anand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe